Advertisment

ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆ ସରକାର ଗଠନ ପାଇଁ ମୋଦି ଆଜି ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରି ଦେଇଛନ୍ତି।

author-image
Madhupriya Mistry
PM Modi

PM Modi

ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ ସରକାର ଗଠନ ପାଇଁ ସେ ଆଜି ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରି ଦେଇଛନ୍ତି।

Advertisment

ଦେଶର ଲୋକସଭା ନିର୍ବାଚନର ଫଳାଫଳ ଆସି ସାରିଛି। ନିର୍ବାଚନ ଫଳାଫଳରେ ଏନଡିଏ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥି ସହିତ ଇଣ୍ଡିଆ ଆଲାଇନ୍ସ ମଧ୍ୟ ୨୦୦ ରୁ ଅଧିକ ସିଟ୍ ହାତେଇଛି। ବର୍ତ୍ତମାନ ଏକ ନୂତନ ସରକାର ଗଠନ ପାଇଁ ଉଦ୍ୟମ ଜୋରଦାର ଚାଲିଛି। ତେବେ ଏହା ପୂର୍ବରୁ କ୍ୟାବିନେଟ୍‌ ବୈଠକରେ ୧୭ତମ ଲୋକସଭା ଭଙ୍ଗ ପାଇଁ ସୁପାରିଶ କରାଯାଇଛି।

ଦିଲ୍ଲୀରେ ଏନ୍‌ଡିଏର ବୈଠକ ହେବ। ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ବହୁ ବଡ ନେତା ଦିଲ୍ଲୀରେ ହେବାକୁ ଥିବା ଏନଡିଏ ବୈଠକରେ ଯୋଗଦେବେ। ବୈଠକରେ ବିଜେପି ନେତା ଅମିତ ଶାହା ମଧ୍ୟ ଉପସ୍ଥିତ ରହିବେ। ଆସନ୍ତା ଜୁନ୍‌ ୮ ତାରିଖ ସନ୍ଧ୍ୟାରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଜୁନ୍‌ ୭ରେ ସଂସଦୀୟ ଦଳ ବୈଠକ ହେବ ବୋଲି ସୂତ୍ରରୁ ଜଣାପଡିଛି। 

Advertisment
LokSabha Election Results 2024 PM Modi Resign