Advertisment

ମରିଗଲା ମା’ର ମମତା; ୪ ଛୁଆଙ୍କୁ ପାଣି ଟାଙ୍କିକୁ ଠେଲି ନିଜେ ଡେଇଁ ପଡ଼ିଲେ

ପାରିବାରିକ କଳହ ଆଗରେ ମରିଗଲା ମା’ର ମମତା। ଯେଉଁ ଛୁଆମାନଙ୍କୁ ଗର୍ଭ ଯନ୍ତ୍ରଣା ସହି ଦୁନିଆକୁ ଆଣିଥିଲା, ସେହିମାନଙ୍କୁ ହିଁ ମୃତ୍ୟୁ ମୁହଁକୁ ଠେଲି ଦେଲା।

ଅଦ୍ୟତନ ହୋଇଛି
Mother & Kids

Mother & Kids

Advertisment

ପାରିବାରିକ କଳହ ଆଗରେ ମରିଗଲା ମା’ର ମମତା। ଯେଉଁ ଛୁଆମାନଙ୍କୁ ଗର୍ଭ ଯନ୍ତ୍ରଣା ସହି ଦୁନିଆକୁ ଆଣିଥିଲା, ସେହିମାନଙ୍କୁ ହିଁ ମୃତ୍ୟୁ ମୁହଁକୁ ଠେଲି ଦେଲା। ଗୋଟିଏ ପରେ ଗୋଟିଏ କରି ନିଜ ୪ ଛୁଆଙ୍କୁ ପାଣି ଟାଙ୍କିକୁ ଠେଲିଦେଲା ମା’ । ଏଥିରେ ଅକାଳରେ ୪ ଛୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ କିନ୍ତୁ ଆତ୍ମହତ୍ୟା ଉଦ୍ୟମ କରି ବର୍ତ୍ତି ଯାଇଛି। ଏପରି ଏକ ଅଭାବନୀୟ ଘଟଣା ରାଜସ୍ଥାନର ବାଡମେର ଜିଲ୍ଲାରେ ରବିବାର ଘଟିଛି।

Advertisment

ପୁଲିସ୍‌ର ପ୍ରାଥମିକ ତଦନ୍ତ ଅନୁଯାୟୀ ମହିଳାଜଣକ ପାରିବାରିକ କଳହ କାରଣରୁ ଅତିଷ୍ଠ ହୋଇ ପଡ଼ିଥିଲା। ତାଙ୍କ ସ୍ୱାମୀ ଶ୍ରମିକ ଭାବେ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ସବୁବେଳେ କଳହ ହେଉଥିଲା। ମହିଳାଙ୍କ ୪ ଛୁଆ ଥିବା ବେଳେ ସେମାନଙ୍କ ବୟସ ୫ରୁ ୧୧ ବର୍ଷ। ପାରିବାରିକ କଳହରୁ ମୁକ୍ତି ପାଇବା ପାଇଁ ମହିଳାଜଣକ ନିଜ ୪ ଛୁଆଙ୍କୁ ମାରିବା ସହ ନିଜ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ।

ଏହାପରେ ସେ ନିଜ ପିଲାମାନଙ୍କୁ ଛାତକୁ ନେଇ ଯାଇଥିଲେ। ସେଠାରେ ଜଣକ ପରେ ଜଣେ ଛୁଆଙ୍କୁ ପାଣି ଟାଙ୍କିରେ ଫୋପାଡ଼ି ଦେଇଥିଲେ। ପିଲାମାନଙ୍କ ଆତ୍ତ ଚିତ୍କାର ବି ତାଙ୍କୁ ତରଳାଇ ପାରି ନ ଥିଲା। ଏହାପରେ ନିଜେ ବି ଉକ୍ତ ଟାଙ୍କିକୁ ଡେଇଁ ପଡ଼ିଥିଲେ।

Advertisment

କିଛି ସମୟ ପରେ ପରିବାର ଲୋକେ ଓ ସାହି ପଡ଼ିଶା ଏହା ଜାଣି ପାରି ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ୪ ଛୁଆଙ୍କୁ ମୃତ ଘୋଷଣା କରିଥିଲେ। ମହିଳାଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Mass Murder Rajasthan Suicide Attempt Family Dispute
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe