Advertisment

ପୁଣେ ହିଟ୍‌ ଆଣ୍ଡ ରନ୍‌: ବନ୍ଧା ହେଲେ ଅଭିଯୁକ୍ତର ମା'

ଦୁର୍ଘଟଣା ଘଟିବା ସମୟରେ ମଦ୍ୟପାନ କରି ନ ଥିବା ପ୍ରମାଣ କରିବା ପାଇଁ ମା' ଶିବାନୀ ଅଗ୍ରଓ୍ୱାଲ ନିଜ ରକ୍ତ ନମୁନା ସହ ପୁଅର ରକ୍ତ ନମୁନାକୁ ବଦଳାଇ ଥିଲେ।

Pune Accident Case

Pune Accident Case

Advertisment

ପୁଣେ ପୋର୍ସ କାର୍‌ ଦୁର୍ଘଟଣା ମାମଲାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫେରର ଥିବା ନାବାଳକ ଅଭିଯୁକ୍ତର ମା' ଶିବାନୀ ଅଗ୍ରଓ୍ୱାଲଙ୍କୁ ଗିରଫ କରିଛି ପୁଲିସ। ଏନେଇ ପୁଣେ ପିଲସ କମିଶନର ଅମିତେଶ କୁମାର ସୂଚନା ଦେଇଛନ୍ତି।

Advertisment

ମଦ ନିଶାରେ ଗାଡି ଚଳାଉଥିବା ପୁଅକୁ ବଞ୍ଚାଇବାକୁ ବିଲ୍ଡର ପତ୍ନୀ ତଥା ଶିବାନୀ ଅଗ୍ରଓ୍ୱାଲ ରକ୍ତ ନମୁନା ବଦଳାଇଥିଲେ। ପୁଅର ରକ୍ତ ନମୁନା ସହ ନିଜର ରକ୍ତ ନମୁନାକୁ ବଦଳାଇବା ପାଇଁ ସେ ଡାକ୍ତରଙ୍କୁ କହିଥିଲେ। ଏହି ବ୍ଲଡ ସାମ୍ପୁଲ ବଦଳାଇବା ପାଇଁ ଅଭିଯୁକ୍ତ ପରିବାର ଲୋକେ ଡାକ୍ତରଙ୍କୁ ୩ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ।

ଏହି ଖବର ସାମ୍ନାକୁ ଆସିବା ପରେ ଶିବାନୀ ଅଗ୍ରଓ୍ୱାଲ ଫେରାର ହୋଇଯାଇଥିଲେ। ହେଲେ ଗତକାଲି ପୁଲିସ ତାଙ୍କୁ ଗିରଫ କରିଛି। ସେ ମୁମ୍ବାଇରୁ ପୁଣେ ଆସିଥିବା ଜାଣିବା ପରେ ପୁଣେ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ହେପାଜତକୁ ନେଇଛି।

Advertisment

ପୁଲିସ ସୂଚନା ମୁତାବକ, ଦୁର୍ଘଟଣା ଘଟିବା ସମୟରେ ମଦ୍ୟପାନ କରି ନ ଥିବା ପ୍ରମାଣ କରିବା ପାଇଁ ମା' ଶିବାନୀ ଅଗ୍ରଓ୍ୱାଲ ନିଜ ରକ୍ତ ନମୁନା ସହ ପୁଅର ରକ୍ତ ନମୁନାକୁ ବଦଳାଇ ଦେଇଥିଲେ। ତଦନ୍ତ ପରେ ଏହି କଥା ସାମ୍ନାକୁ ଆସିଥିଲା।

କହିରଖୁ ଯେ, ପୁଣେ ସସୁନ ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶ୍ରୀହରୀ ହଲନୋର ଓ ତାଙ୍କ ଷ୍ଟାଫ ମିଶି ଅଭିଯୁକ୍ତର ବ୍ଲଡ ସାମ୍ପୁଲରେ ଫେରବଦଳ କରିଥିଲେ। ଏହି ହେରଫେର ଅଭିଯୋଗରେ ଡାକ୍ତର ହଲନୋର, ଡାକ୍ତର ଅଜୟ ତାଓ୍ୱଡେ ଓ ଜଣେ ହସ୍ପିଟାଲର କର୍ମଚାରୀ ପୁଲିସ ଗିରଫ କରିଥିଲା। ଏହି ଦୁଇ ଡାକ୍ତର ଗିରଫ ହେବା ପରେ ଶିବାନୀ ଅଗ୍ରଓ୍ୱାଲ ଫେରାର ହୋଇଯାଇଥିଲେ।

ମେ ୧୯ ତାରିଖରେ ମଦ ନିଶାରେ ନାବଳକ ଅଭିଯୁକ୍ତ ଜଣକ ପୋର୍ସ କାର୍‌ ଚଳାଇ ଏକ ବାଇକ୍‌କୁ ଧକ୍କା ଦେଇଥିଲେ। ଏଥିରେ ଦୁଇଜଣ ଆଇଟି ଇଂଜିନୟର୍‌ଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ପୁଲିସ୍‌ ପୂର୍ବରୁ ୧୭ ବର୍ଷର ନାବାଳକକୁ ଗିରଫ କରି ସୁଧାର ଗୃହକୁ ପଠାଇ ସାରିଛି। ପରିବାରର ଲୋକ ଡ୍ରାଇଭରକୁ ଅପହରଣ କରି ନିଜ ମୁଣ୍ଡ ଉପରେ ଦୋଷ ନେବାକୁ ତାଙ୍କ ଉପରେ ଚାପ ପକାଇବା ଅଭିଯୋଗରେ ତାଙ୍କ ବିଲ୍ଡର ଅମିତ ଅଗ୍ରଓ୍ୱାଲ ବାପା ଏବଂ ଜେଜେ ବାପାଙ୍କୁ ମଧ୍ୟ ଗିରଫ କରିସାରିଛି।

Pune Porsche Crash Pune Accident Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe