Advertisment

ନିର୍ବାଚନ ପୂର୍ବରୁ ବ୍ୟବସାୟୀଙ୍କ ଘରେ ରେଡ; ସାଢେ ୫ କୋଟି ଟଙ୍କା ସାଙ୍ଗକୁ ମିଳିଲା ୩ କେଜି ସୁନା

ସାଧାରଣ ନିର୍ବାଚନ ପୂର୍ବରୁ ଜବତ ହେଲା ଆଖି ଖୋସିଦେବା ପରି ଟଙ୍କା, ସୁନା। ପୁଳା ପୁଳା ଟଙ୍କା, ସୁନା ଦେଖି ପୁଲିସ୍ ତାଜୁବ ହୋଇ ଯାଇଥିବା ବେଳେ ଏହି ମାମଲାରେ ଜଣଙ୍କୁ ବାନ୍ଧିଛି।

Money

Money

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ଜବତ ହେଲା ଆଖି ଖୋସିଦେବା ପରି ଟଙ୍କା, ସୁନା। ପୁଳା ପୁଳା ଟଙ୍କା, ସୁନା ଦେଖି ପୁଲିସ୍ ତାଜୁବ ହୋଇ ଯାଇଥିବା ବେଳେ ଏହି ମାମଲାରେ ଜଣଙ୍କୁ ବାନ୍ଧିଛି। ଏପରି ଏକ ଘଟଣା କର୍ଣ୍ଣାଟକାରେ ବେଲ୍ଲାରୀରେ ଘଟିଛି।

Advertisment

ବେଲ୍ଲାରୀର ସୁନା ବ୍ୟବସାୟୀ ନରେଶଙ୍କ ଘରୁ ନଗଦ ୫.୬୦ କୋଟି ଟଙ୍କା, ୩ କେଜି ସୁନା, ୧୦୩ କେଜି ରୁପା ଅଳଙ୍କାର ଓ ୬୮ ରୂପା ପିସ୍‌ ଜବତ ହୋଇଥିବା ଜଣାଯାଇଛି।

ପୁଲିସ୍‌ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ନରେଶଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସେଠାରୁ ବିପଳ ପରିମାଣର ଚାନ୍ଦି, ସୁନା, ଟଙ୍କା ଆଦି ଜବତ ହୋଇଛି। ତେବେ ଏନେଇ କୌଣସି ବୈଧ ଡକ୍ୟୁମେଣ୍ଟ ନରେଶ ଦେଖାଇ ପାରି ନ ଥିଲେ। ଫଳରେ ତାଙ୍କୁ ପୁଲିସସ୍‌ ଘରୁ ଉଠାଇ ନେଇ ବାନ୍ଧିଥିବା ଜଣାଯାଇଛି। ଏନେଇ ଆୟକର ବିଭାଗକୁ ସୂଚନା ଦିଆଯିବ ବୋଲଇ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

Advertisment
Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe