Advertisment

ଲକ୍ଷେ ଟଙ୍କା ନେଇଗଲା ମାଙ୍କଡ଼

ମାଙ୍କଡ଼ ଟଙ୍କାର ମୂଲ୍ୟ ବୁଝୁ ନଥିଲେ ହେଁ ଟଙ୍କା ବ୍ୟାଗ ଧରି ଆଖି ପିଛୁଳାକେ ଗଛ ଉପରକୁ ଚଢ଼ି ଯାଇଥିଲା। ମାତ୍ର କିଛି ସେକେଣ୍ଡ ମଧ୍ୟରେ ଲକ୍ଷପତି ବନି ଯାଇଥିବା ଉତ୍ତର ପ୍ରଦେଶ ରାମପୁରର ଏହି ମାଙ୍କଡ଼ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Monkey

Monkey

Advertisment

ଖାଦ୍ୟ କିମ୍ବା ଆଉ କିଛି ଜିନିଷ ପାଇଁ ଆସିଥିଲା ମାଙ୍କଡ଼। ବୁଲାବୁଲି କରୁଥିବା ବେଳେ ହଠାତ୍‌ ତା’ ହାବୁଡ଼ରେ ପଡ଼ି ଯାଇଥିଲା ଗୋଟିଏ ବ୍ୟାଗ। ସେହି ବ୍ୟାଗରେ ଥିଲା ନଗଦ ଲକ୍ଷେ ଟଙ୍କା।

Advertisment

ମାଙ୍କଡ଼ ଟଙ୍କାର ମୂଲ୍ୟ ବୁଝୁ ନଥିଲେ ହେଁ ଟଙ୍କା ବ୍ୟାଗ ଧରି ଆଖି ପିଛୁଳାକେ ଗଛ ଉପରକୁ ଚଢ଼ି ଯାଇଥିଲା। ମାତ୍ର କିଛି ସେକେଣ୍ଡ ମଧ୍ୟରେ ଲକ୍ଷପତି ବନି ଯାଇଥିବା ଉତ୍ତର ପ୍ରଦେଶ ରାମପୁରର ଏହି ମାଙ୍କଡ଼ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ମାଙ୍କଡ଼ଟି ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଶାହାବାଦ ସ୍ଥିତ ରେଜଷ୍ଟ୍ରୀ ଅଫିସକୁ ଆସିଥିବା ବେଳେ ଟଙ୍କା ଭର୍ତ୍ତି ବ୍ୟାଗକୁ ନିଜ ବାଇକ୍‌ରେ ଟାଙ୍ଗି ବେଞ୍ଚରେ କିଛି ସମୟ ପାଇଁ ବସିଥିଲେ। ଏତିକି ବେଳେ ଗୋଟିଏ ମାଙ୍କଡ଼ ବ୍ୟାଗଟିକୁ ଝାମ୍ଫି ନେଇ ଗଛରେ ଚଢ଼ି ଯାଇଥିଲା।

Advertisment

ଦିଲ୍ଲୀରେ ରହୁଥିବା ଶରଫତ ହୁସେନ ମଙ୍ଗଳବାର ଉତ୍ତରପ୍ରଦେଶର ଶାହାବାଦ ସ୍ଥିତ ରେଜଷ୍ଟ୍ରୀ ଅଫିସକୁ ଆସିଥିଲେ। ସେ ଗୋଟିଏ ଗଛ ନିକଟରେ ନିଜ ଗାଡ଼ିକୁ ରଖି ବେଞ୍ଚରେ ବସିଥିଲେ।

ସେ ନିଜର କାଗଜପତ୍ର ଯାଞ୍ଚ କରୁଥିବା ବେଳେ ଗୋଟିଏ ମାଙ୍କଡ଼ ଆସି ପହଞ୍ଚିଥିଲା। ଏହାପରେ ସେ ବାଇକ ଉପରେ ଚଢ଼ି କିଛି ଖୋଜା ଖୋଜି କରିଥିଲା। ଏତିକି ବେଳେ ଗାଡ଼ିରେ ରଖାଯାଇଥିବା ବ୍ୟାଗ ଉପରେ ତା’ର ନଜର ପଡ଼ିଥିଲା। ହୁସେନ ତାଙ୍କ କାମରେ ବ୍ୟସ୍ତ ଥିବା ବେଳେ ମାଙ୍କଡ଼ଟି ଲକ୍ଷେ ଟଙ୍କା ବ୍ୟାଗକୁ ନେଇ ଚାଲି ଯାଇଥିଲେ।

କିଛି ସେକେଣ୍ଡ ପରେ ହୁସେନ ବାଇକକୁ ଚାହିଁଲା ବେଳକୁ ବ୍ୟାଗ ଆଉ ସେଠି ନଥିଲା। ଏହା ଦେଖି ହୁସେନ ପୂରା ସ୍ତବ୍ଧ ହୋଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହ ସେ ଖୋଜାଖୋଜି କରିବାରୁ ବ୍ୟାଗ ସହ ମାଙ୍କଡ଼ି ନିକଟସ୍ଥ ଗଛ ଉପରେ ବସିଥିବା ଦେଖିବାକୁ ପାଇଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ ହୁସେନ ତାଙ୍କ ବ୍ୟାଗକୁ ଫେରି ପାଇଥିଲେ। ଏହା ମଧ୍ୟରେ ଥିବା ଟଙ୍କା ମଧ୍ୟ ପୂର୍ବଭଳି ସୁରକ୍ଷିତ ରହିଥିଲା।

Uttar Pradesh Monkey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe