Advertisment

‘କଂଗ୍ରେସ କ୍ଷମତାକୁ ଆସିଲେ ମିଳିବ ମାଗଣା ବିଜୁଳି, ଗ୍ରାଜ୍ୟୁଏଟ ପାଇବେ ମାସିକ ୩ ହଜାର ଟଙ୍କା’

ବେଲଗାଭିରେ ଲୋକଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ରାହୁଲ ଗାନ୍ଧି ପୂରା ପ୍ରୟାସ କରିଛନ୍ତି। ନିଯୁକ୍ତି, ଦୁର୍ନୀତି ଓ ୪୦% କମିସିନି ବ୍ୟବସ୍ଥା ଆଦି ପ୍ରସଙ୍ଗକୁ ଆଧାର କରି ସେ ବିଜେପି ଉପରେ ବର୍ଷିଛନ୍ତି।

undefined

Rahul Gandhi

Advertisment

ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କର୍ଣ୍ଣାଟକାରେ ଆଜି କଂଗ୍ରେସ ପାଇଁ ପ୍ରଚାର କରିଛନ୍ତି ରାହୁଲ ଗାନ୍ଧି। ସେ ବିଜେପିକୁ ଗାଦିଚ୍ୟୁତ କରିବାକୁ ଆହ୍ୱାନ ଦେବା ସହ କଂଗ୍ରେସ କ୍ଷମତାକୁ ଆସିଲେ, କ’ଣ ସବୁ କରିବ ସେକଥା ସମସ୍ତଙ୍କୁ କହିଛନ୍ତି। କର୍ଣ୍ଣାଟକାରେ ଚାକିରି ପାଇ ନଥିବା ଗ୍ରାଜ୍ୟୁଏଟମାନଙ୍କୁ କଂଗ୍ରେସ କ୍ଷମତାକୁ ଆସିଲେ ୨ ବର୍ଷ ଯାଏ ମାସିକ ୩ ହଜାର ଟଙ୍କା ଲେଖାଏ ଦେବ।

Advertisment

ସେହିପରି ଡିପ୍ଲୋମାଧାରୀମାନେ ମାସିକ ୧୫ ଶହ ଟଙ୍କା ଲେଖାଏ ପାଇବେ। ସେମାନଙ୍କୁ ମଧ୍ୟ ୨ ବର୍ଷ ଯାଏ ଏପରି ଭତ୍ତା ଯୋଗାଇ ଦିଆଯିବ। ଲୋକଙ୍କୁ ମାଗଣା ବିଜୁଳି ମଧ୍ୟ କଂଗ୍ରେସ କ୍ଷମତାକୁ ଆସିଲେ ଦେବ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି। 

ବେଲଗାଭିରେ ଲୋକଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ରାହୁଲ ଗାନ୍ଧି ପୂରା ପ୍ରୟାସ କରିଛନ୍ତି। ନିଯୁକ୍ତି, ଦୁର୍ନୀତି ଓ ୪୦% କମିସିନି ବ୍ୟବସ୍ଥା ଆଦି ପ୍ରସଙ୍ଗକୁ ଆଧାର କରି ସେ ବିଜେପି ଉପରେ ବର୍ଷିଛନ୍ତି।

Advertisment

ସେ କହିଛନ୍ତି, “ଭାରତ ଯୋଡ଼ୋ ଯାତ୍ରା ବେଳେ ଯୁବକ/ଯୁବତୀମାନେ ମୋ ପାଖକୁ ଆସିଥିଲେ ଓ ରାଜ୍ୟରେ ସେମାନଙ୍କ ପାଇଁ କୌଣସି ଚାକିରି ନଥିବା କହିଥିଲେ। ତେଣୁ କଂଗ୍ରେସ କ୍ଷମତାକୁ ଆସିଲେ, ପ୍ରତ୍ୟେକ ଗ୍ରାଜ୍ୟୁଏଟଙ୍କୁ ୨ ବର୍ଷ ଯାଏ ମାସିକ ୩ ହଜାର ଓ ଡିପ୍ଲୋମା ଧାରୀଙ୍କୁ ମାସିକ ୧୫ଶହ ଟଙ୍କା ଲେଖାଏ ଭତ୍ତା ଆକାରରେ ଦେବ।

ଆମେ ସେଇଠାରେ ରହିଯିବୁନି। ଆମେ ୫ ବର୍ଷ ମଧ୍ୟରେ ୧୦ ଲକ୍ଷ ଯୁବଗୋଷ୍ଠୀଙ୍କୁ ଚାକିରି ଦେବୁ ଓ ରାଜ୍ୟରେ ଖାଲି ପଡ଼ିଥିବା ୨.୫ ଲକ୍ଷ ପଦବୀ ପୂରଣ କରିବୁ। ଯାତ୍ରା ସମୟରେ ମହିଳାମାନେ ମଧ୍ୟ ସେମାନଙ୍କ ସମସ୍ୟା ସମ୍ପର୍କରେ କହିଥିଲେ। ବିପିଏଲ ତାଲିକାରେ ଥିବା ମହିଳାମାନଙ୍କୁ ମାସକୁ ୩ ହଜାର ଟଙ୍କା ଓ ପରିବାର ପିଛା ୧୦ କେଜି ଚାଉଳ ଯୋଗାଇ ଦେବୁ। ସେମାନଙ୍କୁ ୨ ହଜାର ୟୁନିଟ ଯାଏ ମାଗଣା ବିଜୁଳି ମଧ୍ୟ ମିଳିବ।”

ରାହୁଲ ଗାନ୍ଧି କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରା ବେଳେ ସମସ୍ତେ ଏକାଠି ହୋଇ ଚାଲିଥିଲେ। କାହା ମନରେ ଘୃଣା ଓ ହିଂସା ନଥିଲା। ସମସ୍ତଙ୍କ ମଧ୍ୟରେ ଭାଇଚାରା ରହିଥିଲା। ଲକ୍ଷାଧିକ ଲୋକ ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିଛନ୍ତି। ଏହା ହେଉଛି ଆମ ଭାରତ। ଏହି ଦେଶ ସମସ୍ତଙ୍କର। ଏହା କେବଳ କିଛି ସୀମିତ ଲୋକଙ୍କର ନୁହେଁ। ଦେଶ ଆଦାନିଙ୍କର ନୁହେଁ। ଚାଷୀ, ଶ୍ରମିକ, ଗରିବ ଓ ଯୁବଗୋଷ୍ଠୀଙ୍କର ମଧ୍ୟ ଏହି ଦେଶ ଉପରେ ଅଧିକାର ରହିଛି ବୋଲି ରାହୁଲ କହିଛନ୍ତି।

କଂଗ୍ରେସ କ୍ଷମତା ଦଖଲ କରିବ ବୋଲି ଦମ୍ଭୋକ୍ତି କରି ରାହୁଲ କହିଛନ୍ତି, “ଆମେ ନିର୍ବାଚନରେ ଲଢ଼େଇ କରିବୁ ଓ ରାଜ୍ୟରେ ବିଜୟୀ ହେବୁ। କାରଣ ଲୋକମାନେ ବିଜେପି ସରକାରକୁ ହଟାଇବାକୁ ଚାହୁଁଛନ୍ତି। ଆମେ ସମସ୍ତେ ମିଳିତ ଭାବେ ବଡ଼ ଜନାଦେଶ ସହ ବିଜେପିକୁ ହରାଇବା।”

Congress Karnataka Rahul Gandhi Bharat Jodo Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe