Advertisment

ନିର୍ବାଚନ ପୂର୍ବରୁ ବଡ଼ ଭେଟି, ୧୫ଟଙ୍କା କମିଲା ପେଟ୍ରୋଲ-ଡିଜେଲ୍‌ ଦାମ୍‌

ଗୁରୁବାର ଦିନ କେନ୍ଦ୍ର ସରକାର ସାରା ଦେଶରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦାମ୍‌ରେ ୨ଟଙ୍କା ହ୍ରାସ କରିଥିଲେ।

author-image
Madhupriya Mistry
petrol Price

petrol Price

ନିର୍ବାଚନ ପୂର୍ବରୁ ବଡ଼ ଭେଟି। କମିଲା ପେଟ୍ରୋଲ-ଡିଜେଲ ଦାମ୍‌। ପାଖାପଖି ୧୫ଟଙ୍କା କମିଲା ତୈଳ ଦର। ନିର୍ବାଚନୀ କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହେବା ପୂର୍ବରୁ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପରେ ପେଟ୍ରୋଲ-ଡିଜେଲ ଦାମ୍‌ ୧୫ ଟଙ୍କା ଯାଏଁ କମ୍‌ କରାଯାଇଥିବା କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ହରୀଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି।

Advertisment

ଲାକ୍ଷାଦ୍ୱୀପ ଏଣ୍ଡ୍ରାଟ ଓ କଳାପାଣି ଦ୍ୱୀପରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ୧୫.୩ ଟଙ୍କା କମ୍‌ କରାଯାଇଛି। ସେହିପରି ମିନିକୟରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୫.୨ ଟଙ୍କା କମିଛି। ଏନେଇ ସୋଶାଲ ମିଡିଆ ପ୍ଲାଟଫର୍ମରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

କହିରଖୁ ଯେ, ଗୁରୁବାର ଦିନ କେନ୍ଦ୍ର ସରକାର ସାରା ଦେଶରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦାମ୍‌ରେ ୨ଟଙ୍କା ହ୍ରାସ କରିଥିଲେ। ନିର୍ବାଚନ ଆୟୋଗଙ୍କ ନିର୍ବାଚନୀ ତାରିଖ ଘୋଷଣା କରିବାର ଠିକ୍‌ ପୂର୍ବରୁ ଏହି ଘୋଷଣା କରାଯାଇଥିଲା।

Advertisment

ଗଲା ଦୁଇ ବର୍ଷ ହେଲା ପେଟ୍ରୋଲ ଓ ଡିଜେଲ ଦାମ୍‌ ସ୍ଥିର ଥିଲା। ଏଥିରେ କୌଣସି ପରିବର୍ତ୍ତନ ହୋଇନଥିଲା। ଏବେ ଦାମ୍‌ କମିବା ପରେ ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା ୧୦୧ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଦର ଲିଟର ପିଛା ୯୨.୬୨ରେ ପହଞ୍ଚିଛି। ସେହିପରି ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ଏଣିକି ଲୋକମାନେ ପେଟ୍ରୋଲ ଲିଟର ପିଛା ୯୪.୭୨ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ସେମାନଙ୍କୁ ୯୬.୭୨ ଟଙ୍କା ଦେବାକୁ ପଡ଼ୁଥିଲା।

ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୦୬.୩୧ ଟଙ୍କାରୁ ଖସି ୧୦୪.୨୧ ଟଙ୍କା, କୋଲକାତାରେ ୧୦୬.୦୩ ଟଙ୍କାରୁ ୧୦୩.୯୪ ଟଙ୍କା ଓ ଚେନ୍ନାଇବାସୀ ୧୦୨.୬୩ ଟଙ୍କା ବଦଳରେ ୧୦୦.୭୨ ଟଙ୍କା ଦେଇ କାଲି ସକାଳ ୬ଟାରୁ ପେଟ୍ରୋଲ ପାଇବେ।

Diesel Price Petrol Price Lakshadweep