Advertisment

ଏଥର ବିଳମ୍ବରେ ଆସିବ ମୌସୁମୀ, ତାରିଖ ଆକଳନ କଲା ଆଇଏମଡି

ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ ୧ରେ କେରଳ ଛୁଇଁଥାଏ। ହେଲେ ଏଥର ଏହା ସାମାନ୍ୟ ବିଳମ୍ବରେ ଆସିବ।

undefined

Monsoon

Advertisment

ସାମାନ୍ୟ ବିଳମ୍ବରେ ଏଥର କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଚଳିତ ବର୍ଷ ମୌସୁମୀ ଜୁନ ୪ ତାରିଖ ବେଳକୁ କେରଳ ଛୁଇଁବାର ସମ୍ଭାବନା ଥିବା ଆଜି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଳମ୍ବରେ ମୌସୁମୀ ଆସିବାକୁ ଥିଲେ ହେଁ ଏହାର ପ୍ରଭାବରେ ସ୍ୱାଭାବିକ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ପୁଣିଥରେ କୁହାଯାଇଛି।

Advertisment

ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ ୧ରେ କେରଳ ଛୁଇଁଥାଏ। ହେଲେ ଏଥର ଏହା ସାମାନ୍ୟ ବିଳମ୍ବରେ ଆସିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌମୁସୀ ବାୟୁ କେରଳ ଆସିବାରେ ସାମାନ୍ୟ ବିଳମ୍ବ ହେବ। ଜୁନ ୪ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି। ଏହା ୪ ଦିନ ଏପଟ ସେପଟ ମଧ୍ୟ ହୋଇପାରେ।” କେରଳ ଛୁଇଁବାର ୧୦ ଦିନ ପରେ ମୌସୁମୀ ଓଡ଼ିଶାକୁ ଆସିଥାଏ।

ଗତବର୍ଷ ମେ’ ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିଲା। ୨୦୨୧ରେ ଏହା ଜୁନ ୩ ଓ ୨୦୨୦ରେ ମୌସୁମୀ ଜୁନ ୧ରେ କେରଳରେ ତା’ର ଉପସ୍ଥିତି ଜାହିର କରିଥିଲା। ଗତମାସରେ ଆଇଏମଡି କହିଥିଲା ଯେ ଚଳିତ ବର୍ଷ ଏଲ ନିନୋର ପ୍ରଭାବ ପଡ଼ିପାରେ। ତଥାପି ସମଗ୍ର ଦେଶରେ ସ୍ୱାଭାବିକ ବର୍ଷା ହେବ।

Advertisment

ଆଇଏମଡି କହିଛି ଯେ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ପ୍ରଭାବରେ ୯୬% ବର୍ଷା ହେବ। ଏହାର ଅର୍ଥ ସ୍ୱାଭାବିକ ବର୍ଷା ହେବ। ୯୬%ରୁ +/- ୫ ବର୍ଷାକୁ ସ୍ୱାଭାବିକ ବର୍ଷା କୁହାଯାଏ।

ସାରା ଦେଶରେ ସ୍ୱାଭାବିକ ବର୍ଷାର ଆକଳନ ହୋଇଥିଲେ ମଧ୍ୟ ଉତ୍ତର ପଶ୍ଚିମ ଭାରତର କିଛି ରାଜ୍ୟରେ ସ୍ୱାଭାବିକ ଠାରୁ କମ ବର୍ଷା ହେବାର ଆଶଙ୍କା ରହିଛି। ମୌସୁମୀ ବର୍ଷାର ପ୍ରଭାବ ଏଲ ନିନୋ ଉପରେ ନର୍ଭର କରିଥାଏ। ଏଲ ନିନୋର ପ୍ରଭାବ ପଡ଼ିଲେ ବର୍ଷାର ମାତ୍ରା ସାଧାରଣତଃ କମ ହୋଇଥାଏ। ଦକ୍ଷିଣ ଓ ପଶ୍ଚିମ ଭାରତରେ ଯଦି ମୌସୁମୀ ବର୍ଷା ଉପରେ ଏଲ ନିନୋର ପ୍ରଭାବ ପଡ଼ିବ, ତା’ହେଲେ ମରୁଡ଼ି ସମସ୍ୟା ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି।

ମୌସୁମୀ ଉପରେ ଚାଷୀମାନେ ନିର୍ଭର କରନ୍ତି। ତେଣୁ ସମସ୍ତେ ଭଲ ମୌସୁମୀ ବର୍ଷାକୁ ଅପେକ୍ଷା କରିଛନ୍ତି। ଏଲ ନିନୋର ପ୍ରଭାବ ଯଦି ମୌସୁମୀର ଦ୍ୱିତୀୟ ଭାଗରେ ଶକ୍ତିଶାଳୀ ହେବ, ତା’ହେଲେ ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ଚାଷ କାମ ପ୍ରଭାବିତ ହେବାର ଆଶଙ୍କା ରହିଛି।

Odisha Monsoon Kerala IMD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe