Advertisment

କରୋନା ତୁଳନାରେ ନିପା ଭାଇରସର ମୃତ୍ୟୁହାର ଅଧିକ, ସତର୍କ କରାଇଲେ ସରକାର

ନିପା ଭାଇରସରରେ ମୃତ୍ୟୁହାର ୪୦ରୁ ୭୦ ରହିଛି। କରୋନାର ମୃତ୍ୟୁହାର କେବଳ ୨ରୁ ୩% ରହିଥିଲା ବୋଲି ସେ ଆଜି ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି।

Nipah

Nipah

Advertisment

କେରଳରେ ଆତଙ୍କ ସୃଷ୍ଟି କରିଥିବା ନିପା ଭାଇରସକୁ ନେଇ ସତର୍କ କରାଇଛି ଆଇସିଏମଆର। ମହାମାରୀ କରୋନା ଭାଇରସ ତୁଳନାରେ ନିପା ଭାଇରସର ମୃତ୍ୟୁହାର ଯଥେଷ୍ଟ ଧିକ ବୋଲି ଆଇସିଏମଆର ଡିଜି ରାଜୀବ ଭଲା କହିଛନ୍ତି।

Advertisment

ନିପା ଭାଇରସରରେ ମୃତ୍ୟୁହାର ୪୦ରୁ ୭୦ ରହିଛି। କରୋନାର ମୃତ୍ୟୁହାର କେବଳ ୨ରୁ ୩% ରହିଥିଲା ବୋଲି ସେ ଆଜି ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି।

କେବଳରେ ଏବେ ନିପା ଭାଇସର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ କେନ୍ଦ୍ର ସରକାର ଅଷ୍ଟ୍ରେଲିଆରୁ ୨୦ ଡୋଜେସର ମୋନୋକଲୋନାଲ ଆଣ୍ଟିବଡି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ନିପା ଭାଇରସ ନିରାକରଣରେ ସହାୟତା କରିବ।

Advertisment

ନିପା ଭାଇରସ ହେଉଛି ଗୋଟିଏ ଜୋନୋଟିକ ରୋଗ। ଏହା ଜନ୍ତୁମାନଙ୍କ ଠାରୁ ମଣିଷ ଶରୀରରେ ପ୍ରବେଶ କରିଥାଏ। ଖାଦ୍ୟ ଓ ବ୍ୟକ୍ତିଗତ ସଂସ୍ପର୍ଶରେ ଆସିଲେ ଏହା ଜଣଙ୍କ ପାଖରୁ ଆଉ ଜଣଙ୍କୁ ସଂକ୍ରମିତ କରିଥାଏ। ବର୍ତ୍ତମାନ ସୁଦ୍ଧା କେଳରେ ୬ ଜଣ ନିପା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨ ଜଣ ପୂର୍ବରୁ ଏହି ରୋଗ ଯୋଗୁ ପ୍ରାଣ ହରାଇଛନ୍ତି।

ଆଣ୍ଟିବଡି ଆଣିବାକୁ ସରକାର ନେଇଥିବା ନିଷ୍ପତ୍ତି ସମ୍ପର୍କରେ ରାଜୀବ ଭଲା କହିଛନ୍ତି, ୨୦୧୮ରେ ଆମେ କିଛି ଡୋଜେସ ଆଣ୍ଟିବଡି ଅଷ୍ଟ୍ରେଲିଆ ଠାରୁ ଆଣିଥିଲୁ। ବର୍ତ୍ତମାନ ଡୋଜେସ ଗୁଡ଼ିକ କେବଳ ୧୦ ଜଣ ରୋଗୀଙ୍କ ପାଇଁ ଉପଲବ୍ଧ ରହିଛି। ତେଣୁ ଆଉ ୨୦ ଡୋଜେସ ଆଣ୍ଟିବଡି ଆଣିବାକୁ ନିଷ୍ପତ୍ତି ହୋଇଛି।

କିନ୍ତୁ ମେଡିସିନ ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ହିଁ ଦେବା ଜରୁରୀ। ଏଯାଏ ଭାରତରେ କାହାକୁ ଏହି ମେଡିସିନର ଡୋଜ ଦିଆଯାଇ ନାହିଁ। ଭାରତ ବାହାରେ ନିପାରେ ସଂକ୍ରମିତ ହୋଇଥିବା କେବଳ ୧୪ ଜଣଙ୍କୁ ମୋନୋକଲୋନାଲ ଆଣ୍ଟିବଡି ଦିଆଯାଇଛି। ସେମାନେ ସମସ୍ତେ ସୁରକ୍ଷିତ ରହିଛନ୍ତି।

ଏହା ଫେଜ ୧ ଟ୍ରାଏଲରେ ସୁରକ୍ଷିତ ବୋଲି ପ୍ରମାଣିତ ହୋଇଛି। ବଡ଼ଧରଣର ଟ୍ରାଏଲ ଏଯାଏ କରାଯାଇନି। ଏହାକୁ କେବଳ ଅତି ଜରୁରୀ ପରିସ୍ଥିତିରେ ବ୍ୟବହାର କରାଯିବ।

ଆଣ୍ଟିବଡି ବ୍ୟବହାରର ନିଷ୍ପତ୍ତି କେବଳ କେରଳ ସରକାର ଓ ରୋଗୀଙ୍କ ପରିବାର ଲୋକଙ୍କ ଉପରେ ଛଡ଼ାଯିବ। ସେମାନେ ଯାହା କହିବେ, ସେହି ଅନୁସାରେ ଆଣ୍ଟିବଡିର ବ୍ୟବହାର ହେବ ବୋଲି ଭଲା କହିଛନ୍ତି।

Nipah Virus Kerala Nipah Virus ICMR Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe