Advertisment

ବିଦ୍ୟୁତ୍‌ ସଂସ୍ପର୍ଶ ଆସି ଜଳିଗଲା ବସ୍‌, ଥିଲେ ୩୦ରୁ ଅଧିକ ଯାତ୍ରୀ

ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ନିଆଁ ଏତେ ଭୟଙ୍କର ଥିଲା ଯେ, ସ୍ଥାନୀୟ ଲୋକେ ନିଆଁ ଲିଭାଇବା ପାଇଁ ମଧ୍ୟ ସାହାସ ଜୁଟାଇ ପାରି ନଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Moving-Bus Fire

Moving-Bus Fire

ଦେଖୁ ଦେଖୁ ହୁ ହୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍। ୧୧ ହଜାର କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଚଳନ୍ତା ବସ୍‌ରେ ଲାଗିଲା ନିଆଁ। ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। ଉତ୍ତରପ୍ରଦେଶର ଗାଜିପୁରରେ ଘଟିଛି ଏଭଳି କିଛି ଅଘଟଣ।

Advertisment

ସୂଚନା ମୁତାବକ, ଗାଜିପୁରର ମରଦହ ଥାନା ଅଞ୍ଚଳ ସ୍ଥିତ ମହାହର ରୋଡ୍‌ରେ ଘଟିଛି ଏହି ଦୁର୍ଘଟଣା। ଏହି ବସରେ ବରଯାତ୍ରୀ ଥିଲେ। ମଉର କୋପାରୁ ବରଯାତ୍ରୀ ନେଇ ବସ୍‌ଟି ମରଦହର ମହାହର ଧାମ ଯାଉଥିଲା। ଏହି ସମୟରେ ୧୧ ହଜାର କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହୁ ହୁ ହୋଇ ରାସ୍ତା ମଝିରେ ହିଁ ଜଳି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣ ଯାତ୍ରୀ ଜୀବନ୍ତ ଜଳି ଯାଇଛନ୍ତି। କିଛି ଯାତ୍ରୀ ବସ୍‌ରୁ ତଳକୁ ଡେଇଁ ନିଜ ଜୀବନ ବଞ୍ଚାଇଛନ୍ତି।

ଅନେକ ଲୋକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଛୋଟ ଛୁଆ ମଧ୍ୟ ସାମିଲ ଅଛନ୍ତି। ସେପଟେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି। ନିଆଁ ଏତେ ଭୟଙ୍କର ଥିଲା ଯେ, ସ୍ଥାନୀୟ ଲୋକେ ନିଆଁ ଲିଭାଇବା ପାଇଁ ମଧ୍ୟ ସାହାସ ଜୁଟାଇ ପାରିନଥିଲେ। ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। 

Advertisment

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ବିଷୟରେ ଅବଗତ ହୋଇଛନ୍ତି।  ଅଧିକାରୀମାନଙ୍କୁ ଘଟଣାସ୍ଥଳରେ ପହଞ୍ଚିବା ପାଇଁ କୁହାଯାଇଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Accident Uttar Pradesh Moving Bus Fire