Advertisment

Model Found Dead: ମଡେଲଙ୍କ ସନ୍ଦେହଜନକ ମୃତ୍ୟୁ, ହସ୍ପିଟାଲରେ ମୃତଦେହ ଛାଡ଼ି ବୟଫ୍ରେଣ୍ଡ ଫେରାର

ଖୁସବୁ ବେଶ କିଛି ମାସ ହେବ କ୍ୱାସୀମ ନାମକ ଜଣେ ଯୁବକଙ୍କ ସହ ଲିଭ ଇନରେ ରହୁଥିଲେ। ଖୁସବୁଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପରଠାରୁ କ୍ୱାସୀମଙ୍କ ପତ୍ତା ମିଳୁନାହିଁ। ଖୁସବୁ ଓ କ୍ୱାସୀମ ଉଜ୍ଜୟୀନରୁ ଭୋପାଲ ଆସୁଥିଲେ। ଏହି ସମୟରେ ଖୁସବୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା।

Model

ଖୁସବୁ (ଫାଇଲ ଫଟୋ)

Advertisment

ମଡେଲଙ୍କ ସନ୍ଦେହଜନକ ମୃତ୍ୟୁ। ୨୭ ବର୍ଷୀୟ ମଡେଲ(model) ଖୁସବୁ ଅହିରୱାରଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର। ଆଜି ସକାଳେ ଖୁସବୁଙ୍କୁ ତାଙ୍କ ବୟଫ୍ରେଣ୍ଡ ଅଚେତ ଅବସ୍ଥାରେ ମଧ୍ୟପ୍ରଦେଶର ସେହୋରେ ଜିଲ୍ଲାରେ ଥିବା ଗୋଟିଏ ହସ୍ପିଟାଲକୁ ଆଣିଥିଲେ। ଡାକ୍ତର ଖୁସବୁଙ୍କୁ ମୃତ ଘୋଷଣା କରିବା ପୂର୍ବରୁ ହିଁ ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ସେଠାରେ ଛାଡ଼ି ଫେରାର ହୋଇଯାଇଛନ୍ତି। 

Advertisment

ସେହୋରେ ଜିଲ୍ଲାର ବୈନସାଖେଡିର ହସ୍ପିଟାଲର ଡାକ୍ତରମାନେ ଖୁସବୁଙ୍କୁ ମୃତ ଘୋଷଣା କରି ପୁଲିସ୍‌କୁ ଖବର ଦେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଏହାପରେ ମୃତଦେହକୁ ଭୋପାଲ ସ୍ଥିତ ଗାନ୍ଧି ମେଡିକାଲ କଲେଜକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି। ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବାରୁ ମୃତ୍ୟୁର କାରଣ ଜାଣିବା ପାଇଁ ମାଜିଷ୍ଟେରଙ୍କ ଅଧ୍ୟକ୍ଷତାରେ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।

ମଧ୍ୟପ୍ରଦେଶ(Madhya Pradesh)ର ଚର୍ଚ୍ଚିତ ମଡେଲ ହେଉଛନ୍ତି ଖୁସବୁ। ତାଙ୍କ ମା’ ଲକ୍ଷ୍ମୀ କାନ୍ଧି କାନ୍ଧି ହସ୍ପିଟାଲ ବାହାରେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଖୁସବୁର ଦେହସାରା ନୀଳ ଚିହ୍ନ ଦେଖାଯାଉଛି। ତା’ର ମୁହଁ ଫୁଲିଛି ଓ ଗୁପ୍ତାଙ୍ଗରେ ମଧ୍ୟ କ୍ଷତଚିହ୍ନ ରହିଛି। ମୋ ଝିଅକୁ ଭୟଙ୍କର ଢଙ୍ଗରେ ପିଟିପିଟି ହତ୍ୟା କରାଯାଇଛି।”

Advertisment

ତାଙ୍କ ଭଉଣୀ କହିଛନ୍ତି, “ମାଡ଼ ମରାଯିବା ପରେ ତଣ୍ଟି ଚିପି ହତ୍ୟା କରାଯାଇଛି। ସବୁଆଡ଼େ ଘଷି ହେବା ଭଳି ଚିହ୍ନ ରହିଛି। ତା’କୁ ମାରିଥିବା ଲୋକ ନିଶ୍ଚିତ ଦଣ୍ଡ ପାଇବା ଦରକାର। ଆମେ ନ୍ୟାୟ ଚାହୁଁଛୁ।” 

ପରିବାର ଲୋକଙ୍କ କହିବା କଥା ଯେ ଖୁସବୁ ବେଶ କିଛି ମାସ ହେବ କ୍ୱାସୀମ ନାମକ ଜଣେ ଯୁବକଙ୍କ ସହ ଲିଭ ଇନରେ ରହୁଥିଲେ। ଖୁସବୁଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପରଠାରୁ କ୍ୱାସୀମଙ୍କ ପତ୍ତା ମିଳୁନାହିଁ। ପୁଲିସ୍‌ର କହିବା କଥା ଯେ ଖୁସବୁ ଓ କ୍ୱାସୀମ ଉଜ୍ଜୟୀନରୁ ଭୋପାଲ ଆସୁଥିଲେ। ଏହି ସମୟରେ ଖୁସବୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ତାଙ୍କର ଏପରି ସ୍ଥିତିରେ କ୍ୱାସୀମ ଏଠାରେ ରହିବା ବଦଳରେ କେଉଁ ଆଡ଼େ ଚାଲି ଯାଇଛନ୍ତି। 

ଘଟଣାର ୩ ଦିନ ପୂର୍ବରୁ କ୍ୱାସୀମ ନିଜ ଆଡ଼ୁ ଖୁସବୁଙ୍କ ମା’ଙ୍କୁ ଫୋନ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ “ମୁଁ ଜଣା ମୁସଲିମ। କିନ୍ତୁ ଆପଣ ଝିଅ ମୋ ସହ ରହିଛି। ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ତା’କୁ ଉଜ୍ଜୟୀନ ନେଇ ଯାଉଛି।” ପରବର୍ତ୍ତୀ ଅବସ୍ଥାରେ ଖୁସବୁ ନିଜେ ତାଙ୍କ ମା’ଙ୍କୁ ଫୋନ କରି ବ୍ୟସ୍ତ ନହେବାକୁ କହିଥିଲେ। ସେ କହିଥିଲେ, “ବ୍ୟସ୍ତ ହୁଅନ୍ତି। କ୍ୱାସୀମ ବହୁତ ଭଲ ପିଲା। ମୁଁ ତାଙ୍କ ସହ ରହିଛି।” ଏହାପରେ ପରିବାର ଲୋକ ଓ ଖୁସବୁଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇ ନାହିଁ। 

ଖୁସବୁ @DiamondGirl30 ନାମକ ଇନଷ୍ଟାଗ୍ରାମ ଆଇଡି ଚଳାନ୍ତି। ସେ ମଡେଲିଂ କରିବେ ସହ ସୋଶାଲ ମିଡିଆରେ ବିଭିନ୍ନ ଭିଡିଓ ପୋଷ୍ଟ କରନ୍ତି। ଭୋପାଲ ମଡେଲିଂରେ ସେ ବେଶ ପରିଚିତ। ଅନେକ ଲୋକ ତାଙ୍କୁ ସୋଶାଲ ମିଡିଆରେ ଅନୁସରଣ କରନ୍ତି। ବିଏ ପ୍ରଥମ ବର୍ଷରୁ ପାଠପଢ଼ା ଛାଡ଼ି ଖୁସବୁ ୩ ବର୍ଷ ହେଲା ଭୋପାଲରେ ରହୁଥିଲେ।

ନିଜର ମଡେଲିଂ ସ୍ୱପ୍ନକୁ ପୂରଣ କରିବା ସହ ସେ ପାର୍ଟ ଟାଇମ ଚାକିରି ମଧ୍ୟ କରୁଥିଲେ। ସେ ସବୁବେଳେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହୁଁଥିଲେ ବୋଲି ତାଙ୍କ ମା’ କହିଛନ୍ତି। ପୁଲିସ ଘଟଣା ପରେ ଗୋଟିଏ ମାମଲା ରୁଜୁ କରିଛି ଓ ଘଟଣା ପରେ ଅନ୍ତର୍ଧାନ ହୋଇଯାଇଥିବା କ୍ୱାସୀମଙ୍କୁ ଖୋଜିବାରେ ଲାଗିଛି। 

Madhya Pradesh model
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe