Advertisment

ସ୍ୱଦେଶ ଫେରିଲେ ମୋଦି, କହିଲେ - ଭାରତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ରଖେ ବିଶ୍ୱାସ

୩ ଦିନିଆ ଅଷ୍ଟ୍ରିଆ, ଋଷିଆ ଗସ୍ତ ସାରି ସ୍ୱଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଥିଥେୟତା ପାଇଁ ଉଭୟ ଦେଶକୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

author-image
Niharika Rout
ଅଦ୍ୟତନ ହୋଇଛି
Pm Modi

Pm Modi

୩ ଦିନିଆ ଅଷ୍ଟ୍ରିଆ, ଋଷିଆ ଗସ୍ତ ସାରି ସ୍ୱଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଥିଥେୟତା ପାଇଁ ଉଭୟ ଦେଶକୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

Advertisment

ଗତକାଲି ଭିଏନାରୁ ବିଶ୍ୱ ସମୁଦାୟଙ୍କୁ ଆହ୍ୱାନ ଦେଇ ମୋଦି କହିଛନ୍ତି, ଭାରତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ବିଶ୍ୱାସ ରଖେ । ଏ ଅବସରରେ ଚାନସେଲନର କାର୍ଲ ନେହମରଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଆତଙ୍କବାଦକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ମୋଦି ।

ଉଭୟ ନେତାଙ୍କ ଆଲୋଚନାରେ ୟୁକ୍ରେନ୍ ଯୁଦ୍ଧ ଓ ପଶ୍ଚିମ ଏସିଆରେ ମୁଣ୍ଡ ଟେକିଥିବା ଅଶାନ୍ତ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା। ବର୍ତ୍ତମାନର ସମୟ ଯୁଦ୍ଧର ନୁହେଁ ବୋଲି କହିଥିଲେ ମୋଦି।

Advertisment

ସେହିଭଳି ଅଷ୍ଟ୍ରିଆ ଚାନସେଲରଙ୍କ ସହ ଆଲୋଚନା ବେଳେ ବିଭିନ୍ନ କୁଟନୈତିକ ଓ ବ୍ୟବସାୟିକ ସମ୍ପର୍କକୁ ଗୁରୁତ୍ୱ ଦିଆଯାଇଛି। ଭିତ୍ତିଭୂମି ବିକାଶ, ଅକ୍ଷୟ ଶକ୍ତି, ହାଇଡ୍ରୋଜେନ୍, ଜଳ ଏବଂ ପରିମଳ ପରିଚାଳନା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରସଙ୍ଗରେ ସହଭାଗିତା ପାଇଁ ଦୁଇ ନେତା ବିଶେଷ ଭାବେ ଆଲୋଚନା କରିଛନ୍ତି।

୪୧ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଅଷ୍ଟ୍ରିଆ ଗସ୍ତ। ଏ ଅବସରରେ ଅଷ୍ଟିଆରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

PM Modi