Advertisment

ଶୁଣୁଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଆତଙ୍କବାଦ ପ୍ରସଙ୍ଗରେ ଧୁଲେଇ କଲେ ମୋଦି

ଆତଙ୍କବାଦ ପ୍ରସଙ୍ଗରେ ଦୋମୁହାଁ ନୀତି ଆଦୌ ଗ୍ରହଣୀୟ ନୁହେଁ ବୋଲି ମଧ୍ୟ କହିଛନ୍ତି। ଆତଙ୍କବାଦ ପ୍ରସଙ୍ଗରେ ମୋଦି ବର୍ଷୁଥିବା ବେଳେ ଶରିଫ କେବଳ ହତବାକ ହୋଇ ଚାହିଁ ରହିଥିବା ଦେଖିବାକୁ ମିଳିଛି।

Pakistan

Pakistan

Advertisment

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଉପସ୍ଥିତିରେ ସୀମା ପାର୍‌ ଆତଙ୍କବାଦ ପ୍ରସଙ୍ଗରେ ବର୍ଷିଛନ୍ତି ତାଙ୍କ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦି। ସେ ପାକିସ୍ତାନ ନାଁ ନେଇ ଆତଙ୍କବାଦ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି। ଏଥିସହ ଆତଙ୍କବାଦ ପ୍ରସଙ୍ଗରେ ଦୋମୁହାଁ ନୀତି ଆଦୌ ଗ୍ରହଣୀୟ ନୁହେଁ ବୋଲି ମଧ୍ୟ କହିଛନ୍ତି। ଆତଙ୍କବାଦ ପ୍ରସଙ୍ଗରେ ମୋଦି ବର୍ଷୁଥିବା ବେଳେ ଶରିଫ କେବଳ ହତବାକ ହୋଇ ଚାହିଁ ରହିଥିବା ଦେଖିବାକୁ ମିଳିଛି।

Advertisment

ସଙ୍ଘାଇ କୋପୋରେସନ ଅର୍ଗାନାଇଜେସନ(ଏସ୍‌ସିଓ) ସମ୍ମିଳନୀର ଅଧ୍ୟକ୍ଷତା ଆଜି ପ୍ରଧାନମନ୍ତ୍ରୀ ମୋଦି କରିଥିଲେ। ଏସ୍‌ସିଓ ସଦସ୍ୟ ଭାବେ ପାକିସ୍ତାନ, ରୁଷ ଓ ଚାଇନା ମଧ୍ୟ ଭର୍ଚୁଆଲ ମୋଡରେ ଆୟୋଜିତ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶରିଫ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପସ୍ଥିତିରେ ମୋଦି ସୀମା ପାର୍‌ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ। ଏସ୍‌ସିଓ ସଦସ୍ୟ ରାଷ୍ଟ୍ରଗୁଡ଼ିକ ନିଜର ନୀତି ଅନୁସାରେ ସୀମା ପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରକୁ ଏଥିପାଇଁ ଉତ୍ତରଦାୟୀ କରିବା ଉଚିତ। ସେମାନେ ବିନା କୌଣସି ଦ୍ୱଧାରେ ସୀମା ପାର ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ରାଷ୍ଟ୍ରକୁ ସମାଲୋଚନା କରିବେ ଦରକାର ବୋଲି ମୋଦି କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ମିଳୁଥିବା ପାଣ୍ଠିକୁ ବନ୍ଦ କରିବା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପର ଆବଶ୍ୟକତା ରହିଛି। ଆତଙ୍କବାଦ ଆଞ୍ଚଳିକ ଓ ବିଶ୍ୱର ଶାନ୍ତି ପ୍ରତି ବିପଦ ସୃଷ୍ଟି କରୁଛି। ଏହି ସମସ୍ୟାର ସମାଧାନ ପାଇଁ ପରସ୍ପର ମଧ୍ୟରେ ଥିବା ସହଭାଗିତାକୁ ବୃଦ୍ଧି କରିବାକୁ ହେବ।

ଆମକୁ ଏକାଠି ହୋଇ ସବୁ ସ୍ତରରେ ଓ ସବୁ ଉପାୟରେ ଆତଙ୍କବାଦ ବିରୋଧରେ ଲଢ଼େଇ କରିବାକୁ ପଡ଼ିବ। ଆତଙ୍କବାଦ ବିରୋଧୀ ଲଢ଼େଇ ବେଳେ ଦୋମୁହାଁ ନୀତି ଚଳିବ ନାହିଁ।”

ଅବଶ୍ୟ ମୋଦି ପାକିସ୍ତାନ ନାଁ ନେଇ ନାହାନ୍ତି କିନ୍ତୁ ସେ ସୀମା ପାର୍‌ ଆତଙ୍କବାଦ କଥା କହି ପାକିସ୍ତାନ ଆଡ଼କୁ ଇଙ୍ଗିତ କରିଛନ୍ତି। ଭାରତ ସବୁବେଳେ ବିଭିନ୍ନ ଆତଙ୍କବାଦୀ ସଂଗଠନକୁ ସବୁ ପ୍ରକାରର ସୁରକ୍ଷା ପାଇଁ ପାକିସ୍ତାନକୁ ଦାୟୀ କରି ଆସୁଛି। ସୀମା ପାର ଆତଙ୍କବାଦକୁ ପାକିସ୍ତାନ ପ୍ରୋତ୍ସାହିତ କରୁଥିବା ମଧ୍ୟ ବିଭିନ୍ନ ଫୋରମରେ ଭାରତ କହିଛି।

ଏସସିଓ ସମ୍ମିଳନୀରେ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱ ସମ୍ମୁଖୀନ ହେଉଥିବା ଖାଦ୍ୟ, ତୈଳ ଓ ସାର୍‌ ଯୋଗାଣକୁ ନେଇ ମଧ୍ୟ ସମସ୍ତଙ୍କୁ ସତର୍କ କରାଇଛନ୍ତି। ଆଫଗାନିସ୍ତାନ ସ୍ଥିତି ସମ୍ପର୍କରେ ସେ କହିଛନ୍ତି, “ଅଧିକାଂଶ ଏସ୍‌ସିଓ ରାଷ୍ଟ୍ର ଆଫଗାନିସ୍ତାନ ସ୍ଥିତିକୁ ନେଇ ଯେଉଁ ଚିନ୍ତା ଓ ଆଶା ରଖିଛନ୍ତି, ଭାରତ ମଧ୍ୟ ଅନୁରୂପ ଆଶାରେ ରହିଛି।”

ଏସ୍‌ସିଓର ସଂସ୍କାର ଓ ଆଧୁନିକରଣ ପ୍ରସଙ୍ଗାକୁ ମଧ୍ୟ ଭାରତ ସମର୍ଥନ କରୁଥିବା ମୋଦି କହିଛନ୍ତି। ସେ କହିଛନ୍ତି, “ଏସ୍‌ସିଓ ପରିବାରରେ ନୂଆ ସଦସ୍ୟ ଭାବେ ଇରାନ ସାମିଲ ହେବାକୁ ଯାଉଥିବାରୁ ମୁଁ ବହୁତ ଖୁସି। ବେଲାରୁଷକୁ ଏସ୍‌ସିଓ ସଦସ୍ୟ ଭାବେ ଗ୍ରହଣ କରିବାକୁ ହୋଇଥିବା ମେମୋରେଡମ ଅଫ ଓବ୍ଲିଗେସନକୁ ମୁଁ ସ୍ୱାଗତ କରୁଛି।”

ଭାରତର ଏସ୍‌ସିଓ ଅଭିଯାନ ୨୦୦୫ରୁ ଗୋଟିଏ ଅବଜର୍ବର ଦେଶ ଭାବେ ଆରମ୍ଭ ହୋଇଥିଲା। ୨୦୧୭ ଆସଟାନା ସମ୍ମିଳନୀରେ ଭାରତ ଏସ୍‌ସିଓର ପୂର୍ଣ୍ଣ ସଦସ୍ୟତା ଲାଭ କରିଥିଲା। ଏବେ ଭାରତ ପାଖରେ ଏହାର ଅଧ୍ୟକ୍ଷତା ରହିଛି।

ଏସସିଓର ଅଧ୍ୟକ୍ଷ ଭାବେ ଭାରତରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାରେ ଲାଗିଛି। ଏହିକ୍ରମରେ ଆଜି ମୋଦି ଭର୍ଚୁଆଲ ମୋଡରେ ଏସ୍‌ସିଓର ଅଧ୍ୟକ୍ଷତା କରିଥିଲେ। ରୁଷ, ଚାଇନା, ପାକିସ୍ତାନ, କିର୍ଗିଜିସ୍ତାନ, କାଜାଖସ୍ତାନ, ତଜିକିସ୍ତାନ ଓ ଉଜବେକିସ୍ତାନ ଆଜିର ବୈଠକରେ ସାମିଲ ହୋଇଥିଲେ।

Pakistan PM Modi SCO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe