ଗୁରୁବାର ଲ୍ୟାଣ୍ଡ‍ଫଲ କରିବ ବାତ୍ୟା ବିପର୍ଯ୍ୟୟ: ମୋଦିଙ୍କ ବୈଠକ, ଜାରି ହେଲା ହାଇ ଆଲର୍ଟ

ବାତ୍ୟା ବିପର୍ଯ୍ୟୟ ଏବେ ଜାଖାଉ ପୋର୍ଟ ଠାରୁ ୪୨୦ କିମି ଦୂର, ପୋରବନ୍ଦର ଠାରୁ ୩୨୦ କିମି, ଦେବଭୂମି ଠାରୁ ୩୬୦ କିମି ନଲିୟା ଠାରୁ ୪୪୦ କିମି ଦୂରରେ ରହିଛି।

Cyclone

ଦ୍ୱାରକାରେ ବାତ୍ୟାର ପ୍ରଭାବ

Hemant Lenka
  • Published: Monday, 12 June 2023
  • Updated: 12 June 2023, 04:15 PM IST

Sports

Latest News

ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ‌ଆସନ୍ତା ଗୁରୁବାର ଲ୍ୟାଣ୍ଡଫଲ କରିବ। ବର୍ତ୍ତମାନ ଭୟଙ୍କର ବାତ୍ୟାର ରୂପ ନେଇଥିବା ବିପର୍ଯ୍ୟୟ ଲ୍ୟାଣ୍ଡଫଲ ବେଳେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ଏଥିପାଇଁ ଭାରତୀୟ ପାଣିପାଗ ବିଭଗ ଗୁଜରାଟର ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ପାଇଁ ଆଲର୍ଟ ଜାରି କରିଛି।

ବାତ୍ୟା ବିପର୍ଯ୍ୟୟ ଏବେ ଜାଖାଉ ପୋର୍ଟ ଠାରୁ ୪୨୦ କିମି ଦୂର, ପୋରବନ୍ଦର ଠାରୁ ୩୨୦ କିମି, ଦେବଭୂମି ଠାରୁ ୩୬୦ କିମି ନଲିୟା ଠାରୁ ୪୪୦ କିମି ଦୂରରେ ରହିଛି। ଏହା ୧୫ ତାରିଖ ମଧ୍ୟାହ୍ନ ବେଳରକୁ ଗୁଜରାଟର ଜାଖାଉ ପୋର୍ଟ ଦେଇ ଅତିକ୍ରମ କରିବ। ଗୁଜରାଟର କଚ୍ଛ ଓ ପାକିସ୍ତାନର କରାଚି ମଧ୍ୟରେ ଲ୍ୟାଣ୍ଡଫଳ କରିବାର ଯଥେଷ୍ଟ ଆଶଙ୍କା ଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

ବାତ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜରୁରୀ ସୀମକ୍ଷା ବୈଠକ କରିଛନ୍ତି। ବାତ୍ୟାର ମୁକାବିଲା କେମିତି କରାଯାଇ ପାରିବ ଓ ଲୋକଙ୍କୁ ସ୍ଥାନାନ୍ତର ଉପରେ ବୈଠକରେ ଆଲୋଚନା ହୋଇଛି। ବାତ୍ୟାର ପ୍ରଭାବ ଗୁଜରାଟ ସମେତ ମୁମ୍ବାଇରେ ମଧ୍ୟ ପଡ଼ିପାରେ। ତେଣୁ ଏଠାରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି।

Also Read

ପାଣିପାଗ ବିଭାଗ ସୌରାଷ୍ଟ୍ର ଓ କଚ୍ଛ ପାଇଁ ବାତ୍ୟା ଆଲର୍ଟ ଜାରି କରିଛି। ବୁଧବାର ଯାଏ ସୌରାଷ୍ଟ୍ର ଓ କଚ୍ଛ ଉପକୂଳରେ ସମୁଦ୍ର ସାମାନ୍ୟ ଅଶାନ୍ତ ରହିବ। ଗୁରୁବାର ଏହା ଅଧିକ ଅଶାନ୍ତ ହୋଇପାରେ। କଚ୍ଛ, ଜାମନଗର, ମୋର୍ବି, ଗିର ସୋମନାଥ, ପୋରବନ୍ଦର ଓ ଦେବଭୂମି ଦ୍ୱାରକା ଜିଲ୍ଲାରେ ବାତ୍ୟା ବିପର୍ଯ୍ୟୟ ଯୋଗୁ ପ୍ରବଳ ବର୍ଷା ସହ ପବନ ବହିବ। ଏପରି କି ପବନର ଘଣ୍ଟା ପ୍ରତି ୧୫୦ କିମି ଛୁଇଁବାର ଆଶଙ୍କା ରହିଛି। ୧୩ରୁ ୧୫ ତାରିଖ ଯାଏ ଏପରି ସ୍ଥିତି ରହିବ।

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ବିପର୍ଯ୍ୟୟ ଘଣ୍ଟା ପ୍ରତି ୫ କିମି ବେଗରେ ଉତ୍ତର ଦିଗରେ ଗତି କରିବା ଆରମ୍ଭ କରିଛି। ଜୁନ ୧୪ ପରେ ଏହା ଦିଗ ବଦଳାଇବ। ଗୋଟିଏ ଅତି ଭୀଷଣ ବାତ୍ୟାର ରୂପ ନେଇ ଏହା ସୌରାଷ୍ଟ୍ର, କଚ୍ଛ ଓ ପାକିସ୍ତାନ ଉପରେ ୧୫ ତାରିଖ ମଧ୍ୟାହ୍ନରେ ଏହା ସ୍ଥଳ ଭାଗ ଛୁଇଁବ।

ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୫ରୁ ୧୩୫ ବେଳେବେଳେ ଏହା ୧୫୦ ମଧ୍ୟ ଛୁଇଁପାରେ। ଜୁନ ୧୪ ଓ ୧୫ରେ ସୌରାଷ୍ଟ୍ର ଓ କଚ୍ଛରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି।

ବାତ୍ୟାକୁ ଦୃଷ୍ଟିରେ ରଖି କଚ୍ଛ ପ୍ରଶାସନ ତଳିଆ ଅଞ୍ଚଳରେ ରହିଥିବା ଲୋକଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଛି। ସମସ୍ତ ସ୍ୱେଚ୍ଛାସେବୀ ସଂଗଠନକୁ ମଧ୍ୟ ୫ ହଜାରୁ ଅଧିକ ଶୁଖିଲା ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି।

ଗୁଜରାଟ, କେରଳ, କର୍ଣ୍ଣାଟକା, ମହାରାଷ୍ଟ୍ର ଓ ଲକ୍ଷଦ୍ୱୀପର ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ମୁମ୍ବାଇରେ ୫ଟି ଏନଡିଆରଏଫ ଟିମ ମୁତୟନ ହୋଇଛନ୍ତି। ସେହିପରି ଗୁଜରାଟକୁ ଆଉ ୪ଟି ଟିମ ପଠାଇ ଯାଇଛି। ପୁଣରେ ଥିବା ଏନଡିଆରଏଫ ଟିମକୁ ମଧ୍ୟ ଆଲର୍ଟରେ ରଖାଯାଇଛି।

ଅନ୍ୟପକ୍ଷରେ ବାତ୍ୟାର ପ୍ରଭାବ ପାକିସ୍ତାନରେ ମଧ୍ୟ ପଡ଼ିବାର ଆଶଙ୍କା ରହିଛି। ଏଥିପାଇଁ ସିନ୍ଧ ଓ ବାଲୋଚିସ୍ତାନକୁ ଆଲର୍ଟ ଜାରି କରାଯାଇଛି। ଜୁନ ୧୩ ତାରିଖ ରାତିରୁ ସିନ୍ଧ ଓ ମାକରନ ଉପକୂଳରେ ପ୍ରବଳ ବର୍ଷା ଆରମ୍ଭ ହେବ ବୋଲୀ ପାକିସ୍ତାନ ପାଣିପାଗ ବିଭାଗ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story