Advertisment

ମାସେ ପୂରିଲା, ତଥାପି ଖଲିସ୍ତାନୀ ନେତା ଅମ୍ରିତପାଲକୁ ଧରିପାରୁନି ପୁଲିସ

ପଞ୍ଜାବ ପୁଲିସ୍‌ ଠାରୁ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ଅମ୍ରିତପାଲକୁ ଧରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସୁରକ୍ଷାକର୍ମୀଙ୍କୁ ଏଯାଏ ସଫଳତା ପାଇ ନାହାନ୍ତି।

Amrtipal Singh

Amrtipal Singh

Advertisment

ମାସକ ତଳେ ପଞ୍ଜାବ ପୁଲିସ୍‌ ହାଇଆଲର୍ଟ ଜାରି କରିବା ସହ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହଙ୍କୁ ଧରିବା ପାଇଁ ବଡ଼ଧରଣର ଅଭିଯାନ ଆରମ୍ଭ କରିଥିଲା। ମାର୍ଚ୍ଚ ୧୮ ତାରିଖରେ ଜଲନ୍ଧର ନିକଟରେ ପୁଲିସ୍‌ ଅମ୍ରିତପାଲକୁ ଧରିବାକୁ ଚେଷ୍ଟା କରିଥିଲେ ହେଁ ସେ ଖସି ଯିବାକୁ ସକ୍ଷମ ହୋଇଥିଲା।

Advertisment

ସେବେଠାରୁ ପଞ୍ଜାବ ପୁଲିସ୍‌ ଠାରୁ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ଅମ୍ରିତପାଲକୁ ଧରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସୁରକ୍ଷାକର୍ମୀଙ୍କୁ ଏଯାଏ ସଫଳତା ପାଇ ନାହାନ୍ତି। ମାସକ ମଧ୍ୟରେ ପୁଲିସ୍‌ ଅମ୍ରିତପାଲର ଅନେକ ସହଯୋଗୀ ଓ ସମର୍ଥକଙ୍କୁ ଗିରଫ କରିସାରିଲାଣି। ତେବେ ଅମ୍ରିତପାଲକୁ ନ ଧରିପାରିବା ପଞ୍ଜାବ ପୁଲିସ୍‌ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅମ୍ରିତପାଲ ମାସେ ହେଲାଣି ଫେରାର ଥିବା ବେଳେ ତାକୁ ପଳାତକ ଘୋଷଣା କରାଯାଇଛି। ତା’ର ଅଧିକାଂଶ ସହଯୋଗୀଙ୍କ ନାଁରେ ଜାତୀୟ ସୁରକ୍ଷା ଆଇନରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି। ସେମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ଆସାମର ଦିବ୍ରୁଗଡ଼ ଜେଲ୍‌କୁ ପଠାଇ ଦିଆଯାଇଛି। ଅମ୍ରିତପାଲକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯିବା ସହ ଚଢ଼ଉ କରାଯାଉଛି। ହେଲେ ତା’କୁ ଧରିବାକୁ ପଞ୍ଜାବ ପୁଲିସ୍‌ ସଫଳ ହୋଇନାହିଁ। 

Advertisment

ମାସକ ତଳେ ଯେତେବେଳେ ଅମ୍ରିତପାଲ ସିଂହକୁ ଧରିବା ପାଇଁ ପୁଲିସ୍‌ ଅଭିଯାନ ଆରମ୍ଭ କରିଥିଲା ତା’ ପୂର୍ବରୁ ସେ ନିଜକୁ ଜଣେ ମୌଳବାଦୀ ଚିନ୍ତାଧାରାର ପ୍ରଚାରକ ଭାବେ ଘୋଷଣା କରିବା ସହ ଖଲିସ୍ତାନ ସପକ୍ଷରେ ଯୁକ୍ତି ରଖିଥିଲା। ଖଲିସ୍ତାନ ସପକ୍ଷରେ ଯୁକ୍ତି ରଖୁଥିବା ଅମ୍ରିତପାଲ ଫେବୃଆରୀ ୨୩ରେ ଚର୍ଚ୍ଚାକୁ ଆସିଥିଲା।

ସଂଗଠନର ସଦସ୍ୟ ଲବପ୍ରୀତ ସିଂହ ଓରଫ ତୋଫାନକୁ ପଞ୍ଜାବର ଅଜନାଲା ପୁଲିସ୍‌ ଗିରଫ କରିଥିଲା। ତା’କୁ ଥାନାରୁ ଛଡ଼ାଇ ଆଣିବାକୁ ଅମ୍ରିତପାଲ ନିଜର ସହଯୋଗୀମାନଙ୍କ ସହ ପହଞ୍ଚିଥିଲା। ୬୦୦ ଜଣ ପୁଲିସ ଥାନାରେ ଉପସ୍ଥିତ ଥିଲେ ମଧ୍ୟ କେହି ବି ଅମ୍ରିତପାଲ କିମ୍ବା ତାଙ୍କ ସମର୍ଥକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। କାରଣ ସେମାନେ ହାତରେ ପବିତ୍ର ଗୁରୁ ଗ୍ରନ୍ଥ ସାହିବ ଧରିଥିଲେ। ଏହି ଘଟଣା ପରେ ଅମ୍ରିତପାଲ ଚର୍ଚ୍ଚାକୁ ଆସିଥିଲା।

ଫେବୃଆରୀ ୨୩ ଥାନା ଆକ୍ରମଣ ଘଟଣାରେ ଜଣେ ଅତିରିକ୍ତ ଏସ୍‌ପିଙ୍କ ସମେତ ୮ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଏହାପରେ ମାର୍ଚ୍ଚ ୧୮ରେ ପଞ୍ଜାବ ପୁଲିସ୍‌ ଅମ୍ରିତପାଲକୁ ଧରିବା ପାଇଁ ଜଲନ୍ଧରର ନଙ୍ଗାଲ ଅମ୍ବିଆନ ଗାଁ ପାଖରେ ନାକା ବନ୍ଦୀ କରିଥିଲା ସେତେବେଳେ ସେ ଗୋଟିଏ ମର୍ସିଡିଜରେ ଖସି ଚାଲିଯିବାକୁ ସକ୍ଷମ ହୋଇଥିଲା। ତା’କୁ ଧରିବା ପାଇଁ ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶର ପୁଲିସ୍‌ ମାର୍ଚ୍ଚ ୧୮ରୁ ପ୍ରୟାସ କରୁଥିଲେ ହେଁ କେହି ବି ସଫଳତା ପାଇ ନାହାନ୍ତି।

ଫେରାର ହେବା ଦିନ ଠାରୁ ସେ କେତେବେଳେ ପଞ୍ଜାବ ତ ଆଉ କେତେବେଳେ ହରିଆଣା, ଦିଲ୍ଲୀ ଓ ଉତ୍ତର ପ୍ରଦେଶକୁ ଲାଗିଥିବା ନେପାଳ ସୀମାରେ ବୁଲୁଥିବା ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏବେ ସେ ପୁଣି ପଞ୍ଜାବରେ ଲୁଚି ଥିବା କୁହାଯାଉଛି। ପୁଲିସ୍‌ ତା’କୁ ଖୋଜୁଥିବା ବେଳେ ଅମ୍ରିତପାଲ ମାର୍ଚ୍ଚ ୨୯ ଓ ୩୦ ତାରିଖରେ ଭିଡିଓ ରିଲିଜ କରିଥିଲା।

ଏହି ଭିଡିଓରେ ସେ ଅକାଲ ତାଖତ ଜାଥେଦରକୁ ସରବାତ ଖଲସା ଆୟୋଜନ କରିବାକୁ କହିଥିଲା। କିନ୍ତୁ ସେମିତି କିଛି ବି ଏଯାଏ ହୋଇନି। ଫେରାର ହେବା ଦିନ ଠାରୁ ଅମ୍ରିତପାଲ ସହ ରହିଥିବା ପାପାଲପ୍ରୀତ ସିଂହକୁ ପୁଲିସ ନିକଟରେ ଗିରଫ କରିବାକୁ ସକ୍ଷମ ହୋଇଛି। ହେଲେ ଫେରାର ହେବାର ମାସେ ପରେ ମଧ୍ୟ ପୁଲିସ୍‌ ପଞ୍ଝାରେ ଅମ୍ରିତପାଲ ପଡ଼ିନାହିଁ।

Punjab Khalistan Amritpal Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe