Advertisment

୭ ଦିନ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ ବାୟୁ

ପ୍ରାୟ ସପ୍ତାହେ ବିଳମ୍ବରେ କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଆଜି କେରଳ ଛୁଇଁବା ନେଇ ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
Moonsoon

Moonsoon

Advertisment

ପ୍ରାୟ ସପ୍ତାହେ ବିଳମ୍ବରେ କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଆଜି କେରଳ ଛୁଇଁବା ନେଇ ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହା ପ୍ରଭାବରେ କେରଳରେ ପାଣିପାଗ କିପରି ଅଛି, ବର୍ଷା ହେଉଛି ନା ନାହିଁ ସେ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡ଼ି ନାହିଁ।

Advertisment

ଗତବର୍ଷ ମେ’ ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିଲା। ୨୦୨୧ରେ ଏହା ଜୁନ ୩ ଓ ୨୦୨୦ରେ ମୌସୁମୀ ଜୁନ ୧ରେ କେରଳରେ ତା’ର ଉପସ୍ଥିତି ଜାହିର କରିଥିଲା।

କେରଳ ଛୁଇଁବାର ୧୦ ଦିନ ପରେ ସାଧାଣତଃ ମୌସୁମୀ ଓଡ଼ିଶାକୁ ଆସିଥାଏ। ତେଣୁ ଜୁନ ୪ରେ ମୌସୁମୀ କେରଳ ଛୁଇଁବାକୁ ଥିବା ବେଳେ ଜୁନ ୧୪ ଅର୍ଥାତ ରଜ ବେଳକୁ ଓଡ଼ିଶାରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ଥାଏ । ତେବେ ଚଳିତ ବର୍ଷ ମୌସୁମୀ କେବେ ଓଡ଼ିଶା ଛୁଇଁବ ସେ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇନି ।

Advertisment

ସାଧାରଣତଃ ପ୍ରତି ବର୍ଷ ମୌସୁମୀ ଜୁନ୍‌ ପହିଲା ସୁଦ୍ଧା ଓ ୧୨ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁଥାଏ । ମାତ୍ର ଚଳିତ ବର୍ଷ କେରଳକୁ ସପ୍ତାହେ ଡେରିରେ ଆସିଥିବାରୁ ଓଡ଼ିଶାରେ ବି ଡେରି ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ।  ତେବେ କେବେ ଓଡ଼ିଶା ଛୁଇଁବ ସେ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ଆକଳନ ହୋଇନି ।   

ତେବେ ଏଥର ରଜ ସରିଲେ ଅର୍ଥାତ ୧୬ ତାରିଖ ପରେ ମୌସୁମୀ ଓଡ଼ିଶା ଛୁଇଁବା ଆକଳନ କରାଯାଉଛି। ତେଣୁ ଚଳିତ ବର୍ଷ ରଜରେ ଲୋକେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଛଟପଟ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି।  

Monsoon Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe