Advertisment

ନିର୍ଦ୍ଦୟ ମହିଳା ଛୁଆ ଛାତିରେ ବସି ପ୍ରବଳ ପିଟିଲେ, ସ୍ୱାମୀ ପାଖକୁ ଭିଡ଼ିଓ ପଠାଇଲେ

ଦାମ୍ପତ୍ୟ ଜୀବନ ଠିକ୍‌ ଭାବେ ଚାଲୁ ନ ଥିବା ବେଳେ ଆର୍ଥିକ ସମସ୍ୟା ବି ଲାଗି ରହୁଥିଲା। ଏଥିରେ ଉତ୍‌କ୍ଷିପ୍ତ ରହୁଥିବା ମହିଳାଜଣକ ନିଜ ରାଗ କିନ୍ତୁ ନିରୀହ ଛୁଆ ଉପରେ ଶୁଝାଇଲେ।

Attack

Attack

Advertisment

ସ୍ୱାମୀଙ୍କ ଉପରେ ଥିଲା ପ୍ରବଳ ରାଗ । ଦାମ୍ପତ୍ୟ ଜୀବନ ଠିକ୍‌ ଭାବେ ଚାଲୁ ନ ଥିବା ବେଳେ ଆର୍ଥିକ ସମସ୍ୟା ବି ଲାଗି ରହୁଥିଲା। ଏଥିରେ ଉତ୍‌କ୍ଷିପ୍ତ ରହୁଥିବା ମହିଳାଜଣକ ନିଜ ରାଗ କିନ୍ତୁ ନିରୀହ ଛୁଆ ଉପରେ ଶୁଝାଇଲେ। ଏପରି ଏକ ଘଟଣା ଉତ୍ତରାଖଣ୍ଡର ହରିଦ୍ୱାରରେ ଘଟିଥିବା ବେଳେ ତାହା ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

Advertisment

ଭିଡିଓରେ ଦେଖିବାକୁ ମିଳୁଛି, ମହିଳାଜଣକ ନିଜ ୧୧ ବର୍ଷର ପୁଅର ଛାତି ଉପରେ ବସି ତା’ ଦୁଇ ହାତକୁ ଧରି ନିର୍ଧୂମ ଚାପୁଡ଼ା, ବିଧା ମାରୁଛନ୍ତି। ଛାଡ଼ିଦେବାକୁ ପିଲାଟି କାକୁତିମିନତି ହେଲେ ବି ମା’ ହୃଦୟ ତରଳୁନି। ଏଥିରେ ମନ ଶାନ୍ତି ନ ହେବାରୁ ସେ ପିଲାଟିକୁ କାମୁଡ଼ିବାକୁ ବି ପଛାଉ ନାହାନ୍ତି। ଆଉ ନିଜ ବଡ଼ ପୁଅ ଦ୍ୱାରା ଏହାର ଭିଡିଓ କରି ମହିଳାଜଣକ ସ୍ୱାମୀଙ୍କ ନିକଟକୁ ପଠାଇଥିଲେ। ମାତ୍ର ମହିଳାଙ୍କ ସ୍ୱାମୀ ଏହି ଭିଡିଓକୁ ଭାଇରାଲ କରିଦେବାରୁ କଥା ସାମନାକୁ ଆସିଛି।

ପୁଲିସ୍‌ ଏହି ଘଟଣାର ଖୋଳତାଡ଼ କରି କହିଛି, ଏହି ଭିଡିଓଟି ଦୁଇ ମାସ ତଳର। ମହିଳାଙ୍କର ଗତ ୧୦ ବର୍ଷ ହେବ ସ୍ୱାମୀଙ୍କ ସହ ବିବାଦ ଚାଲିଛି। ତାଙ୍କ ସ୍ୱାମୀ ଏକ କପଡ଼ା ଦୋକାନରେ କାମ କରୁଥିବା ବେଳେ ଘରକୁ ଟଙ୍କା ଦେଉ ନାହାନ୍ତି। ଫଳରେ ଘର ଚଳାଇବା ନିମନ୍ତେ ମହିଳାଜଣକ ସବୁବେଳେ ଚିନ୍ତାରେ ରହୁଛନ୍ତି। ତେଣୁ ନିଜ ସ୍ୱାମୀଙ୍କୁ ଡରାଇବା ନିମନ୍ତେ ଏପରି ଭିଡିଓ କରି ସେ ଛାଡ଼ିଥିବା କହିଛନ୍ତି।

Advertisment

ଏହି ଘଟଣା ଦେଇ ହରିଦ୍ୱାରର ଚାଇଲ୍ଡ ହେଲପ ଲାଇନ୍‌ ପକ୍ଷରୁ ମହିଳା ଓ ତାଙ୍କ ପୁଅଙ୍କୁ ଡାକି କାଉନସିଲିଂ କରାଯାଇଛି । ଏଥିସହ CWC ଅଧିକାରୀ ମଝିରେ ମଝିରେ ମହିଳାଙ୍କ ଘରକୁ ଯାଇ ପିଲାଙ୍କ କଥା ବୁଝିବେ ବୋଲି କହିଛନ୍ତି। ଏଥିସହ ମହିଳାଙ୍କୁ ଫୋନ୍‌ କରି ପିଲାଙ୍କ ସହ କଥା ହେବେ ବୋଲି କୁହାଯାଇଛି। ଏପରି ଘଟଣାର ପୁନରାବୃତ୍ତି ହେଲେ ମହିଳାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ମହିଳାଜଣକ ନିଜ ପକ୍ଷ ରଖି କହିଛନ୍ତି, ମୁଁ କେବଳ ମୋ’ ସ୍ୱାମୀଙ୍କୁ ଡରାଇବା ନିମନ୍ତେ ଏପରି ଭିଡିଓ କରି ଛାଡ଼ିଥିଲି। ମାତ୍ର ପିଲାକୁ ଆଘାତ ପହଞ୍ଚାଇବା ମୋ’ ଉଦ୍ଦେଶ୍ୟ ନ ଥିଲା ବୋଲି ସେ କହିଛନ୍ତି।

Uttarakhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe