Advertisment

ଇମୋସନାଲ ଷ୍ଟାଟସ ଦେବା ପରେ ଜୀବନ ହାରିଲେ ମଡେଲ୍‌

ଆତ୍ମହତ୍ୟା କରିବା ପୂର୍ବରୁ ଅଞ୍ଜଳି ଇମୋସନାଲ ଷ୍ଟାଟସ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏହାପରେ ସେ ଜୀବନ ହାରିଥିବା ଜଣାପଡ଼ିଛି।

anjali

anjali

Advertisment

ଜୀବନ ହାରିଛନ୍ତି ଜଣେ ୨୩ ବର୍ଷୀୟ ମଡେଲ। ଗୁଜରାଟର ସୁରତ ସ୍ଥିତ ନିଜ ଘରେ ମଡେଲ ଜଣଙ୍କ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତ। ଜୀବନ ହାରିଥିବା ମଡେଲ ଜଣଙ୍କ ହେଲେ ଅଞ୍ଜଳି ଅଳ୍ପପେଶ ବାରମୋରା। ସେ ବିଗତ କିଛି ବର୍ଷ ହେଲା ଫ୍ରିଲାନ୍ସର ମଡେଲ ଭାବେ କାମ କରୁଥିଲେ। କିଛି ଷ୍ଟୁଡିଓ ସହ ବି ତାଙ୍କର ସମ୍ପର୍କ ରହିଥିଲା।

Advertisment

ଆତ୍ମହତ୍ୟା କରିବା ପୂର୍ବରୁ ଅଞ୍ଜଳି ଇମୋସନାଲ ଷ୍ଟାଟସ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏହାପରେ ସେ ଜୀବନ ହାରିଥିବା ଜଣାପଡ଼ିଛି। ସୁରତ ଡିସିପି ବିଜୟ ସିଂହ ଗୁରଜର କହିଛନ୍ତି ଯେ “ନିକଟରେ ଅଞ୍ଜଳି ଇମୋସନାଲ ଷ୍ଟାଟସ ଶେୟାର କରିଥିଲେ। ସେହିପରି ଆତ୍ମହତ୍ୟା କରିବା ପୂର୍ବରୁ ସେ ନିଜର ଭାବୀ ସ୍ୱାମୀଙ୍କୁ ମଧ୍ୟ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ଜୁନ ୭ ତାରିଖ ବିଳମ୍ବିତ ରାତିରେ ସେ ନିଜ ରୁମରେ ଆତ୍ମହତ୍ୟାର କରିଛନ୍ତି। ସେ ଫ୍ରିଲାନ୍ସର ମଡେଲ ବ୍ୟତୀତ ଟେକ୍ସଟାଇଲ ଓ ବ୍ୟବସାୟିକ ମଡେଲିଂ ପ୍ରୋଜେକ୍ଟରେ ମଧ୍ୟ ସେ କାମ କରୁଥିଲେ।”

ଅଞ୍ଜଳିଙ୍କ ପରିବାର ଲୋକ କହିଛନ୍ତି ଯେ ତାଙ୍କର ନିର୍ବନ୍ଧ ଶେଷ ହୋଇଥିଲା ଓ ଚଳିତ ବର୍ଷ ତାଙ୍କର ବାହାଘର ହୋଇଥାଆନ୍ତା। କିନ୍ତୁ ଭାବୀ ସ୍ୱାମୀଙ୍କ ମା’ଙ୍କ ଦେହାନ୍ତ ହେବାରୁ ବାହାଘରକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିଲା। ଆସନ୍ତାବର୍ଷ ଅଞ୍ଜଳି ବିବାହ କରିଥାଆନ୍ତେ। ଆତ୍ମହତ୍ୟା କରିବା ପୂର୍ବରୁ ଅଞ୍ଜଳି ତାଙ୍କ ଭାବୀ ସ୍ୱାମୀଙ୍କୁ ଏକାଧିକ ଥର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ କୌଣସି କାମରେ ବ୍ୟବସ୍ତ ଥିବାରୁ ଅଞ୍ଜଳିଙ୍କ ସହ କଥା ହୋଇ ପାରି ନଥିଲେ।

Advertisment

ଭାବୀ ସ୍ୱାମୀ ପୁଲିସ୍‌କୁ କହିଛନ୍ତି ଯେ ଅଞ୍ଜଳି ମାନସିକ ଚାପରେ ଥିବା କଥା ଆଦୌ ତାଙ୍କୁ ଜଣା ନଥିଲା। ପରିବାର ଲୋକ ଘରେ ନଥିବା ବେଳେ ଅଞ୍ଜଳି ଆତ୍ମହତ୍ୟା କରିଛନ୍ତି। ସେମାନେ ଘରକୁ ଫେରିଲା ବେଳକୁ ଅଞ୍ଜଳିଙ୍କ ରୁମ ଭିତରୁ ବନ୍ଦ ଥିଲା।

ସେମାନେ କବାଟ ଭାଙ୍ଗି ଦେଖିଲା ବେଳକୁ ଅଞ୍ଜଳି ଜୀବନ ହାରି ସାରିଥିଲେ। ଅଞ୍ଜଳି କିଛି ଇମୋସନାଲ ଷ୍ଟାଟସ ଶେୟାର କରିବା ସହ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ନାଁ ଉଲ୍ଲେଖ କରିଥିଲେ। ଏବେ ତଦନ୍ତକାରୀ ଅଧିକାରୀ ସେହି ଦିଗ ଉପରେ ଫୋକସ କରିଛନ୍ତି। ହେଲେ ଏଯାଏ ଅଞ୍ଜଳିଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନି।

Gujarat Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe