Advertisment

Murder Case: ପଡ଼ୋଶୀଙ୍କ ସହ ସେକ୍ସ କରିବା ବେଳେ ଦେଖି ଦେଇଥିବା ପୁଅକୁ ମାରିଥିଲା ମା’, ଏବେ ମିଳିଲା ଆଜୀବନ

ମା’ ଜଣକ ୨୦୨୩ ମସିହା ଏପ୍ରିଲ ୨୮ରେ ନିଜ ପୁଅକୁ ହତ୍ୟା କରିଥିଲା। ପଡ଼ୋଶୀଙ୍କ ସହ ମା’କୁ ଅପାତ୍ତିଜନକ ଅବସ୍ଥାରେ ପୁଅ ଦେଖି ଦେବାରୁ ତା’କୁ ଜୀବନ ହରାଇବାକୁ ପଡ଼ିଥିଲା। ପୁଲିସ୍‌ ଅଭିଯୋଗ ପାଇବା ପରେ ଜ୍ୟୋତି ଓ ତା’ ପ୍ରେମିକ ଉଦୟଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା।

Jyoti

ଜ୍ୟୋତି ଓ ଯତୀନ (ଫାଇଲ ଫଟୋ)

Advertisment

ନିଜର ୫ ବର୍ଷୀୟ ପୁଅକୁ ବିଲଡିଂରୁ ତଳକୁ ଫୋପାଡ଼ି ହତ୍ୟା(Murder) କରିଥିବା ମା’କୁ ମିଳିଛି ଆଜୀବନ ଜେଲଦଣ୍ଡ।  ମା’ ଜଣକ ୨୦୨୩ ମସିହା ଏପ୍ରିଲ ୨୮ରେ ନିଜ ପୁଅକୁ ହତ୍ୟା କରିଥିଲା। ପଡ଼ୋଶୀଙ୍କ ସହ ମା’କୁ ଅପାତ୍ତିଜନକ ଅବସ୍ଥାରେ ପୁଅ ଦେଖି ଦେବାରୁ ତା’କୁ ଜୀବନ ହରାଇବାକୁ ପଡ଼ିଥିଲା। ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏପରି ଘଟଣା ଘଟିଛି। 

Advertisment

ସରକାରୀ ଓକିଲଙ୍କ କହିବା କଥା ଯେ କନଷ୍ଟେବଲ ଧ୍ୟାନ ସିଂହ ରାଠୋରଙ୍କ ପତ୍ନୀ ଜ୍ୟୋତି ରାଠୋର ପଡ଼ୋଶୀ ଭାବେ ରହୁଥିବା ଉଦୟଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲା। ୨୦୨୩ ମସିହା ଏପ୍ରିଲ ୨୮ରେ ଜ୍ୟୋତି ଓ ଉଦୟ ଘର ଭିତରେ ସେକ୍ସ କରୁଥିଲେ। ଏହି ସମୟରେ ହଠାତ୍‌ ଜ୍ୟୋତିର ୫ ବର୍ଷୀୟ ପୁଅ ଯତୀନ ଚାଲି ଆସିବା ସହ ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ଦେଇଥିଲା।

ଯତୀନ କାଳେ ଏକଥା ବାପା ଧ୍ୟାନ ସିଂହ ରାଠୋରଙ୍କୁ କହିଦେବ, ସେହି ଭୟ ଜ୍ୟୋତିକୁ ଘାରିଥିଲେ। ଏଥିପାଇଁ ସେ ନିଜ ପୁଅକୁ ମାରିବାକୁ ମଧ୍ୟ ପଛାଇ ନଥିଲା। ସେ ନିଜର ପୁଅକୁ ନିଜର ଦୁଇ ମହଲା ବିଶିଷ୍ଟ ଘରର ଛାତ ଉପରୁ ସିଧା ତଳକୁ ଫିଙ୍ଗି ଦେଇଥିଲା। ଯତୀନ ଜୀବନ ସହ ସଂଘର୍ଷ କରିଥିଲେ ହେଁ ୨୪ ଘଣ୍ଟା ପରେ ଆଖି ବୁଜିଥିଲା। 

Advertisment

ପ୍ରଥମେ ଦୁର୍ଘଟଣା ଭାବିଥିଲା ପୁଲିସ 

ପ୍ରାରମ୍ଭିକ ପର୍ଯ୍ୟାୟରେ ଯତୀନର ମୃତ୍ୟୁକୁ ଦୁର୍ଘଟଣା ଭାବେ ବିବେଚନା କରାଯାଇଥିଲା। ସେ ଛାତ ଉପରେ ଖେଳୁଥିବା ବେଳେ ତଳକୁ ଖସି ପ୍ରାଣ ହରାଇଥିବା ସମସ୍ତେ ଆଶଙ୍କା କରିଥିଲେ। କିନ୍ତୁ ସତ ଲୁଚି ରହେନା ଭଳି ସବୁ କିଛି ଧୀରେଧୀରେ ସାମ୍ନାକୁ ଆସିଥିଲା। ଘଟଣାର ୧୫ ଦିନ ପରେ ଜ୍ୟୋତି ସ୍ୱାମୀ ଧ୍ୟାନ ସିଂହ ରାଠୋରଙ୍କ କାନ୍ଦିଥିଲା। ସେ ହିଁ ପୁଅକୁ ମାରିଥିବା ସ୍ୱାମୀଙ୍କ ଆଗରେ ସ୍ୱୀକାର କରିଥିଲା। 

ଏହାପୂର୍ବରୁ ହିଁ ଧ୍ୟାନ ପୁଅର ମୃତ୍ୟୁ ପଛରେ କିଛି ଷଡ଼ଯନ୍ତ୍ର ଥିବା ଆକଳନ କରି ଚାଲିଥିଲେ। କ’ଣ ସବୁ ଘଟିଥିଲା, ତା’ର ଏକାଧିକ ଅଡିଓ ଓ ଭିଡିଓରେ ସେ ରେକର୍ଡ କରିବାରେ ଲାଗିଥିଲେ। ଘରେ ଲାଗିଥିବା ସିସିଟିଭିରୁ ମଧ୍ୟ କିଛି ଦୃଶ୍ୟକୁ ସେ ସଂଗ୍ରହ କରିଥିଲେ। ଏସବୁ ତଥ୍ୟକୁ ଆଧାର କରି ଧ୍ୟାନ ପୁଲିସର ଦ୍ୱାରସ୍ଥ ହେବା ସହ ଅଭିଯୋଗ ଦାଖଲ କରିଥିଲେ। 

ଜ୍ୟୋତିର ପ୍ରେମିକ ଉଦୟକୁ ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ 

ପୁଲିସ୍‌ ଅଭିଯୋଗ ପାଇବା ପରେ ଜ୍ୟୋତି ଓ ତା’ ପ୍ରେମିକ ଉଦୟଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ତଦନ୍ତ ପରେ ପୁଲିସ୍‌ ଗୋଟିଏ ଚାର୍ଜଶିଟ କୋର୍ଟରେ ଦାଖଲ କରିଥିଲେ। ଶୁଣାଣି ବେଳେ କୋର୍ଟ ଜ୍ୟୋତିକୁ ଉପଯୁକ୍ତ ପ୍ରମାଣ ବଳରେ ଦୋଷୀ ସାବ୍ୟସ୍ତ କରିଥିଲେ ଓ ତା’କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ହେଲେ ଉଦୟ ସିଧାସଳଖ ଘଟଣାରେ ସାମିଲ ଥିବା ପ୍ରମାଣ ପୁଲିସ ଦାଖଲ କରିବାରେ ବିଫଳ ହୋଇଥିଲା। ଏଥିପାଇଁ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe