Advertisment

ଥାଇରୟଡ ରୋଗ ପାଇଁ ଜିମ୍‌ ଯାଉଥିବା ଦୁଇ ଛୁଆର ମା’ ଏବେ ବଡି ବିଲଡିଂରେ ଜିତିଲେ ସ୍ୱର୍ଣ୍ଣ

ତିଭା ୧୩ତମ ଜାତୀୟ ବରିଷ୍ଠ ମହିଳା ବଡି ବିଲଡିଂ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଅଦ୍ୟତନ ହୋଇଛି
body-building champion

body-building champion

Advertisment

ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ୪୧ ବର୍ଷୀୟ ମହିଳା ପ୍ରତିଭା ଥାପଲିୟାଲ। ଉତ୍ତରାଖଣ୍ଡର ପାଉରି ଗରହୱାଲରେ ରହୁଥିବା ଗୃହିଣୀ ପ୍ରତିଭା ୧୩ତମ ଜାତୀୟ ବରିଷ୍ଠ ମହିଳା ବଡି ବିଲଡିଂ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତୀୟ ବଡି ବିଲଡିଂ ଫେଡରେସନ ପକ୍ଷରୁ ମଧ୍ୟପ୍ରଦେଶର ରତଲାମରେ ଏହି ପ୍ରତିଯୋଗିତାଟି ଆୟୋଜନ କରାଯାଇଥିଲା। ସମସ୍ତଙ୍କୁ ପଛରେ ପକାଇ ପ୍ରତିଭା ଏଠାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

Advertisment

୨ ଛୁଆର ମା’ ପ୍ରତିଭା ଦ୍ୱିତୀୟ ଥର ପାଇଁ କୌଣସି ବଡି ବିଲଡିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେ ମାତ୍ର କିଛି ବର୍ଷ ତଳେ ହିଁ ଜିମ ଯିବା ସହ ବଡି ବିଲଡିଂ ଆରମ୍ଭ କରିଥିଲେ। ଖୁବ କମ ଦିନ ମଧ୍ୟରେ ସେ ସଫଳତା ପାଇଛନ୍ତି। ୫ ବର୍ଷ ତଳେ ଥାଇରୟଡ ରୋଗ ଯୋଗୁ ସେ ନିଜର ଶରୀରକୁ ନେଇ ସଂଘର୍ଷ କରୁଥିଲେ। ହେଲେ ଏବେ ପ୍ରତିଭା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ସମସ୍ତଙ୍କ ପାଇଁ ଉଦହାରଣ ସୃଷ୍ଟି କରିଛନ୍ତି।

ସେ କହିଛନ୍ତି, “ମୋ ଥାଇରୟଡ ସ୍ତର ୫ ବଦଳରେ ୫୦ରେ ପହଞ୍ଚି ଯାଇଥିଲା। ଡାକ୍ତର ମୋତେ ଶାରୀରିକ ବ୍ୟାୟାମ କରିବାକୁ ପରାର୍ମଶ ଦେଇଥିଲେ। ଡାକ୍ତରଙ୍କ କଥା ମାନି ମୁଁ ମୋର ସ୍ୱାମୀ ଭୂପେଶଙ୍କ ସହ ମିଶି ଜିମରେ ୱାର୍କଆଉଟ ଆରମ୍ଭ କରିଥିଲି। ମାତ୍ର କିଛି ମାସ ମଧ୍ୟରେ ମୋର ଓଜନ ୩୦ କେଜି କମି ଯାଇଥିଲା।”

Advertisment

ପ୍ରତିଭା ଗତବର୍ଷ ପ୍ରଥମଥର ପାଇଁ ସିକ୍କିମରେ ଆୟୋଜିତ ବଡି ବିଲଡିଂ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେ ଉତ୍ତରାଖଣ୍ଡର ପ୍ରଥମ ପ୍ରଫେସନାଲ ବଡି ବିଲଡରର ଆଖ୍ୟା ମଧ୍ୟ ପାଇଥିଲେ। ତେବେ ତାଙ୍କୁ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ପ୍ରତିଭା କହିଛନ୍ତି, “ମୋତେ ଯେଉଁମାନେ ପୂର୍ବରୁ ତାଚ୍ଛଲ୍ୟ କରୁଥିଲେ ସେମାନଙ୍କ ଆଭିମୁଖ୍ୟ ମୁଁ ସ୍ୱର୍ଣ୍ଣ ଜିତିବା ପରେ ବଦଳି ଯାଇଛି। ପ୍ରଥମେ ଏହି କ୍ରୀଡ଼ାରେ ଭାଗ ନେବାକୁ ମୁଁ ଟିକିଏ ସଙ୍କୋଚ କରୁଥିଲି। କାରଣ ପ୍ରତିଯୋଗିତାରେ ଦିଆଯାଉଥିବା ପୋଷାକ ମୋତେ ପସନ୍ଦ ନଥିଲା। ପ୍ରକୃତରେ ମୁଁ ଯେତେବେଳେ ବଡି ବିଲଡିଂ ଆରମ୍ଭ କରିଥିଲି ସେତେବେଳେ ଆମ ପଡ଼ୋଶୀ ମହିଳାମାନେ ମୋତେ କମେଣ୍ଟ କରୁଥିଲେ। ହେଲେ ସେମାନଙ୍କ ବ୍ୟବହାର ମୁଁ ସ୍ୱର୍ଣ୍ଣ ଜିତିବା ପରେ ବଦଳି ଯାଇଛି।”

ଜିମରେ ୱାର୍କ ଆଉଟ କରିବା ସମୟରେ ପ୍ରତିଭାଙ୍କ ସ୍ୱାମୀ ଭୂପେଶ ହିଁ ତାଙ୍କ ଶାରୀରିକ ପରିବର୍ତ୍ତନକୁ ଚିହ୍ନଟ କରିଥିଲେ ଓ ସେ ଓଜନଦାର ଜିନିଷ ଉଠାଇ ପାଇରିବେ ବୋଲି ଅଭନୁଭ କରିଥିଲେ। ଏହାପରେ ତାଙ୍କ ପରାମର୍ଶକ୍ରମେ ପ୍ରତିଭା ବଡି ବିଲଡିଂ ଅଭ୍ୟାସ କରିଥିଲେ।

ପ୍ରତିଭାଙ୍କ ସ୍ୱାମୀ ଭୂପେଶ ହେଉଛନ୍ତି ଜଣେ ଟ୍ରେନର ଓ ଡାଇଟିସିଆନ। ସେ କହିଛନ୍ତି, “ଋଷିକେଶରେ ପାଠ ପଢ଼ୁଥିବା ବେଳେ ପ୍ରତିଭା ସ୍କୁଲ ଓ କଲେଜ ସମୟରୁ ହିଁ ଭଲିବଲ ଏବଂ କ୍ରିକେଟ ଖେଳୁଥିଲେ। ଏପରି କି ବାହାଘର ପୂର୍ବରୁ ରାଜ୍ୟ ଭଲିବଲ ଟିମର ନେତୃତ୍ୱ ସେ ନେଉଥିଲେ। ଜିମରେ ତାଙ୍କ ମସଲ୍ସ ଦେଖି ମୁଁ ତାଙ୍କୁ ବଡି ବିଲଡିଂ କରିବାକୁ ପରାମର୍ଶ ଦେଇଥିଲି।

ଖୁବକମ ଦିନ ଭିତରେ ସେ ଚମତ୍କାର ସ୍ତରରୁ ଚାଲି ଆସିଥିଲେ। ସିକ୍କିମରେ ପଦକ ନ ମିଳିବାରୁ ପ୍ରତିଭା ଆହୁରି କଠିନ ପରିଶ୍ରମ କରିଥିଲେ। ପ୍ରାୟ ୭ ଘଣ୍ଟା ସେ ଜିମରେ ଅଭ୍ୟାସ କରିବା ସହ ଖାଦ୍ୟପେୟର ଯତ୍ନ ନେଇଥିଲେ। ଶେଷରେ ତାଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି। ଆମର ଆଶା ଏବେ ରାଜ୍ୟ ସରକାର ତାଙ୍କ କଥା ବୁଝିବେ ଓ ଭଲ ତାଲିମ ପାଇଁ ସହଯୋଗ କରିବେ।”

ପ୍ରତିଭାଙ୍କ ସାନ ପୁଅର ବୟସ ୧୫ ଓ ବଡ଼ ପୁଅର ବୟସ ୧୭। ସାନ ପୁଅ ୧୦ମ ଓ ବଡ଼ ପୁଅ ଦ୍ୱାଦଶ ଶ୍ରେଣୀରେ ପଢ଼ୁଛନ୍ତି। ଏବେ ପ୍ରତିଭା ଏସିଆନ ଓ ବିଶ୍ୱ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି।

Uttarakhand GYM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe