Advertisment

ଆହୁରି ୫ ବର୍ଷ ମିଳିବ ମାଗଣା ଚାଉଳ

ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ ଯୋଗାଇବା ପାଇଁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ମିଳିଛି।

free-ration-scheme

free-ration-scheme

Advertisment

ବଢ଼ିଲା କେନ୍ଦ୍ର ସରକାରଙ୍କ ମାଗଣା ଚାଉଳ ଯୋଜନା ଅବଧି। ଆହୁରି ୫ ବର୍ଷ ମାଗଣା ଚାଉଳ ଦେବାକୁ ମିଳିଛି କ୍ୟାବିନେଟ୍‌ ମଞ୍ଜୁରୀ। ଅର୍ଥାତ ୨୦୨୯ ଯାଏଁ ମଗଣା ଚାଉଳ କେନ୍ଦ୍ର ଯୋଗାଇବେ। କେନ୍ଦ୍ର କ୍ୟାବିନେଟ୍‌ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର।

Advertisment

ବୈଠକରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ଆହୁରି ୫ ବର୍ଷ ଯାଏଁ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ପ୍ରାୟ ୮୧ କୋଟି ହିତାଧିକାରୀ ଲାଭ ପାଇବେ। ଏଥିପାଇଁ ପ୍ରାୟ ୧୧.୮୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଗରିବ କଲ୍ୟାଣ ଅନ୍ନ ଯୋଜନା ଆସନ୍ତା ଜାନୁୟାରୀ ୨୦୨୪ରୁ ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। କୋଭିଡ ୧୯ ମହାମାରୀ ସମୟରେ ଏହି ଯୋଜନା ଆରମ୍ଭ ହୋଇଥିଲା। ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧୩.୫୦ କୋଟି ଭାରତୀୟ ଦାରିଦ୍ର ସ୍ତରରୁ ଉପରକୁ ଉଠିଛନ୍ତି।

Advertisment

ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ ଯୋଗାଇବା ପାଇଁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ମିଳିଛି। କୃଷକମାନଙ୍କୁ କୃଷି ବ୍ୟବହାର ପାଇଁ ଭଡା ସେବା ଯୋଗାଇବା ଲାଗି ୨୦୨୩-୨୪ ରୁ ୨୦୨୫-୨୬ ମଧ୍ୟରେ ୧୫,୦୦୦ ମନୋନୀତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଡ୍ରୋନ ଯୋଗାଇ ଦିଆଯିବ। 

ଡ୍ରୋନ ଯୋଗାଇବା ପାଇଁ କେନ୍ଦ୍ର କ୍ୟାବିନେଟ ଏକ କେନ୍ଦ୍ରୀୟ ଯୋଜନା ଅନୁମୋଦନ କରିଛି। ଏହି ପ୍ରକଳ୍ପ ପାଇଁ ସରକାରଙ୍କ ୧,୨୬୧ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନା ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ଥାୟୀ ବ୍ୟବସାୟ ଏବଂ ଜୀବିକା ସହାୟତା ମିଳିପାରିବ। ଏହା ସହିତ ସେମାନେ ବର୍ଷକୁ ଅତି କମରେ ୧ ଲକ୍ଷ ଟଙ୍କା ଯାଏ ଅତିରିକ୍ତ ଆୟ କରିବାକୁ ସକ୍ଷମ ହୋଇପାରିବେ।

Cabinet Meeting PM Modi Free Ration Scheme
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe