Advertisment

ଅମିତ ଶାହଙ୍କୁ ଟାର୍ଗେଟ କରି ଉଦ୍ଧବ କହିଲେ ‘ମୁଗାମ୍ବୋ ଖୁସ୍‌ ହୁଆ’

ନିଜ ବୁନିଆଦିର ଚିହ୍ନ ହାତରୁ ଚାଲିଗଲା ପରେ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି ଉଦ୍ଧବ ଠାକରେ।

Uddhav Thackeray

Uddhav Thackeray

Advertisment

ପ୍ରଥମେ କ୍ଷମତା ପରେ ନାମ ଓ ପ୍ରତୀକ ବା ଚିହ୍ନକୁ ଉଦ୍ଧବ ଠାକରେଙ୍କଠାରୁ ମହାରାଷ୍ଟ୍ରର କ୍ଷମତାସୀନ ଏକନାଥ ସିନ୍ଦେଙ୍କ ନତୃତ୍ୱାଧିନ ସରକାର ପଶାପାଲି ଖେଳି ଅପହରଣ କରିନେବା ପରେ ଏବେ ରାଜନୈତିକ ଝଡ଼ ତୀବ୍ର ହୋଇଛି। ନିଜ ବୁନିଆଦିର ଚିହ୍ନ ହାତରୁ ଚାଲିଗଲା ପରେ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଏବେ ଶିବସେନାର ନାମ ଓ ଚିହ୍ନ କଣ ହେବ ସେନେଇ ଦ୍ୱନ୍ଦ୍ୱରେ ଥିବା ବେଳେ ସମ୍ପୂର୍ଣ୍ଣ ଘଟଣାର ପରଦା ପଛର ବିଜେପିର ଅମିତ ଶାହା ମୁଖ୍ୟ ନାୟକ ଥିବା ଉଦ୍ଧବ ଠାକରେ ଟାର୍ଗେଟ କରିଛନ୍ତି। ମିଷ୍ଟର ଇଣ୍ଡିଆର ଫିଲ୍ମର ଅମ୍ରେଶ ପୁରୀଙ୍କ ଚରିତ୍ରକୁ ଉଦ୍ଧାର କରି ଅମିତ ଶହାଙ୍କ ଉଦ୍ଦେଶ୍ୟରରେ ‘ମୁଗାମ୍ବୋ ଖୁସ ହୁଆ’ ବୋଲି କଟାକ୍ଷ କରିଛନ୍ତି। ସେହିପରି ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିନ୍ତି। ସେ କହିଛନ୍ତି ଯେ, ୧୯୯୩ରେ ମୁମ୍ବାଇରେ ସିରିଏଲ ବ୍ଲାଷ୍ଟରେ ମୁମ୍ବାଇକୁ ଶିବସେନା ହିଁ ବଞ୍ଚେଇ ଥିଲା।

Advertisment

ଏବେ ଯେଉଁମାନେ ହିନ୍ଦୁତ୍ୱ କଥା କହୁଛନ୍ତି ସେତେବେଳେ ସେମାନେ କେଉଁଠି ଥିଲେ। ସେମାନଙ୍କ ଠିକଣା ଜଣା ନଥିଲା । ଏବେ ସେମାନେ ୫୬ ଇଞ୍ଚର ଛାତି ଦେଖାଉଛନ୍ତି। ମୁମ୍ବାଇ ବ୍ଲାଷ୍ଟରେ ବେଳେ ୫୬ ଇଞ୍ଚର ଛାତି କେଉଁଠି ଥିଲା। ଠାକ୍‌ରେ କହିଛନ୍ତି, ଗତ ୭୫ ବର୍ଷ ମଧ୍ୟରେ ଏଭଳି ଝଟ୍‌କା କେବେ କୌଣସି ଦଳକୁ ଲାଗିନି। ଯଦି ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବୁଛନ୍ତି ଯେ ସେମାନଙ୍କ ଦ୍ବାରା ଦାସ ଭଳି ପରିଚାଳିତ କିଛି ସରକାରୀ ସଂସ୍ଥା ଶିବସେନାକୁ ଶେଷ କରିଦେବେ ତେବେ ଏହା ସମ୍ଭବ ନୁହେଁ। ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ ସେ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କହିଛନ୍ତି। ଠାକ୍‌ରେ କହିଛନ୍ତି, ମହାରାଷ୍ଟ୍ରକୁ ଆସିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାଲାସାହେବ ଠାକ୍‌ରେଙ୍କ ମାସ୍କ ପିନ୍ଧିବା ଆବଶ୍ୟକ ପଡ଼ିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସି‌ନ୍ଦେଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି। ସିନ୍ଦେଙ୍କ ‌ନେତୃତ୍ୱାଧୀନ ଶିବସେନାକୁ ସିଧାସଳଖ ଚ୍ୟାଲେଂଜ କରି ଠାକରେ କହିଛନ୍ତି, ଚୋରମାନଙ୍କୁ ପବିତ୍ର ‘ଧନୁ ଏବଂ ତୀର’ ଚିହ୍ନ ମିଳିଛି। ସେମାନେ ମଶାଲ ଚିହ୍ନକୁ ବି ନେଇଯି‌ବାକୁ ଷଡ଼ଯନ୍ତ୍ର କରୁଛନ୍ତି।

ତେବେ ମୁଁ ସେମାନଙ୍କୁ ଚ୍ୟାଲେଞ୍ଜ କରୁଛି, ଯଦି ସେମାନେ ମଣିଷ ତେବେ ସେମାନେ ଚୋରି କରିନେଇଥିବା‌ ଧନୁ ଏବଂ ତୀର ଚିହ୍ନ ସହ ଆମ ସାମ୍ନାକୁ ଆସନ୍ତୁ। ଅନ୍ୟପଟେ ଶିବସେନାର ନାମ ଓ ଚିହ୍ନ କଣ ହେବ ଏବଂ ଉଦ୍ଧବ କଣ ନିଷ୍ପତ୍ତି ନେବେ ସେଥିରୁ ନିଜକୁ ଦୂରେଇ ରଖିଛନ୍ତି ଏନସିପି ମୁଖ୍ୟ ଶରଦ ଯାଦବ। ବାସ୍ତବରେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ବୁଝାଇଥିଲେ ଯେ ନୂଆ ଚିହ୍ନ ଗ୍ରହଣ କର । ସେ ଉଦ୍ଧବଙ୍କୁ କହିଥିଲେ ଯେ, ନିର୍ବାଚନ କମିସନଙ୍କ ନିଷ୍ପତ୍ତି ବିଶେଷ କୌଣସି ପ୍ରଭାବ ପକାଇବନି ଏବଂ ଲୋକମାନେ ନୂଆ ଚିହ୍ନକୁ ଗ୍ରହଣ କରିନେବେ। ଏହା ନିର୍ବାଚନ କମିସନଙ୍କ ନିଷ୍ପତ୍ତି। ଥ‌ରେ ନିଷ୍ପତ୍ତି ନିଆଗଲେ ତା’ ଉପରେ କୌଣସି ଆଲୋଚନା ହେବା ଉଚିତ ନୁହେଁ। ଏହି ନିଷ୍ପତ୍ତିକୁ ଗ୍ରହଣ କରିବାକୁ ହେବ ଏବଂ ନୂଆ ଚିହ୍ନ ସହ ଆଗକୁ ବଢିବାକୁ ପଡ଼ିବ। ପୁରୁଣା ଚିହ୍ନ କୌଣସି ବଡ଼ ପ୍ରଭାବ ପକାଇବନି ଏବଂ ଲୋକମାନେ ନୂଆ ଚିହ୍ନକୁ ଗ୍ରହଣ କରିନେବେ। ତେବେ ଉଦ୍ଧବ ସୁପ୍ରିମକୋର୍ଟ ଯିବାକୁ ଅଡ଼ି ବସିଥିବାବେଳେ ଏବେ ଶରଦ ନିଜେ ଦୂରେଇ ଯାଇଛନ୍ତି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe