Advertisment

ଆଉ ୫ ବର୍ଷ ପାଇଁ ବ୍ୟାନ୍‌ ହେଲା ୟାସିନ ମଲ୍ଲିକଙ୍କ ସଙ୍ଗଠନ

ଆତଙ୍କବାଦ ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ଏହି ସଙ୍ଗଠନକୁ ବ୍ୟାନ୍ କରାଯାଇଛି।

yaseen-malik

yaseen-malik

Advertisment

ପାଖେଇ ଆସିଲାଣି ନିର୍ବାଚନ। ଆଉ ଅଳ୍ପ ଦିନ ମଧ୍ୟରେ ପଡିବ ଭୋଟ। ତେବେ ଏହା ପୂର୍ବରୁ ଆକ୍ସନ ମୁଡ୍‌ରେ କେନ୍ଦ୍ର ସରକାର। ଜମ୍ମୁ-କଶ୍ମୀରରେ ନେଇଛନ୍ତି ଆକ୍ସନ। କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କ ସଙ୍ଗଠନ ଜମ୍ମୁ-କଶ୍ମୀର ଲିବରେସନ ଫ୍ରଣ୍ଟ ଉପରେ ଲାଗିଥିବା ବ୍ୟାନ୍‌ ଅବଧିକୁ ବଢ଼ାଇ ଦେଇଛନ୍ତି ସରକାର। ଆଉ ୫ ବର୍ଷ ପାଇଁ ଏହି ସଙ୍ଗଠନକୁ ବ୍ୟାନ୍‌ କରାଯାଇଛି। ଏହାକୁ ବେଆଇନ ସଙ୍ଗଠନ ରୂପେ ଘୋଷଣା କରାଯାଇଛି। ଆତଙ୍କବାଦ ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ଏହି ସଙ୍ଗଠନକୁ ବ୍ୟାନ୍ କରାଯାଇଛି।

Advertisment

ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜମ୍ମୁ କଶ୍ମୀରରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାକୁ ପ୍ରୋତ୍ସାହିତ କରୁଥିବା କାର୍ଯ୍ୟରେ ନିଷିଦ୍ଧ ସଂଗଠନ ଜଡିତ ଅଛି। ଜାତିର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ଚ୍ୟାଲେଞ୍ଜ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ କଠୋର ଆଇନଗତ ପରିଣାମର ଭୋଗିବାକୁ ପଡିବ। ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଲୋକ ଏବଂ ସଂଗଠନକୁ ମୋଦି ସରକାର ଛାଡିବେ ନାହିଁ।

ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅପଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ଗୃହ ମନ୍ତ୍ରଣାଳୟ ୟାସିନ ମଲ୍ଲିକଙ୍କ ସଙ୍ଗଠନ ବ୍ୟତୀତ ଜମ୍ମୁ କଶ୍ମୀର ପିପୁଲ୍ସ ଲିଗର ଚାରୋଟି ଦଳ ଜେକେପିଏଲ(ମୁଖତାର ଅହମ୍ମଦ ବାଜା), ଜେକେପିଏଲ(ବଶିର ଅହମ୍ମଦ ତୋତା), ଜେକେପିଏଲ(ଗୁଲାମ ମହମ୍ମଦ ଖାନ) ଓ ଜେକେପିଏଲ(ଅଜିଜ ଶେଖ୍‌) କୁ ମଧ୍ୟ ନିଷିଦ୍ଧ କରିଛି। ଏହାକୁ ବେଆଇନ ସଂଗଠନ ବୋଲି ଘୋଷଣା କରାଯାଇଛି।

Advertisment

ଆତଙ୍କବାଦ ବିରୋଧୀ ଆଇନ, ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ୧୯୬୭ (UAPA) ଅନୁଯାୟୀ ଗୃହ ମନ୍ତ୍ରଣାଳୟ (ଏମଚଏ) ୨୦୧୯ରେ ମଲିକଙ୍କ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହି ପଦକ୍ଷେପ ହେବାର କିଛି ଦିନ ପୂର୍ବରୁ ସରକାର UAPA ର ଧାରା 3 (1) ଅନୁଯାୟୀ ଜମାତ-ଇ-ଇସଲାମି (JEI-J & K) ଉପରେ ପ୍ରତିବନ୍ଧକ ଲଗାଇଥିଲେ।

Jammu Kashmir Amit Shah Yasin Malik JKLF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe