Advertisment

ଆଧୁନିକ ଭାରତ ଇତିହାସ ୨୦୧୪ରୁ ଆରମ୍ଭ ହେବା ଉଚିତ୍: କପିଲ ଶିବଲ

ବିଭିନ୍ନ ମହଲରେ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପକୁ ନାପସନ୍ଦ କରାଯାଇଛି।

Kapil sibal

Kapil sibal

Advertisment

ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ମୋଗଲ ଇତିହାସକୁ ହଟାଇବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ମହଲରେ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପକୁ ନାପସନ୍ଦ କରାଯାଇଛି। ବୁଧବାର ଏହାକୁ ନେଇ ପୂର୍ବତନ କେନ୍ଦ୍ର ମାନବସମ୍ବଳ ବିକାଣ ମନ୍ତ୍ରୀ ତଥା ରାଜ୍ୟସଭା ଏମପି କପିଲ ଶିବଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଆଧୁନିକ ଭାରତ ଇତିହାସ ୨୦୧୪ରୁ ଆରମ୍ଭ ହେବା ଉଚିତ୍। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କୁ କଟାକ୍ଷ କରି ଏଭଳି କିଛି କହିଛନ୍ତି କପିଲ ଶିବଲ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ ୨୦୧୪ରୁ ଲେଖାଯିବା ଉଚିତ୍। ଦ୍ୱାଦଶ ଶ୍ରେଣୀ ଇତିହାସରେ ଏନସିଇଆରଟି ପାଠ୍ୟକ୍ରମରେ ସାମାଜିକ ବିଜ୍ଞାନର କିଛି ଅଂଶକୁ ଉଚ୍ଛେଦ ହେବା ପରେ କପିଲ ଶିବଲ ଏହା କହିଛନ୍ତି। ଏ ସମ୍ପର୍କରେ ଶିବଲ ଟ୍ୱିଟ କରି କେନ୍ଦ୍ରର ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶ ବୋର୍ଡ ଏବଂ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଆଉ ମୋଗଲ ଶାସକଙ୍କ ଇତିହାସ ପଢ଼ାଯିବ ନାହିଁ। ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ଇତିହାସ ସିଲାବସରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ମୋଗଲ ସାମ୍ରାଜ୍ୟ ସହ ଜଡିତ ଅଧ୍ୟାୟଗୁଡ଼ିକୁ ଏହାର ପାଠ୍ୟ ପୁସ୍ତକରୁ ହଟାଇ ଦେଇଛି। ଏନସିଇଆରଟି ସିଲାବସ ଅନୁସରଣ କରୁଥିବା ସିବିଏସ୍ଇ ବୋର୍ଡ, ୟୁପି ବୋର୍ଡ ଏବଂ ଅନ୍ୟ ରାଜ୍ୟ ବୋର୍ଡର ସିଲାବସ୍ ମଧ୍ୟ ବଦଳିବ ।

Advertisment

ଏନସିଇଆରଟି ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ନୂଆ ସିଲାବସ୍ ପ୍ରସ୍ତୁତ କରିଛି । ସଂଶୋଧିତ ସିଲାବସ୍ ଅନୁଯାୟୀ ଏନସିଇଆରଟି ମୋଗଲ୍ ସାମ୍ରାଜ୍ୟ (୧୬ଶ ଏବଂ ୧୭ଶ ଶତାବ୍ଦୀ) ଏବଂ ଏହାର ଶାସକ ଓ ସେମାନଙ୍କ ଇତିହାସ ସମ୍ବନ୍ଧିତ ଅଧ୍ୟାୟକୁ ହଟାଇ ଦେଇଛି । ଇତିହାସ ସହ ଦ୍ୱାଦଶ ଶ୍ରେଣୀ ସାମାଜିକ ବିଜ୍ଞାନ ବହିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏନସିଇଆରଟି ଦ୍ୱାଦଶ ଶ୍ରେଣୀ ସାମାଜିକ ବିଜ୍ଞାନ ବହିରୁ ‘ବିଶ୍ବ ରାଜନୀତିରେ ଆମେରିକାର ପ୍ରାଧାନ୍ୟ’ ଏବଂ ‘ଶୀତଳ ଯୁଦ୍ଧଯୁଗ’ ଭଳି ଅଧ୍ୟାୟକୁ ବାଦ୍ ଦେଇଛି । ଏଥିସହ ସ୍ୱାଧୀନ ଭାରତରେ ରାଜନୀତି ବିଜ୍ଞାନ ବହିରୁ ‘ଜନ ଆନ୍ଦୋଳନର ଉଦୟ’ ଏବଂ ‘ଗୋଟିଏ ଦଳର ପ୍ରାଧାନ୍ୟର ଯୁଗ’ କୁ ହଟାଇ ଦିଆଯାଇଥିବା ଜଣାପଡିଛି। ଏଥିରେ କଂଗ୍ରେସ ଦଳର ଆଧିପତ୍ୟ, ସମାଜବାଦୀ, ସିପିଆଇ (ଏମ୍), ସିପିଆଇ, ଭାରତୀୟ ଜନ ସଂଘ ଆଦି ବିଷୟ ପଢ଼ା ଯାଉଥିଲା ।

ଦ୍ୱାଦଶ ଶ୍ରେଣୀର ସହ ଏନସିଇଆରଟି ଦଶମ ଓ ଏକାଦଶ ଶ୍ରେଣୀ ପାଠ୍ୟକ୍ରମରେ ମଧ୍ୟ ସଂଶୋଧନ କରିଛି । ‘ସେଣ୍ଟ୍ରାଲ୍ ଇସଲାମିକ୍ ଲ୍ୟାଣ୍ଡସ୍’, ‘କ୍ଲାସ୍ ଅଫ୍ କଲଚର୍ସ’ ଏବଂ ‘ଇଣ୍ଡଷ୍ଟ୍ରିଆଲ୍ ରିଭୋଲ୍ୟୁସନ୍’ ଭଳି ଅଧ୍ୟାୟ ଏକାଦଶ ଶ୍ରେଣୀ ପୁସ୍ତକ ‘ଥିମ୍ ଇନ୍ ୱାର୍ଲ୍ଡ ହିଷ୍ଟ୍ର’ରୁ’ ବାଦ୍ ଦିଆଯାଇଛି। ‘ଗଣତନ୍ତ୍ର ଏବଂ ବିବିଧତା’, ‘ଲୋକପ୍ରିୟ ସଂଗ୍ରାମ ଏବଂ ଆନ୍ଦୋଳନ’, ‘ଗଣତନ୍ତ୍ରର ଆହ୍ୱାନ’ ଭଳି ଅଧ୍ୟାୟ ଗୁଡିକୁ ଦଶମ ଶ୍ରେଣୀ ପୁସ୍ତକ ‘ଗଣତାନ୍ତ୍ରିକ ରାଜନୀତି-୨’ରୁ ହଟାଯାଇଛି। ଏହି ସବୁ ପରିବର୍ତ୍ତନ ଏନସିଇଆରଟି ସିଲାବସ୍ ଅନୁସରଣ କରୁଥିବା ବୋର୍ଡଗୁଡିକର ସିଲାବସରେ ମଧ୍ୟ ଲାଗୁ କରାଯିବ ।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe