Advertisment

ମୋଦିଙ୍କୁ ଟକ୍କର ଦେବେ କମେଡି ଷ୍ଟାର୍‌ ଶ୍ୟାମ୍‌ ରଙ୍ଗୀଲା, ଲଢ଼ିବେ ନିର୍ବାଚନ

ମିମିକ୍ରି କରି ଚର୍ଚ୍ଚାକୁ ଆସିଥିବା ରାଜସ୍ଥାନର ଶ୍ୟାମ ରଙ୍ଗୀଲା ବାରଣାସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ।

Modi and Shyam Rangeela

Modi and Shyam Rangeela

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେବେ କମେଡି ଷ୍ଟାର୍‌ ଶ୍ୟାମ ରଙ୍ଗୀଲା। କମେଡିରୁ ଏବେ ରାଜନୀତିରେ କରିବେ ଏଣ୍ଟ୍ରି। ମୋଦିଙ୍କ ମିମିକ୍ରି କରି ଚର୍ଚ୍ଚାକୁ ଆସିଥିବା ରାଜସ୍ଥାନର ଶ୍ୟାମ ରଙ୍ଗୀଲା ବାରଣାସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲଢ଼ିବେ ନିର୍ବାଚନ। ଏନେଇ ସେ ଖୋଦ୍‌ ଘୋଷଣା କରିଛନ୍ତି।

Advertisment

ସୋଶାଲ ମିଡିଆ ପ୍ଲାଟଫର୍ମ 'X'ରେ ଏକ ପୋଷ୍ଟ ସେୟାର କରି ସେ କହିଛନ୍ତି, 'ଚଳିତ ଲୋକସଭା ନିର୍ବାଚନରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରଣାସୀରୁ ନିର୍ବାଚନ ଲଢିବେ।' ପ୍ରଥମେ ଲୋକମାନେ ତାଙ୍କର ଏହି ଘୋଷଣାକୁ ମଜାକ ଭାବୁଥିଲେ। ହେଲେ ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାର୍‌ ବେଳେ ସେ ଏହା ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, ଯଦି ରାଜନୀତି କମେଡି ଦୁନିଆରେ ପ୍ରବେଶ କରିପାରୁଛି ତେବେ ମୁଁ ନିଶ୍ଚିତ ଭାବରେ କମେଡି ମାଧ୍ୟମରେ ରାଜନୀତି ପ୍ରବେଶ କରିବି। କିଏ ଜାଣେ କାହାର କେତେବେଳେ ନାମାଙ୍କନ ଖାରଜ ହେବ ଓ କିଏ ପ୍ରତ୍ୟାହାର କରିନେବ। ହେଲେ ଦେଶରେ ଏବେ ବି ଲୋକତନ୍ତ୍ର ବଞ୍ଚିଛି ଓ ଏହି କାରଣରୁ ସେ ରାଜନୀତିରେ ଏଣ୍ଟ୍ରି କରି ନିର୍ବାଚନ ଲଢିବାକୁ ମନସ୍ଥ କରିଥିବା କଥା କହିଛନ୍ତି।

Advertisment

ସୁରଟ ଓ ଇନ୍ଦୋରରେ କେଉଁ ପରିସ୍ଥିତିରେ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କଲେ ତାକୁ ନେଇ ଶ୍ୟାମ ରଙ୍ଗୀଲା ପରୋକ୍ଷରେ ବିଜେପିକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ମୁଁ ଏଥିପାଇଁ ନିର୍ବାଚନ ଲଢିବାକୁ ଯାଉଛି, କାରଣ ଲୋକତନ୍ତ୍ରକୁ ବିପଦରୁ ବଞ୍ଚାଇବାକୁ ପଡିବ। ବାରଣାସୀ ଭୋଟରଙ୍କୁ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବାର ବିକଳ୍ପ ମିଳିବ। ସୁରଟ ଏବଂ ଇନ୍ଦୋର ଭଳି ପରିସ୍ଥିତି ହେବାକୁ ଦିଆଯିବ ନାହିଁ।

ରାଜସ୍ଥାନର ୨୯ ବର୍ଷୀୟ ଶ୍ୟାମ ରଙ୍ଗୀଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧିଙ୍କ ମିମିକ୍ରି କରି ଚାରିଆଡେ ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା କେବଳ ସାଙ୍କେତିକ ନୁହେଁ ବରଂ ଏହା ଗଣତନ୍ତ୍ର ପାଇଁ ଏକ ବଡ଼ ବାର୍ତ୍ତା ହେବ ବୋଲି ସେ କହିଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ସେ ବାରଣାସୀ ଯିବେ ଓ ସେଠାରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି।

୨୦୨୨ରେ ରଙ୍ଗୀଲ ପ୍ରଥମ ଥର ପାଇଁ ରାଜନୀତିରେ ଏଣ୍ଟ୍ରି କରିଥିଲେ। ସେ ଆମ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ। କିନ୍ତୁ ରାଜସ୍ଥାନରେ ଆମ୍‌ ଆଦମୀ ପାର୍ଟି ଫ୍ଲପ୍‌ ହୋଇଯାଇଥିଲା। ଏହାପରେ ସେ ଏବେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଛନ୍ତି। 

PM Modi Varanasi Loksabha Election 2024 Shyam Rangeela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe