Advertisment

MOTN; ମୁଡ୍‌ ଅଫ୍ ଦି ନେସନ ସର୍ଭେ; ଆଜି ଲୋକସଭା ନିର୍ବାଚନ ହେଲେ ବିଜେପି ଏକାକୀ କରିପାରିବ ସରକାର

୨୦୨୬ରେ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହି ରିପୋର୍ଟ ବିଜେପିକୁ ଉତ୍ସାହିତ କରିବ ବୋଲି କୁହାଯାଉଛି।

author-image
Jitendra Garnayak
Narendra Modi

ନିର୍ବାଚନ ଦୃଷ୍ଟିକୋଣରୁ ୨୦୨୪ ପରେ ୨୦୨୫ରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏର ପ୍ରାଧ୍ୟାନ୍ୟ ଦେଖିବାକୁ ମିଳିଥିଲା। ୨୦୨୫ରେ ଦିଲ୍ଲୀ ଓ ବିହାର ବିଧାନସଭା ନିର୍ବାଚନ ଜିତିଥିଲା ଏନଡିଏ। ୨୦୨୬ ପ୍ରାରମ୍ଭରୁ ମଧ୍ୟ ଏନ୍‌ଡିଏକୁ ମିଳିଛି ନିର୍ବାଚନୀ ସଫଳତା। ବିଏମ୍‌ସି ଓ ମହାରାଷ୍ଟ୍ର ମ୍ୟୁନିସିପାଲଟୀ ନିର୍ବାଚନଗୁଡ଼ିକରେ ଏହାକୁ ମିଳିଛି ବିପୁଳ ସଫଳତା। ଏଭଳି ଏକ ସମୟରେ ଇଣ୍ଡିଆ ଟୁଡେ-ସିଭୋଟର ମୁଡ୍‌ ଅଫ୍ ଦ ନେଶନ ସର୍ଭେ ଏନ୍‌ଡିଏ ପାଇଁ ଆଣି ଦେଇଛି ଡବଲ୍ ଖୁସି।

Advertisment

ଏହି ସର୍ଭେ ଅନୁସାରେ ଯଦି ଆଜି ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ, ତା’ହେଲେ ଏନ୍‌ଡିଏ ୩୫୨ଟି ଆସନ ପାଇବ। ୨୦୨୪ ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ‘୪୦୦ରୁ ଅଧିକ’ ନାରାଠାରୁ ଏହା ବେଶ୍‌ ଦୂରରେ ରହିଥିଲେ ହେଁ, ଏହି ସଂଖ୍ୟା ଦର୍ଶାଉଛି ଯେ ଏବେ ବି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଉପରେ ଲୋକଙ୍କ ବିଶ୍ୱାସ ବଜାୟ ରହିଛି।

ଯଦି ଦଳ ଅନୁସାରେ ଦେଖିବା, ତା’ହେଲେ ଏହି ରିପୋର୍ଟ ବିଜେପିକୁ ଅଧିକ ଉତ୍ସାହିତ କରିପାରେ। କାରଣ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଯଦି ଆଜି ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ, ତା’ହେଲେ ବିଜେପି ୨୮୭ଟି ଆସନ ଜିତିବ ଓ ଏକାକୀ ସରକାର ଗଠନ କରିବ। ୨୦୨୪ ନିର୍ବାଚନରେ ଦଳ ୨୪୦ଟି ଆସନ ପାଇଥିଲା। ୨୭୨ର ମ୍ୟାଜିକ ନମ୍ବରରୁ ଦଳ ବହୁ ପଛରେ ରହି ଯାଇଥିଲା।  

Advertisment

୨୦୨୬ରେ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହି ରିପୋର୍ଟ ବିଜେପିକୁ ଉତ୍ସାହିତ କରିବ ବୋଲି କୁହାଯାଉଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରୁ ପଶ୍ଚିମବଙ୍ଗ, ତାମିଲନାଡୁ ଓ କେରଳରେ ବିଜେପି କେବେ ବି ସରକାର ଗଠନ କରି ନାହିଁ। 

ଅନ୍ୟପକ୍ଷରେ ଏହି ସର୍ଭେ ରିପୋର୍ଟ କଂଗ୍ରେସ ନେତୃତ୍ୱଧୀନ ଇଣ୍ଡିଆ ବ୍ଳକକୁ ଝଟକା ଦେଇଛି। ୨୦୨୪ରେ ୨୩୪ଟି ଆସନ ଜିତିଥିବା ଇଣ୍ଡିଆ ବ୍ଳକ ଆଜି ଲୋକସଭା ନିର୍ବାଚନ ହେଲେ ୧୮୨ଟି ଆସନ ଜିତିବ ବୋଲି ଏହି ସର୍ଭେରେ କୁହାଯାଇଛି। ସେହିପରି ୨୦୨୪ରେ କଂଗ୍ରେସ ୯୯ଟି ଆସନ ଜିତିଥିବା ବେଳେ ଆଜି ନିର୍ବାଚନ ହେଲେ ୮୦ଟି ଆସନ ଜିତିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।