Advertisment

ଫ୍ୟାଶନ୍ ଶୋ’ ଚାଲିଥିଲା; ଲୁହା ରଡ ପଡ଼ି ଚାଲିଗଲା ମଡେଲଙ୍କ ଜୀବନ

ଗତକାଲି ବିଳମ୍ବିତ ରାତିରେ ନୋଏଡା ଫିଲ୍ମ ସିଟିରେ ଏକ ଫ୍ୟାଶନ ଶୋ’ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିଥିଲା। ଦର୍ଶକଙ୍କ ଭିଡ଼ ଭିତରେ ଆୟୋଜିତ ହୋଇଥିଲା ଫ୍ୟାଶନ୍‌ ଶୋ’ ।

author-image
Niharika Rout
Police

Police

ଖଚାଖଚ ଦର୍ଶକଙ୍କ ଭିଡ଼୍‌ ଥିଲା । ରଙ୍ଗବେରଙ୍ଗ ଲାଇଟ୍‌ ସାଙ୍ଗକୁ ଧୀମା ଧୀମା ମ୍ୟୁଜିକ୍‌ ବି ବାଜୁଥିଲା। ଏହାମଧ୍ୟରେ ଚାଲିଥିଲା ଫ୍ୟାଶନ୍‌ ଶୋ’ । ଭଳିକି ଭଳି ଡ୍ରେସ୍‌ ପିନ୍ଧି ରାମ୍ପ୍‌ରେ ଚାଲୁଥିଲେ ଦର୍ଶକ । ଏହା ମଧ୍ୟରେ ଅଘଟଣ ଘଟିଥିବା ବେଳେ ଏହାକୁ କେହି ସହଜେ ବିଶ୍ୱାସ କରି ପାରୁ ନାହାନ୍ତି। ମୁଣ୍ଡ ଉପରେ ଲୁହା ରଡ଼ ପଡ଼ିବାରୁ ଘଟଣାସ୍ଥଳରେ ଜଣେ ଯୁବତୀ ମଡେଲଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପୁରୁଷ ମଡେଲ ଗୁରୁତର ହୋଇଛନ୍ତି।

Advertisment

ଘଟଣାସ୍ଥଳରେ ଉପସ୍ଥିତ ଦର୍ଶକଙ୍କ ସମ୍ମୁଖରେ ଏପରି ଏକ ଘଟଣା ଘଟିଥିବା ବେଳେ ସେମାନେ ନିଜ ଆଖିକୁ ବିଶ୍ୱାସ କରି ପାରୁ ନାହାନ୍ତି। ଫଳରେ ମୃତ୍ୟୁ ଏପରି ବି ଆସେ ବୋଲି ଆଲୋଚନା ହେଉଛି।

ଏପରି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ନୂଆଦିଲ୍ଲୀର ନୋଏଡା ଫିଲ୍ମ ସିଟିରେ ଘଟିଛି। ଲୁହା ରଡ ମୁଣ୍ଡରେ ପଡ଼ି ପ୍ରାଣ ହରାଇଥିବା ମଡେଲଜଣକ ହେଲେ ଭସିଂକା ଚୋପ୍ରା। । ଗୁରୁତର ମଡେଲଜଣକ ହେଲେ ବବି ରାଜ ।

Advertisment

ଗତକାଲି ବିଳମ୍ବିତ ରାତିରେ ନୋଏଡା ଫିଲ୍ମ ସିଟିରେ ଏକ ଫ୍ୟାଶନ ଶୋ’ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିଥିଲା। ଦର୍ଶକଙ୍କ ଭିଡ଼ ଭିତରେ ଆୟୋଜିତ ହୋଇଥିଲା ଫ୍ୟାଶନ୍‌ ଶୋ’ । ଅନ୍ୟ ମଡେଲମାନେ ରାମ୍ପ୍‌ ୱାକ୍‌ କରିଥିବା ବେଳେ ଏହାପରେ ଭସିଂକା ଚୋପ୍ରା ଓ ବବି ରାଜ ବି ୱାକ୍‌ କରୁଥିଲେ। ଏହି ସମୟରେ ହଠାତ୍‌ ଏକ ଲୁହା ରଡ ସେମାନଙ୍କ ମୁଣ୍ଡ ଉପରେ ଖସି ପଡ଼ିଥିଲା।

ତୁରନ୍ତ ଉଭୟଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ଭଂସିକାଙ୍କୁ ମୃତ ଘୋଷଣା କରିଥିଲେ। ଏଥିସହ ଗୁରୁତର ଥିବା ବବି ରାଜଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଖବର ପାଇ ପୁଲିସ୍‌ ପହଞ୍ଚି ଘଟଣାର ଛାନଭିନ୍‌ ଆରମ୍ଭ କରିଛି। ମୃତଦେହକୁ ପୁଲିସ୍‌ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଉଭୟଙ୍କ ପରିବାରଙ୍କୁ ଏ ସମ୍ପର୍କରେ ଅବଗତ କରିଛି। ଏଥିସହ ଫ୍ୟାଶନ୍‌ ଶୋ’ର ଆୟୋଜକ ତଥା ଲୁହା ରଡ ଲଗାଇଥିବା ବ୍ୟକ୍ତିଙ୍କୁ ପଚରାଉଚରା କରୁଛି।

Delhi Deadbody