Advertisment

ଜେଟ୍‌ ଏୟାର୍‌ଓ୍ୱେଜ୍‌ର ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ

ସେପ୍ଟେମ୍ବର ୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେଟ୍‌ ଏୟାରଓ୍ୱେଜ୍‌ ମାଲିକ ନରେଶ ଗୋଏଲଙ୍କୁ ଗିରଫ କରିଥିଲା।

author-image
Madhupriya Mistry
Jet Airways

Jet Airways

ଜବତ ହେଲା ଜେଟ୍‌ ଏୟାର୍‌ଓ୍ୱେଜ୍‌ର ସମ୍ପତ୍ତି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୫୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି। ଜବତ ସମ୍ପତ୍ତି ମଧ୍ୟରେ ଲଣ୍ଡନ, ଦୁବାଇ ଓ ଭାରତର ଭିନ୍ନ ଭିନ୍ନ ରାଜ୍ୟରେ ଥିବା ୧୭ଟି ଫ୍ଲାଟ, ବଙ୍ଗଳା ଓ କମର୍ସିଆଲ ବିଲ୍ଡିଂ ସାମିଲ ଅଛି। ଏସବୁ ଜେଟ୍‌ ଏୟାରଓ୍ୱେଜ ମାଲିକ ନରେଶ ଗୋଏଲ, ପତ୍ନୀ ଅନୀତା ଗୋଏଲ ଓ ପୁଅ ନିବାନ ଗୋଏଲ ସମେତ କମ୍ପାନୀ ଏବଂ ବିଭିନ୍ନ ଲୋକଙ୍କ ନାଁରେ ରେଜିଷ୍ଟର ଥିବା ଇଡି କହିଛି।

Advertisment

ସୂଚନା ମୁତାବକ ମନି ଲଣ୍ଡରିଂ ଆକ୍ଟ(ପିଏମ୍‌ଏଲ୍‌ଏ), ୨୦୦୨ ଅଧିନରେ ପାଖାପାଖି ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଏଥିରୁ ନରେଶ ଗୋଏଲଙ୍କ ବ୍ୟତୀତ କିଛି ସମ୍ପତ୍ତି ଜେଟ୍‌ ଏୟାର ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଜେଟ୍‌ ଏଣ୍ଟରପ୍ରାଇସେଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାଁରେ ମଧ୍ୟ ରେଜିଷ୍ଟର ଅଛି ବୋଲି ଇଡି ସୂଚନା ଦେଇଛି।

ମଙ୍ଗଳବାର ଦିନ କାନାରା ବ୍ୟାଙ୍କ ଆଣିଥିବା ଠକେଇ ମାମଲାରେ ଇଡି ନରେଶ ଗୋଏଲ ଓ ଅନ୍ୟ ୫ ଜଣଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ କରିଥିଲା। ବ୍ୟାଙ୍କର ଅଭିଯୋଗ ମୁତାବକ, ଜେଟ୍‌ ଏୟାରଓ୍ୱେଜ୍‌କୁ ୮୪୮ କୋଟି ଟଙ୍କାର କ୍ରେଡିଟ୍‌ ଲିମିଟ୍‌ ଓ ଲୋନ୍ ପ୍ରଦାନ କରାଯାଇଥିଲା। ଏଥିରୁ ୫୩୮ କୋଟି ଟଙ୍କା ବାକି ରହିଛି। ଏହି ଅଭିଯୋଗକୁ ଆଧାର କରି ଇଡି ଆଜି ଜେଟ୍‌ ଏୟାରଓ୍ୱେଜର ସମ୍ପତ୍ତି ଜବତ କରିଛି।

Advertisment

ସୂଚନା ମୁତାବକ, ସେପ୍ଟେମ୍ବର ୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେଟ୍‌ ଏୟାରଓ୍ୱେଜ୍‌ ମାଲିକ ନରେଶ ଗୋଏଲଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ମୁମ୍ବାଇର ଆର୍ଥର ରୋଡ୍‌ ଜେଲ୍‌ରେ ଅଛନ୍ତି।

Money Laundering Case Jet Airways Naresh Goyal