Advertisment

ଆତ୍ମହତ୍ୟା କରିବାକୁ ଛୁଆଙ୍କୁ ନେଇ କୂଅ ପାଖକୁ ଗଲେ ମହିଳା, ଦୌଡ଼ି ପଳାଇଲା ପୁଅ

ନିଜ ଦୁଇ ଛୁଆଙ୍କ ସହ ନିଜ ଜୀବନ ହାରିବାକୁ ନିଷ୍ପତ୍ତି ନେଇ ସେମାନଙ୍କ ସହ କୂଅ ନିକଟରେ ପହଞ୍ଚିଥିଲେ। ମାତ୍ର ଡେଇଁବା ପୂର୍ବରୁ ମା’ ହାତ ଛାଡ଼ି ପୁଅଟି ଡେଇଁ ପଡ଼ିଥିବା ବେଳେ ନିଜ ଝିଅ ସହ ମହିଳାଜଣକ ଜୀବନ ହାରିଛନ୍ତି।

ଅଦ୍ୟତନ ହୋଇଛି
Mother & daughter

Mother & daughter

Advertisment

ନିଜ ସ୍ୱାସ୍ଥ୍ୟଗତ ସମସ୍ୟା ଅସହ୍ୟ ହେବାରୁ ମହିଳାଜଣକ ନେଲେ ଚରମ ପଦକ୍ଷେପ । ନିଜ ଦୁଇ ଛୁଆଙ୍କ ସହ ନିଜ ଜୀବନ ହାରିବାକୁ ନିଷ୍ପତ୍ତି ନେଇ ସେମାନଙ୍କ ସହ କୂଅ ନିକଟରେ ପହଞ୍ଚିଥିଲେ। ମାତ୍ର ଡେଇଁବା ପୂର୍ବରୁ ମା’ ହାତ ଛାଡ଼ି ପୁଅଟି ପଳାଇଥିବା ବେଳେ ନିଜ ଝିଅ ସହ ମହିଳାଜଣକ ଜୀବନ ହାରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳର ଖେଡି ଗାଁରେ ଘଟିଛି।

Advertisment

ଖେଡି ଗାଁରେ ରହୁଥିବା ୩୫ ବର୍ଷୀୟା ଦର୍ଶନା ଦୀପକ ନାମ୍ନୀ ମହିଳା ନିଜର ୧୪ ବର୍ଷୀୟା ଝିଅ ଓ ୧୧ ବର୍ଷର ପୁଅ ସହ ରୁହନ୍ତି । ମାତ୍ର ସେ ଦୀର୍ଘ ଦିନ ହେଲା କିଡ଼ନୀଜନିତ ସମସ୍ୟାରେ ପୀଡ଼ିତ। ଏଥିରେ ଅତିଷ୍ଠ ହୋଇ ସେ ନିଜ ପିଲାଙ୍କ ସହ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ।

ଏଥିନିମନ୍ତେ ସେ ଉଭୟଙ୍କୁ ଧରି ଗାଁର ଏକ ନିଛାଟିଆ ଜାଗାରେ ଥିବା କୂଅ ନିକଟରେ ପହଞ୍ଚିଥିଲେ। ଏହାଦେଖି ତାଙ୍କ ପୁଅ ମା’ ହାତ ଛାଡ଼ି ଦୌଡ଼ି ପଳାଇଥିଲେ। ଏହାପରେ ମହିଳାଜଣକ ନିଜ ଝିଅ ସହ କୂଅକୁ ଡେଇଁ ପଡ଼ିଥିଲେ।

Advertisment

ବଞ୍ଚି ଯାଇଥିବା ପୁଅଟି ଗାଁ ଲୋକଙ୍କୁ ତୁରନ୍ତ ଡାକି ଆଣିଥିବା ବେଳେ ସେମାନେ ତୁରନ୍ତ ଉଭୟଙ୍କୁ କୂଅରୁ ବାହାର କରିଥିଲେ। ଅଚେତ ଅବସ୍ଥାରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମା’ଝିଅଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe