Advertisment

ଆରମ୍ଭ ହେବ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା’, ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରୁ ଫେରିବା ପରେ ମୋଦିଙ୍କ ଘୋଷଣା

ପ୍ରଧାନମନ୍ତ୍ରୀ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ଅଯୋଧ୍ୟାରୁ ଫେରିବା ପରେ ମୁଁ ପ୍ରଥମ ନିଷ୍ପତ୍ତି ନେଲି ଯେ ଆମ ସରକାର ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା’ ଆରମ୍ଭ କରିବେ।

PM

PM

Advertisment

ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବରୁ ଦିଲ୍ଲୀ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା’। ଏହି ଯୋଜନାରେ ସାରା ଦେଶରେ ୧ କୋଟି ଘରେ କେନ୍ଦ୍ର ସରକାର ଲଗାଇବେ ସୋଲାର ପ୍ୟାନେଲ୍‌।

Advertisment

ଏହି ଯୋଜନା ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ତା’ପରେ ସେ ତାଙ୍କ ‘ଏକ୍ସ’ (ପୂର୍ବର ଟ୍ୱିଟର)ରେ ଏହା ସମ୍ବନ୍ଧୀୟ ଘୋଷଣା କରିଥିଲେ।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ବିଶ୍ୱର ସମସ୍ତ ଭକ୍ତ ସର୍ବଦା ସୂର୍ଯ୍ୟବଂଶୀ ଭଗବାନ ଶ୍ରୀ ରାମଙ୍କ ଠାରୁ ଶକ୍ତି ପ୍ରାପ୍ତ କରୁଛନ୍ତି। ଆଜି ଅଯୋଧ୍ୟାରେ ପବିତ୍ର ପ୍ରତିଷ୍ଠା ଉତ୍ସବ ଅବସରରେ ମୋର ସଂକଳ୍ପ ଆହୁରି ପ୍ରଶସ୍ତ ହେଲା ଯେ ଭାରତର ଲୋକଙ୍କ ଘରର ଛାତ ଉପରେ ନିଜର ସୋଲାର ରୁଫଟପ୍ ସିଷ୍ଟମ ରହିବା ଉଚିତ।

Advertisment

ସେ ଲେଖିଛନ୍ତି, ଅଯୋଧ୍ୟାରୁ ଫେରିବା ପରେ ମୁଁ ପ୍ରଥମ ନିଷ୍ପତ୍ତି ନେଲି ଯେ ଆମ ସରକାର ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା’ ଆରମ୍ଭ କରିବେ। ଏଥିରେ ୧ କୋଟି ଘରେ ରୁଫ୍‌ଟପ୍ ସୋଲାର ସିଷ୍ଟମ ଲଗାଯିବ। 

ଏହା ଦ୍ୱାରା କେବଳ ଗରିବ ଓ ମଧ୍ୟବିତ ଶ୍ରେଣୀ ଲୋକଙ୍କ ବିଦ୍ୟୁତ ବିଲ୍ ହ୍ରାସ ପାଇବ ନାହିଁ, ତା’ ସହିତ ଭାରତ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବ। 

ଆଜି ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶେଷ ହେବା ପରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ରାମ ଅଗ୍ନି ନୁହନ୍ତି, ସେ ଶକ୍ତି। ରାମ ବିବାଦ ନୁହନ୍ତି, ସେ ସମାଧାନ। ରାମ କେବଳ ଆମର ନୁହନ୍ତି, ସେ ସମସ୍ତଙ୍କର। ରାମ କେବଳ ବର୍ତ୍ତମାନ ନୁହନ୍ତି, ସେ ଅନନ୍ତି ମଧ୍ୟ।

Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe