Advertisment

୫ ବର୍ଷ ପରେ ମୋଦି-ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, କ’ଣ କହିଲେ ଉଭୟ ନେତା

୨୦୧୯ରେ ଶେଷ ଥର ପାଇଁ ଏହି ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା।

Modi and x

Modi and x

Advertisment

ଋଷରେ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଆଜି ଭେଟଘାଟ୍ ହୋଇଛି। ଦୀର୍ଘ ୫ ବର୍ଷ ପରେ ପରସ୍ପରକୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ମୋଦି ଓ ଜିନପିଙ୍ଗ। ୨୦୧୯ରେ ଶେଷ ଥର ପାଇଁ ଏହି ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ସେହିପରି ୨୦୨୦ ଗଲୱାନ ସଂଘର୍ଷ ପରେ ଉଭୟ ଦେଶର ଶୀର୍ଷ ନେତାଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ଆଜି ଦ୍ୱିପାକ୍ଷିକ ଆଲୋଚନା ହୋଇଛି।

Advertisment

ରୁଷିଆର କାଜାନରେ ହୋଇଥିବା ଏହି ଦ୍ୱିପାକ୍ଷିକ ଆଲୋଚନାରେ ଭାରତ ଓ ଚାଇନା ସେନା ମଧ୍ୟରେ ପାଟ୍ରୋଲିଂକୁ ନେଇ ହୋଇଥିବା ସହମତିକୁ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରସ୍ପର ପ୍ରତି ବିଶ୍ୱାସ, ସମ୍ମାନ ଓ ସମ୍ବେଦନଶୀଳତା ଉପରେ ସେ ଗୁରୁତ୍ୱ ଦେବା ସହିତ ସୀମାରେ ଶାନ୍ତି ବଜାୟ ରଖିବା ଉଭୟ ଦେଶର ପ୍ରାଥମିକତା ହେବା ଉଚିତ ବୋଲି କହିଥିଲେ ମୋଦି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ମୁଁ ଆପଣଙ୍କୁ ଭେଟି ଖୁସି। ୫ ବର୍ଷ ପରେ ଆମେ ଏକ ଔପଚାରିକ ବୈଠକରେ ବସିଛନ୍ତି। ମୁଁ ବିଶ୍ୱାସ କରେ ଯେ ଭାରତ-ଚାଇନାର ସଂପର୍କର ଗୁରୁତ୍ୱ କେବଳ ଏହି ଦୁଇ ଦେଶର ଲୋକଙ୍କ ପାଇଁ ନୁହେଁ, ବରଂ ସାରା ବିଶ୍ୱର ଶାନ୍ତି, ସ୍ଥିରତା ଓ ବିକାଶ ପାଇଁ ମହତ୍ତ୍ୱପୂର୍ଣ୍ଣ। ସୀମାରେ ଗତ ୪ ବର୍ଷରେ ଉତ୍ପନ୍ନ ହୋଇଥିବା ସମସ୍ୟାଗୁଡ଼ିକ ଉପରେ ଯେଉଁ ସହମତି ପ୍ରକାଶ ପାଇଛି, ତାକୁ ଆମେ ସ୍ୱାଗତ କରୁଛୁ। ଆମ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ସୁନିଶ୍ଚିତ କରିବା ଆମର ପ୍ରାଥମିକତା ହେବା ଉଚିତ। ପାରସ୍ପରିକ ବିଶ୍ୱାସ, ପାରସ୍ପରିକ ସମ୍ମାନ ଓ ପାରସ୍ପରିକ ସମ୍ବେଦନଶୀଳତା ଆମ ଦ୍ୱିପାକ୍ଷିକ ସଂପର୍କର ଆଧାର ହେବା ଉଚିତ। ଆଜି ଆମେ ଏସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସୁଯୋଗ ପାଇଛନ୍ତି। 

Advertisment

ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ କହିଥିଲେ ଯେ ଉଭୟ ପକ୍ଷ ମଧ୍ୟରେ ଅଧିକ ଆଲୋଚନା ହେବା ଉଚିତ୍। ଉଭୟ ପକ୍ଷ ମଧ୍ୟରେ ସହଯୋଗ ବଢ଼ିବା ଉଚିତ। ଏହା ଉଭୟ ପକ୍ଷ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମ ମଧ୍ୟରେ ଥିବା ମତଭେଦ ଓ ଅସହମତିଗୁଡ଼ିକୁ ସଠିକ ଭାବେ ପରିଚାଳନା କରାଯିବାର ଆବଶ୍ୟକତା ରହିଛି। ଆମେ ପରସ୍ପରର ବିକାଶରେ ସହଯୋଗର ହାତ ବଢ଼ାଇବା ଉଚିତ।

ଆଜିର ଏହି ଦ୍ୱିପାକ୍ଷିକ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ସାମିଲ ହୋଇଥିଲେ।

China Narendra Modi India Xi Jinping
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe