Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନରେ ତ୍ରୁଟି, ଉଡ଼ାଣ ବିଳମ୍ବ

ଦେଓଘର ଏୟାରପୋର୍ଟରୁ ସେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
PM Modi

PM Modi

ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ବିମାନରେ ଦେଖାଯାଇଛି ବୈଷୟିକ ତ୍ରୁଟି। ଝାରଖଣ୍ଡର ଦେଓଘର ଏୟାରପୋର୍ଟରେ ବିମାନରେ ତ୍ରୁଟି ଦେଖାଯିବାରୁ ମୋଦିଙ୍କ ଦିଲ୍ଲୀ ଫେରିବା ବିଳମ୍ବ ହୋଇଛି। ଆଜି ଝାରଖଣ୍ଡର ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଥିଲେ।

Advertisment

ଏହାପରେ ଦେଓଘର ଏୟାରପୋର୍ଟରୁ ସେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଥିଲା। ମୋଦି ଏୟାରପୋର୍ଟକୁ ଆସିଥିଲେ ହେଁ ହଠାତ୍‌ ବିମାନରେ ତ୍ରୁଟି ଦେଖାଯାଇଥିଲା।

ଏଥିପାଇଁ ବିମାନକୁ ଆଉ ଉଡ଼ାଣ କରାଯାଇ ନାହିଁ। ବୈଷୟିକ ଟିମ ତୁରନ୍ତ ବିମାନକୁ ଯାଞ୍ଚ କରିବା ସହ ତ୍ରୁଟିର ସମାଧାନ କରିବାରେ ଲାଗି ପଡ଼ିଛନ୍ତି। ବିମାନରେ ତ୍ରୁଟି ଯୋଗୁ ମୋଦିଙ୍କ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ବିଳମ୍ବିତ ହୋଇଛି।

Advertisment

ଆଜି ପ୍ରଧାନମନ୍ତ୍ରୀ ମୋଦି ଝାରଖଣ୍ଡରେ ୨ଟି କାର୍ଯ୍ୟକ୍ରମ କରିଥିଲେ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଇଁ ମୋଦି ଜନଜାତି ଗୌରବ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

PM Modi Jharkhand