Advertisment

ମୋଦି କ୍ୟାବିନେଟ୍‌ରେ କିଏ ପାଇବ ସ୍ଥାନ? ଏହି ସବୁ ନେତାଙ୍କୁ ଆସିଲା ଫୋନ୍‌ କଲ୍‌

ପୂର୍ବାହ୍ନ ସାଢ଼େ ୧୧ଟାରେ ୭ ଲୋକ କଲ୍ୟାଣ ମାର୍ଗରେ ନୂଆ ମନ୍ତ୍ରୀମାନଙ୍କୁ ଭେଟିବେ ମୋଦି।

Modi Cabinet

Modi Cabinet

Advertisment

ଆଜି ଲଗାତର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ତେବେ ଏହାପୂର୍ବରୁ ତାଙ୍କ କ୍ୟାବିନେଟ୍‌ରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଏନଡିଏ ସହଯୋଗୀ ସାଂସଦମାନଙ୍କୁ ମନ୍ତ୍ରୀ କରିବା ପାଇଁ ଫୋନ୍ କଲ୍ ଆସିବା ଆରମ୍ଭ ହୋଇଯାଇଛି। କେନ୍ଦ୍ର କ୍ୟାବିନେଟରେ ସାମିଲ୍ ପାଇଁ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଫୋନ୍ କଲ୍ କରାଯାଇଛି। ଜଣଙ୍କ ପରେ ଜଣେ ନେତାଙ୍କୁ ପିଏମ୍‌ଓରୁ ଯାଉଛି ଫୋନ୍ କଲ୍।

Advertisment

ମିଳିଥିବା ସୂତ୍ର ଅନୁଯାୟୀ, ଟିଡିପି, ଏଲଜେପି (ଆର) ଏବଂ ଜେଡିୟୁ ଭଳି ଦଳର ସାଂସଦମାନେ କଲ୍ ପାଇଛନ୍ତି। ମନ୍ତ୍ରୀ ହେବା ପାଇଁ ଟିଡିପି ସାଂସଦ ଡକ୍ଟର ଚନ୍ଦ୍ରଶେଖର ପେମାସାନି ଏବଂ କିଞ୍ଜାରାପୁ ରାମ ମୋହନ ନାଇଡୁଙ୍କୁ କଲ୍ କରାଯାଇଥିବା ସୂଚନା ମିଳିଛି।

ଏଥିସହ ବିଜେପି ନେତା ପିୟୁଷ ଗୋଏଲ୍‌, ରାଜନାଥ ସିଂହ, ନୀତୀନ ଗଡକରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜେଡିଏସ୍‌ ନେତା କୁମାର ସ୍ୱାମୀ, ଅପ୍‌ନା ଦଳ ନେତା ଅନୁପ୍ରିୟା ପଟେଲଙ୍କ ବ୍ୟତୀତ ଜେଡିଏର ରାଜ୍ୟସଭା ସାଂସଦ ରାମ ନାଥ ଠାକୁରଙ୍କୁ ମଧ୍ୟ କଲ୍ କରାଯାଇଛି। ଏହା ସହିତ ହାମ୍‌ ନେତା ଜିତନ ରାମ ମାଂଝୀ, ସର୍ବାନନ୍ଦ ସୋନୋଓ୍ୱାଲ, ଅର୍ଜୁନ୍‌ ରାମ ମେଘଓ୍ୱାଲ,ଜୟନ୍ତ ଚୌଧୁରୀ, ଶିବରାଜ ଚୌହାନ, ସର୍ବାନନ୍ଦ ସୋନୱାଲ, ବାସଭରାଜ ବୋମ୍ମାଇ, ମନୋହର ଲାଲ ଖଟ୍ଟରଙ୍କୁ ମଧ୍ୟ ମନ୍ତ୍ରୀ ପଦ ପାଇଁ ଫୋନ୍‌ ମିଳିଛି। ଏହି ସମସ୍ତ ନେତାଙ୍କୁ ମୋଦି ୩.୦ କ୍ୟାବିନେଟରେ ସାମିଲ କରାଯାଇପାରେ।

Advertisment

ଏନଡିଏର ବିଭିନ୍ନ ପ୍ରତିନିଧୀଙ୍କୁ ନୂତନ ପରିଷଦରେ ମନ୍ତ୍ରୀ ପରିଷଦରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଜେପି ଏବଂ ସହଯୋଗୀମାନଙ୍କ ମଧ୍ୟରେ ଆଲୋଚନା ହୋଇଛି। ଅମିତ ଶାହ ଏବଂ ରାଜନାଥ ସିଂଙ୍କ ସହିତ ବିଜେପି ସଭାପତି ଜେପି ନଡ୍ଡା, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ମୁଖ୍ୟ ନୀତୀଶ କୁମାର ଏବଂ ଶିବସେନାର ଏକନାଥ ସିନ୍ଦେଙ୍କ ସହ ମନ୍ତ୍ରୀ ପରିଷଦରେ ଭାଗ ନେବା ବିଷୟରେ ଆଲୋଚନା କରିଛନ୍ତି। ଏହାପରେ ନାମଗୁଡିକ ଚୂଡାନ୍ତ ହୋଇଛି ଏବଂ ଫୋନ୍ କଲ୍ ଆସିବା ଆରମ୍ଭ ହୋଇଛି।

ନରେନ୍ଦ୍ର ମୋଦି ଶପଥ ଗ୍ରହଣ ସମାରୋହ ପୂର୍ବରୁ ନୂଆ ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ସହ ନିଜ ବାସଭବନ ୭ ଲୋକ କଲ୍ୟାଣ ମାର୍ଗରେ ଦେଖାସାକ୍ଷାତ କରିବେ। ଏଠାରେ ସେ ସେମାନଙ୍କ ସହ ଚାଏ ପେ ଚର୍ଚ୍ଚା କରିବା କାର୍ଯ୍ୟକ୍ରମ ରହିଛି।

PM Modi Modi 3.0 Modi Cabinet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe