Advertisment

କ୍ରିକେଟର ମହମ୍ମଦ ଶାମିଙ୍କୁ କୋର୍ଟରୁ ବଡ଼ ଝଟକା

ପତ୍ନୀ ହସିନା ଜାହାନଙ୍କ ଠାରୁ ଛାଡ଼ ପତ୍ର ଚାହୁଁଥିବା ଶାମିଙ୍କୁ କୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି।

Shami

Shami

Advertisment

ପତ୍ନୀଙ୍କ ସହ ଛାଡ଼ପତ୍ର ମାମଲାରେ କ୍ରିକେଟର ମହମ୍ମଦ ଶାମିଙ୍କୁ କଲିକତା ହାଇକୋର୍ଟ ବଡ଼ ଝଟକା ଦେଇଛନ୍ତି। ପତ୍ନୀ ହସିନା ଜାହାନଙ୍କ ଠାରୁ ଛାଡ଼ ପତ୍ର ଚାହୁଁଥିବା ଶାମିଙ୍କୁ କୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ହସିନା ଓ ଝିଅ ଆଇରାଙ୍କ ଭରଣପୋଷଣ ପାଇଁ ଶାମିଙ୍କୁ ମାସିକ ୪ ଲକ୍ଷ ଟଙ୍କା ଲେଖାଏ ଦେବାକୁ ଆଜି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଶାମି ଭରଣପୋଷଣ ପାଇଁ ମାସିକ ୪ ଲକ୍ଷ ଟଙ୍କା ଦେବେ। ଏହା ମଧ୍ୟରୁ ୧.୫ ଲକ୍ଷ ହସିନା ଓ ବାକି ୨.୫୦ ଲକ୍ଷ ଟଙ୍କା ଝିଅ ପାଇଁ ଖର୍ଚ୍ଚ ହେବ। ଏହି ଭରଣପୋଷଣ ଅର୍ଥ ପିଛିଲା ଭାବେ ୭ ବର୍ଷ ତଳୁ ଲାଗୁ ହେବ। ହାଇକୋର୍ଟ ତଳ କୋର୍ଟଙ୍କୁ ୬ ମାସ ମଧ୍ୟରେ ମାମଲାର ରଫାଦଫା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଦତ୍ତ ଆଇନ ଅନୁସାରେ ହସିନା ଏପରି ମାମଲା କରିଥିଲେ।

ଶାମିଙ୍କ ଠାରୁ ୧୦ ଲକ୍ଷ ଟଙ୍କାର ଭରଣପୋଷଣ ପାଇଁ ହସିନା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ନିଜ ପାଇଁ ୭ ଲକ୍ଷ ଓ ଝିଅ ପାଇଁ ୩ ଲକ୍ଷ ଟଙ୍କା ଶାମିଙ୍କ ଠାରୁ ଆଣିବାକୁ ଚାହୁଁଥିଲେ। କିନ୍ତୁ ତଳ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ।

Advertisment

ଏବେ ହାଇକୋର୍ଟ ଭରଣପୋଷଣ ପାଇଁ ମାସିକ ୪ ଲକ୍ଷ ଟଙ୍କା ଉଭୟ ମା’ ଓ ଝିଅଙ୍କୁ ଦେବାକୁ କହିଛନ୍ତି। ଶାମି ୪ ଲକ୍ଷ ଟଙ୍କାର ଭରଣପୋଷଣ ଖର୍ଚ୍ଚ ଦେବାକୁ ସକ୍ଷମ। ସେହିପରି ହସିନା ମଧ୍ୟ ଦ୍ୱିତୀୟ ବିବାହ କରି ନଥିବାର, ସେ କ୍ଷତିପୂରଣ ପାଇବାକୁ ଯୋଗ୍ୟ ବୋଲି କହି କୋର୍ଟ ନିଜ ରାୟରେ କହିଛନ୍ତି।

Mohammed Shami
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe