Tension Before Bank
ବ୍ୟାଙ୍କ ଆକାଉଣ୍ଟରେ ହଠାତ୍ ଗାଏବ ହୋଇଗଲା ଟଙ୍କା । ଆପେ ଆପେ ଖାଲି ହୋଇଗଲା ଖାତା। ଏହାଦେଖି ତାତିଲେ ଶତାଧିକ ଗ୍ରାମବାସୀ ଓ ବ୍ୟାଙ୍କରେ ପହଞ୍ଚି ହଙ୍ଗାମା କଲେ। ଏପରି ଏକ ଘଟଣା ଉତ୍ତରପ୍ରଦେଶର ବାନ୍ଦାରେ ଘଟିଛି। ପ୍ରାୟ ୪ଶହରୁ ଅଧିକ ଲୋକ ଏପରି ସମସ୍ୟାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି।
ଏହିପରି ଏକ ଘଟଣା ଜସପୁରା ଥାନା ଅଧୀନ ଗଡ଼ରିୟା ଗାଁରେ ଘଟିଛି। ଏଠାରେ ଥିବା ଗ୍ରାମବାସୀଙ୍କ ଆକାଉଣ୍ଟକୁ ସରକାରୀ ଯୋଜନା ଟଙ୍କା ଆସୁଥିବା ବେଳେ ଏବେ ତାହା ହଠାତ୍ ଗାଏବ ହୋଇ ଯାଇଛି।
ପୀଡ଼ିତଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କ ବ୍ୟାଙ୍କ ଖାତାରେ ସେମାନଙ୍କ ଅର୍ଜିତ ଧନ, ଲୋନ୍ ଟଙ୍କା, କିଷାନ ସମ୍ମାନ ନିଧି ଓ ପେନସନ ଟଙ୍କା ରହିଥିଲା। ମାତ୍ର ତାହା ହଠାତ୍ ଗାଏବ ହୋଇ ଯାଇଛି। ଏପରିକି ଜାଲି ଉପାୟରେ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।
ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖା ଦେଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ବ୍ୟାଙ୍କ ବାହାରେ ଧାରଣାରେ ବସିଥିଲେ। ଖବର ପାଇ ପୁଲିସ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଛି। ତେବେ ଏପରି ଅଭିଯୋଗରେ କୌଣସି ସତ୍ୟତା ନ ଥିବା ବେଳେ ଅଭିଯୋଗକାରୀଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟର ଷ୍ଟେଟମେଣ୍ଟ ଦିଆଯାଇଥିବା ମ୍ୟାନେଜର ସୂଚନା ଦେଇଛନ୍ତି।
ଏନେଇ ଜଳ ଶକ୍ତି ମନ୍ତ୍ରୀ ରାମକେଶ ନିଷାଦଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ତୁରନ୍ତ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ସେ ଜିଲ୍ଲାପାଳ , ଏସିପ ଓ ବ୍ୟାଙ୍କର ଉପରିସ୍ଥ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ୍ ଏହି ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us