Advertisment

ଦାୟିତ୍ୱ ନେଲେ ମୋଦିଙ୍କ ମନ୍ତ୍ରୀ, ଏବେ ବି ଖାଲି ରହିଛି ଦୁଇଟି ବଡ଼ ପଦ

ମନ୍ତ୍ରୀ ପଦ ବଣ୍ଟନ ପରେ ମଧ୍ୟ ଏବେବି ଖାଲି ରହିଛି ଆହୁରି ଦୁଇଟି ବଡ଼ ପଦ।

author-image
Madhupriya Mistry
modi-cabinet-new

modi-cabinet-new

ମୋଦି ୩.୦ ସରକାରଙ୍କ ସରିଛି ଶପଥ ଗ୍ରହଣ। ନୂଆ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ ମଧ୍ୟ ହୋଇ ସାରିଛି। ଏହାପରେ ଦାୟିତ୍ୱ ନେଇଛନ୍ତି ମୋଦିଙ୍କ ମନ୍ତ୍ରୀମଣ୍ଡଳ। ଜଣଙ୍କ ପରେ ଜଣେ ମନ୍ତ୍ରୀ ଆଜି ନିଜ ନିଜ ଅଫିସ୍‌କୁ ଯାଇ କାର୍ଯ୍ୟଭାର ସମ୍ଭାଳିଛନ୍ତି। ତେବେ ମନ୍ତ୍ରୀ ପଦ ବଣ୍ଟନ ପରେ ମଧ୍ୟ ଏବେବି ଖାଲି ରହିଛି ଆହୁରି ଦୁଇଟି ବଡ଼ ପଦ।

Advertisment

କିଏ ହେବ ଲୋକସଭା ବାଚସ୍ପତି। ତାହା ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ। ଲୋକସଭା ବାଚସ୍ପତି ପଦ ଏବେବି ଖାଲି ପଡିଛି। ସେହିପରି ଦଳର ମୁଖିଆଙ୍କ ନାଁ ମଧ୍ୟ ସ୍ଥିର କରାଯିବ। ନରେନ୍ଦ୍ର ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନାଡ୍ଡାଙ୍କୁ ପୁଣି ଥରେ କ୍ୟାବିନେଟରେ ସ୍ଥାନ ଦିଆଯାଇଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ତଥା ରାସାୟନିକ ଏବଂ ସାର ମନ୍ତ୍ରଣାଳୟର ଦାୟିତ୍ୱ ରହିଛି।

ଏବେ ନୂଆ ବିଜେପି ଅଧ୍ୟକ୍ଷ କିଏ ହେବ ତାକୁ ନେଇ ଚାଲିଛି ଚର୍ଚ୍ଚା। ଚଳିତ ବର୍ଷ ଶେଷ ଆଡକୁ ଜମ୍ମୁ କଶ୍ମୀର, ହରିୟାଣା, ଝାଡଖଣ୍ଡ ଏବଂ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ନୂତନ ବିଜେପି ସଭାପତିଙ୍କୁ ତୃଣମୂଳ ସ୍ତରରେ କାର୍ଯ୍ୟ କରିବାକୁ ପଡ଼ିବ।

Advertisment

ବିଜେପିର ଏଜେଣ୍ଡା ଉପରେ ଦ୍ୱିତୀୟ କାର୍ଯ୍ୟ ହେଉଛି ଲୋକସଭା ବାଚସ୍ପତିଙ୍କ ପାଇଁ ଏନଡିଏର ପସନ୍ଦକୁ ଚୂଡ଼ାନ୍ତ ରୂପ ଦେବା। ଏନ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ନୀତୀଶ କୁମାରଙ୍କ ଜେଡିୟୁ ହେଉଛି ବିଜେପିର ମୁଖ୍ୟ ସହଯୋଗୀ, ଯାହାର ସମର୍ଥନ ସରକାରଙ୍କ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ। ଏଭଳି ପରିସ୍ଥିତିରେ ଉଭୟ ଟିଡିପି ଏବଂ ଜେଡିୟୁ ଏହି ପୋଷ୍ଟ ଉପରେ ଆଖି ପକାଇଛନ୍ତି।

Lok Sabha Speaker PMModi Modi Cabinet 3.0