Advertisment

୪ରେ କେରଳ ଛୁଇଁବ ମୌସୁମୀ, କିନ୍ତୁ ଜୁନରେ ସ୍ୱାଭାବିକ ଠାରୁ କମ ବର୍ଷିବ

ଜୁନ୍‌ରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇପାରେ। କିନ୍ତୁ ଏହାପରେ ମୌସୁମୀ ପିକ୍‌ରେ ପହଞ୍ଚିବ।

Monsoon

Monsoon

Advertisment

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍‌ ୪ରେ କେରଳ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥର ମୌସୁମୀ ବିଳମ୍ବରେ ଆସିବାକୁ ଥିବା ବେଳେ ଏହା ଉପରେ ଏଲ ନିନୋର ପ୍ରଭାବ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଜୁନ୍‌ ମାସରେ ସମଗ୍ର ଦେଶରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇପାରେ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Advertisment

କେରଳ ଛୁଇଁବାର ୧୦ ଦିନ ପରେ ସାଧାଣତଃ ମୌସୁମୀ ଓଡ଼ିଶାକୁ ଆସିଥାଏ। ତେଣୁ ଜୁନ ୪ରେ ମୌସୁମୀ କେରଳ ଛୁଇଁବାକୁ ଥିବା ବେଳେ ଜୁନ ୧୪ ଅର୍ଥାତ ରଜ ବେଳକୁ ଓଡ଼ିଶାରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି। 

ଗତବର୍ଷ ମେ’ ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିଲା। ୨୦୨୧ରେ ଏହା ଜୁନ ୩ ଓ ୨୦୨୦ରେ ମୌସୁମୀ ଜୁନ ୧ରେ କେରଳରେ ତା’ର ଉପସ୍ଥିତି ଜାହିର କରିଥିଲା। 

Advertisment

ବିଭାଗ କହିଛି ଯେ ୪ ମୌସୁମୀ କେରଳ ଛୁଇଁବାକୁ ଥିଲେ ହେଁ ଜୁନ୍‌ରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇପାରେ। କିନ୍ତୁ ଏହାପରେ ମୌସୁମୀ ପିକ୍‌ରେ ପହଞ୍ଚିବ। ତେଣୁ ଜୁନରୁ ସେପ୍ଟେମ୍ବର ଯାଏ ବର୍ଷାକୁ ଦେଖିଲେ ସମଗ୍ର ଦେଶରେ ସ୍ୱାଭାବିକ ବର୍ଷା ହେବ। ଲଙ୍ଗ ପରିୟଡ ଆଭରେଜ(ଏଲପିଏ) ବା ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ୯୬% ବର୍ଷା ହେବ। ଏହା ୪% ଅଧିକ କିମ୍ବା କମ ହୋଇପାରେ। ଏପରି ସ୍ଥିତି ଉପୁଜିଲେ ଏହାକୁ ସ୍ୱାଭାବିକ ବର୍ଷା ବୋଲି ବିବେଚନା କରାଯିବ।

ଆଇଏମଡିର ଇଏମଆରସି ମୁଖ୍ୟ ଡ. ଶିବାନନ୍ଦ ପାଇ କହିଛନ୍ତି, “ଜୁନ ମାସରେ ସମଗ୍ର ଦେଶରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇପାରେ। କିନ୍ତୁ ଦକ୍ଷିଣ ଭାରତର ପାର୍ବତ୍ୟ ଅଞ୍ଚଳ, ଉତ୍ତର ଭାରତର କିଛି ଅଂଶ ଓ ଉତ୍ତରପୂର୍ବ ଭାରତର କିଛି ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ। ଏଲ ନିନୋ ପ୍ରଭାବ ସତ୍ତ୍ୱେ ଏଲପିଏରେ ସ୍ୱାଭାବିକ ବର୍ଷା ହେବ। ୯୪%ରୁ ୧୦୬% ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି।”

ଆଇଏମଡି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଜୁନ ୪ ସୁଦ୍ଧା ମୌସୁମୀ କେରଳ ଛୁଇଁବ। ପୂର୍ବଭଳି ଜୁନ୍ ୧ ସୁଦ୍ଧା ମୌସୁମୀ କେରଳ ଛୁଇଁବାର କୌଣସି ସମ୍ଭାବନା ନାହିଁ। ଆକଳନ ଅନୁସାରେ ମୌସୁମୀ ଚଳିତ ବର୍ଷ ସ୍ୱାଭାବିକ ରହିବ। ତେବେ ଉତ୍ତର ପଶ୍ଚିମ ଭାରତରେ ମୌସୁମୀ ସ୍ୱାଭାବିକ ଠାରୁ କମ ବର୍ଷିବ। ଆସନ୍ତା ଗୋଟିଏ ସପ୍ତାହ ଯାଏ ଆରବ ସାଗରରେ କୌଣସି ବାତ୍ୟାର ସଙ୍କେତ ନାହିଁ।

ପଶ୍ଚିମା ଝଡ଼ ଯୋଗୁ ଏବେ ଭାରତର ଉତ୍ତର ଭାଗରେ ବର୍ଷା ହେଉଛି। ପବନ ମଧ୍ୟ ବୋହୁଛି। ଯଦି ଏଭଳି ପାଗ ରହିଲା, ତା’ହେଲେ ମୌସୁମୀ ସକ୍ରିୟ ହେବାରେ କୌଣସି ଅସୁବିଧା ନାହିଁ। ବରଂ ଏହା ମୌସୁମୀ ଗତିକୁ ତୀବ୍ର କରିବ। ଉତ୍ତର ପଶ୍ଚିମ ଭାରତରେ ୯୨%ରୁ କମ ବର୍ଷାର ଆକଳନ କରାଯାଇଥିବା ବେଳେ ଭାରତର ଅନ୍ୟ ୩ ପ୍ରାନ୍ତରେ ୯୪%ରୁ ୧୦୪% ମଧ୍ୟରେ ବର୍ଷା ହେବ। ଏହାର ଅର୍ଥ ଏଠାରେ ସ୍ୱାଭାବିକ ବର୍ଷା ହେବ।

ମୌସୁମୀ ଯୋଗୁ ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ସ୍ୱଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହାବାଦ ପୂର୍ବ କେନ୍ଦ୍ରୀୟ ଭାରତର କିଛି ଅଂଶ ଓ ଉତ୍ତର ପୂର୍ବ ଓ ଅତ୍ୟନ୍ତ ଉତ୍ତରରେ ଥିବା କିଛି ଅଞ୍ଚଳରେ ମଧ୍ୟ ସ୍ୱାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହେବ।

ଜୁନରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ଥିଲେ ହେଁ ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। ତେବେ ଅତ୍ୟନ୍ତ ଉତ୍ତର ଓ ଦକ୍ଷିଣ ଭାରତର ପର୍ବତ ସଲଗ୍ନ ଅଞ୍ଚଳରେ ତାପମାତ୍ରା କମ ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି।

Monsoon Rain IMD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe