Advertisment

ଆଜିଠୁ ମୋଦିଙ୍କ ଦୁଇ ଦିନିଆ କୁଏତ ଗସ୍ତ

ପ୍ରଧାନମନ୍ତ୍ରୀ ମୋଦି ଆଜିଠାରୁ ଦୁଇ ଦିନିଆ କୁଏତ ଗସ୍ତରେ ଯିବେ। ୪୩ ବର୍ଷ ପରେ ପ୍ରଥମଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଉଛନ୍ତି।

author-image
Niharika Rout
PM Modi

PM Modi

ପ୍ରଧାନମନ୍ତ୍ରୀ ମୋଦି ଆଜିଠାରୁ ଦୁଇ ଦିନିଆ କୁଏତ ଗସ୍ତରେ ଯିବେ। ୪୩ ବର୍ଷ ପରେ ପ୍ରଥମଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଉଛନ୍ତି। କୁଏତର ଆମିର ଶେଖ ମେଶଲ ଅଲ ଶବାହଙ୍କ ନିମନ୍ତ୍ରଣରେ ଡିସେମ୍ବର ୨୧ ଏବଂ ୨୨ ଦୁଇ ଦିନିଆ ଗସ୍ତରେ ସେଠାକୁ ଯାଉଛନ୍ତି ମୋଦି।

Advertisment

ସେଠାରେ ପ୍ରଧାନମନ୍ତ୍ରୀ ମୋଦି ପ୍ରମୁଖ ନେତା ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହ କୁଏତରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁସାରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ଏହି ଗସ୍ତ ସହାୟକ ହେବ। ମୋଦିଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ବ୍ୟବସାୟ ଏବଂ ଅନ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବ। କୁଏତରେ ରହୁଥିବା ଭାରତୀୟ ସମୁଦାୟ ସବୁଠାରୁ ବଡ ପ୍ରବାସୀ ସମୁଦାୟ।

Advertisment

ପ୍ରଧାନମନ୍ତ୍ରୀ ସକାଳ ୯ଟା ୧୫ରେ କୁଏତ ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି। ସ୍ଥାନୀୟ ସମୟ ୧୧ଟା ୩୫ରେ ପ୍ରଧାନମନ୍ତ୍ରୀଙ୍କ ସେଠାରେ ଅବତରଣ କରିବ। ପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଭାରତୀୟ ସମୁଦାୟ ପକ୍ଷରୁ ମୋଦିଙ୍କ ସ୍ବାଗତ ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି।

PM Modi