Advertisment

କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ମୋଦିଙ୍କ ନିମନ୍ତ୍ରଣ

କୁଏତୀ ବନ୍ଧୁଙ୍କୁ ମଧ୍ୟ ସାଥିରେ ଆଣିବାକୁ ସେଠାକାର ପ୍ରବାସୀ ଭାରତୀୟଙ୍କୁ କହିଛନ୍ତି ମୋଦି। ଏହା ସହିତ ଓଡ଼ିଶା ଆସିଲେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ମଧ୍ୟ ନେଇପାରିବେ ବୋଲି ସେ କହିଛନ୍ତି।

Modi

Modi

Advertisment

କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୁଏତ୍‌ର ‘ହାଲା ମୋଦି’ (ସ୍ୱାଗତ ମୋଦି) କାର୍ଯ୍ୟକ୍ରମରେ ଏହି ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ।  ଭୁବନେଶ୍ୱରରେ ଆସନ୍ତା ମାସରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେବାକୁ ସେ କୁଏତର ପ୍ରବାସୀ ଭାରତୀୟଙ୍କୁ କରିଛନ୍ତି ନିମନ୍ତ୍ରଣ। ଏଥିସହ କୁଏତୀ ବନ୍ଧୁଙ୍କୁ ମଧ୍ୟ ସାଥିରେ ଆଣିବାକୁ ସେମାନଙ୍କୁ  ସେ କହିଛନ୍ତି।

Advertisment

‘ହାଲା ମୋଦି’ କାର୍ଯ୍ୟକ୍ରମରେ ହଜାର ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିକଶିତ ଭାରତର ଯାତ୍ରା ପ୍ରବାସୀ ଭାରତୀୟଙ୍କ ଭାଗିଦାରୀ ବିନା ଅସମ୍ଭବ। ମୁଁ ଆପଣ ସମସ୍ତଙ୍କୁ ବିକଶିତ ଭାରତର ସଂକଳ୍ପ ସହ ଯୋଡ଼ିହେବା ପାଇଁ ଆମନ୍ତ୍ରଣ କରୁଛି ।ନୂଆବର୍ଷର ପ୍ରଥମ ମାସ ଅର୍ଥାତ୍ ୨୦୨୫ ଜାନୁଆରୀ ଏଥର ଅନେକ ରାଷ୍ଟ୍ରୀୟ ଉତ୍ସବର ମାସ ହେବାକୁ ଯାଉଛି । ୮ ରୁ ୧୦ ଜାନୁଆରୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସର ଆୟୋଜନ ହେବ। ମୁଁ ଆପଣ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରୁଛି। ଏହି ଯାତ୍ରାରେ ଆପଣ
ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ମଧ୍ୟ ନେଇପାରିବେ ବୋଲି କହିଛନ୍ତି ମୋଦି।

ଏହା ସହିତ ପ୍ରୟାଗରାଜରେ ମହାକୁମ୍ଭ ଓ ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବାକୁ ମଧ୍ୟ ସେ ପ୍ରବାସୀ ଭାରତୀୟଙ୍କୁ ଅପିଲ୍ କରିଛନ୍ତି। ଏଥିସହ କୁଏତୀ ବନ୍ଧୁଙ୍କୁ ସାଥିରେ ନେଇ ଭାରତ ବୁଲାଇବାକୁ ମଧ୍ୟ କହିଛନ୍ତି ମୋଦି।

Advertisment

କୁଏତର ଆମିର ଶେଖ ମେଶଲ ଅଲ ଶବାଙ୍କ ନିମନ୍ତ୍ରଣରେ ସେଠାକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି ମୋଦି। କୁଏତ ସିଟିରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ପ୍ରଧାନମନ୍ତ୍ରୀଙ୍କୁ ହୋଟେଲରେ ଜୋରଦାର ସ୍ୱାଗତ କରାଯାଇଥିଲା।
ଏହାପରେ ଶେଖ ସାଦ ଅଲ ବଦୁଲ୍ଲା ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସରେ ସେ ହାଲା ମୋଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ 

PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe