Advertisment

ଅସହ୍ୟ ହେଲା ମଦୁଆ ପୁଅର ନିର୍ଯାତନା, ହତ୍ୟା ପାଇଁ ସୁପାରି ଦେଲା ମା’

ପୁଅ ସବୁବେଳେ ମଦ ପିଇ ମାଡ଼ ମାରୁଥିବାରୁ ଯନ୍ତ୍ରଣା ସହି ନ ପାରି ତାକୁ ହତ୍ୟା କରିବା ପାଇଁ ମା’ ଜଣଙ୍କ ୧.୩୦ ଲକ୍ଷ ଟଙ୍କାର ସୁପାରି ଦେଇଥିଲା।

Police

Police

Advertisment

ନିଜ ଜନ୍ମ କଲା ପୁଅକୁ ହତ୍ୟା କରିବା ପାଇଁ ସୁପାରି ଦେଇଛି ଜଣେ ମା’। ପୁଅ ସବୁବେଳେ ମଦ ପିଇ ମାଡ଼ ମାରୁଥିବାରୁ ଯନ୍ତ୍ରଣା ସହି ନ ପାରି ତାକୁ ହତ୍ୟା କରିବା ପାଇଁ ମା’ ଜଣଙ୍କ ୧.୩୦ ଲକ୍ଷ ଟଙ୍କାର ସୁପାରି ଦେଇଥିଲା। ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ବିକାଭୋଲେରୁ ଏପରି ଘଟଣା ସାମ୍ନାକୁ ଆସିଥିବା ବେଳେ ପୁଲିସ୍‌ ସୁପାରି ଦେଇଥିବା ମା’କୁ ଗିରଫ କରିଛି। ସେହିପରି ପୁଅ ଜଣଙ୍କ ମଧ୍ୟ ଆକ୍ରମରର ଶିକାର ହୋଇଥିଲେ ମଧ୍ୟ ମୃତ୍ୟୁ ମୁଖରୁ ରକ୍ଷା ପାଇ ଯାଇଛନ୍ତି। 

Advertisment

ପୁଲିସ ସୁପାରି ଦେଇଥିବା ମହିଳାଙ୍କ ସମେତ ଘଟଣାରେ ସାମିଲ ଥିବା ଆଉ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ସବ ଇନ୍ସିପେକ୍ଟର ବୁଜି ବାବୁ କହିଛନ୍ତି, ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି କାକିନାଡା ଜିଲ୍ଲାର କନକ ଦୁର୍ଗା। ସେ ଜଣେ କଣ୍ଟ୍ରାକ୍ଟ କିଲରକୁ ନିଜ ପୁଅ ବୀର ଭେଙ୍କଟ ଶିବ ପ୍ରସାଦଙ୍କୁ ହତ୍ୟା କରିବାକୁ ସୁପାରି ଦେଇଥିଲେ।

ଶିବ ପ୍ରସାଦ ସବୁବେଳେ ମଦ ପିଇ ତାଙ୍କୁ ନିର୍ଯାତନା ଦେଉଥିବାରୁ କନକ ଏଥିରେ ରାଗି ଯାଇ ଏପରି କାଣ୍ଡ ଘଟାଇଥିଲେ। ଶିବ ପ୍ରସାଦ ବିବାହିତ ହୋଇଥିଲେ ମଧ୍ୟ ପାରିବାରିକ ବିବାଦ ଯୋଗୁ ତାଙ୍କ ସ୍ତ୍ରୀ ତାଙ୍କ ପାଖରେ ରହୁ ନଥିଲେ। ସ୍ତ୍ରୀ ଅଲଗା ହୋଇଯିବାରୁ ସେ ମା’ଙ୍କ ପାଖରେ ରହିବା ଆରମ୍ଭ କରିଥିଲେ। ଏଥିସହ ଗାଡ଼ି ମଧ୍ୟ ଚଳାଇ କିଛି ରୋଜଗାର କରୁଥିଲେ।

Advertisment

ତେବେ ଶିବ ସବୁଦିନ ମଦ ପିଇ ଘରକୁ ଆସିବା ସହ ମା’ କନକଙ୍କୁ ମାଡ଼ ମାରୁଥିଲେ। ତାଙ୍କ ନିର୍ଯାତନା ଅସହ୍ୟ ହେବାରୁ ମା’ କନକ ସବୁ ଦିନ ପାଇଁ ପୁଅ ଶିବ ପ୍ରସାଦଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏହି କାମ ପାଇଁ ସେ ତାଙ୍କର ଜଣେ ଦୂର ସମ୍ପର୍କୀୟ ୟେଡୁକୋନଡାଲୁଙ୍କୁ ଯୋଗାଯୋଗ କରିଥିଲେ। ୟେଡୁକୋନଡାଲୁ ସୁପାରି କିଲର ବୀର ଭେଙ୍କଟା ସତ୍ୟନାରାୟଣ ସହ କଥା ହେବାରୁ ସେ ହତ୍ୟାକାଣ୍ଡ ପାଇଁ ୧.୫୦ ଲକ୍ଷ ଟଙ୍କା ମାଗିଥିଲା।

ତେବେ ଶେଷରେ ୧.୩୦ ଲକ୍ଷରେ ଡିଲ୍‌ ଫାଇନାଲ ହୋଇଥିଲା। ଟଙ୍କା ପାଇବା ପରେ ସତ୍ୟନାରାୟଣ ଓ ତା’ର ସହଯୋଗୀ ବୋଲେମ ବିକାଭୋଲେ ଉପକଣ୍ଠରେ ଶିବ ପ୍ରସାଦକୁ ମାରିବାକୁ ନିଷ୍ପତ୍ତି ନେଇଥିଲେ। ଯୋଜନା ମୁତାବକ ସେମାନେ ଶିବ ପ୍ରସାଦଙ୍କୁ ରାସ୍ତା ଉପରେ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ।

ଆକ୍ରମଣରେ ସେ ମରି ଯାଇଥିବା ଭାବି ସେମାନେ ସେଠାରୁ ଚାଲି ଯାଇଥିଲେ। କିନ୍ତୁ ଜଣେ ରେଳବାଇ ଗ୍ୟାଙ୍ଗମ୍ୟାନ ରାସ୍ତା ଉପରେ ପଡ଼ିଥିବା ଶିବଙ୍କୁ ଜଜିଏଚ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାପରେ ପୁଲିସ୍‌ ଆସି ଘଟଣାର ତଦନ୍ତ କରିବା ସହ କନକ ଦୁର୍ଗାଙ୍କୁ ଜେରା କରିଥିଲା। ଜେରା ବେଳେ ସେ ତାଙ୍କ ଅପରାଧ ସ୍ୱୀକାର କରିଥିଲେ।

Killers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe