ହସଖୁସିରେ ନିଜ ବିଦେଶୀ ସାଙ୍ଗଙ୍କୁ ଧରି ରାଜଧାନୀ ଦିଲ୍ଲୀରୁ ଜମ୍ମୁ-କଶ୍ମୀର ବୁଲିବାକୁ ବାହାରିଥିଲେ ଯୁବକ। ଦିଲ୍ଲୀରୁ ଏକ କାର୍ ଭଡ଼ାରେ ନେଇ ଉଭୟ ଯାଉଥିବା ଜମ୍ମୁ ଅଭିମୁଖେ। ମାତ୍ର ମଝି ବାଟରେ ଘଟିଲା ଅଘଟଣ ।
କାର୍ଟି ଦ୍ରୁତ ଗତିରେ ଥିବା ବେଳେ ହଠାତ୍ ସେଥିରେ ଲାଗିଲା ନିଆଁ ଓ କାର୍ଟି ହୁତୁହୁତୁ ହୋଇ ଜଳିଗଲା। ଏପରି ଏକ ଅଘଟଣ ହରିୟାଣାର ସୋନିପଥର ୪୪ ନଂ ଜାତୀୟ ରାଜପଥରେ ଘଟିଛି।
ଯୁବକଙ୍କ ବିଦେଶୀ ସାଙ୍ଗ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ଦୁଇ ସାଙ୍ଗ କାର୍ ଭଡ଼ା କରି ଜମ୍ମୁ ଅଭିମୁଖେ ଯାଉଥିଲେ। ମାତ୍ର ସୋନିପଥ ନିକଟରେ ହଠାତ୍ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଆଖି ପିଛୁଳାକେ ଗାଡ଼ିଟି ଜଳିବାକୁ ଲାଗିବାରୁ ଭିତରେ ଥିବା ଦୁଇ ସାଙ୍ଗ ବଞ୍ଚାଇବାକୁ ଆକୁଳ ଚିତ୍କାର କରିଥିଲେ।
Also Read
ଏହାପରେ ପ୍ରାଣ ବିକଳରେ ଝରକା କାଚ ଭାଙ୍ଗି ବାହାରକୁ ଡେଇଁ ପଡ଼ିଥିଲେ। ସେମାନେ ସୁରକ୍ଷିତ ଥିବା ଜଣାଯାଇଛି। ଖବର ପାଇ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ। ତେବେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଛି। ପୁଲିସ୍ ଅଗ୍ନିକାଣ୍ଡର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଉପ ନିର୍ବାଚନ: ବୁର୍ଖା ଭୋଟରଙ୍କୁ ନେଇ ପ୍ରଶ୍ନ ଉଠାଇଲା ବିଜେପି, ପୁଲିସର ଗୁମର ଖୋଲିଲା ସପା
କ୍ଷମତାସୀନ ବିଜେପି ବୁର୍ଖା ପିନ୍ଧି ଭୋଟ ଦେବାକୁ ଆସିଥିବା ଲୋକଙ୍କ ଉପରେ ପ୍ରଶ୍ନ ଉଠାଇଛି। ବୁର୍ଖାରେ ଥିବା ଲୋକଙ୍କର ଭୋଟ ପରିଚୟ ଭଲ ଭାବେ ଯାଞ୍ଚ କରିବାକୁ ବିଜେପି ନିର୍ବାଚନ କମିଶନଙ୍କୁ କହିଛି।
Crime
ବିଜେପିକୁ ସମର୍ଥନ କରିବାରୁ ଦଳିତ ଯୁବତୀଙ୍କୁ ହତ୍ୟା!
ଉତ୍ତର ପ୍ରଦେଶ ଉପନିର୍ବାଚନରେ ବିଜେପିକୁ ସମର୍ଥନ କରିବାରୁ ଦଳିତ ଯୁବତୀଙ୍କୁ ହତ୍ୟା। ପରିବାରର ଅଭିଯୋଗକ୍ରମେ ସମାଜବାଦୀ ପାର୍ଟି ସମର୍ଥକଙ୍କୁ ଗିରଫ କଲା ପୁଲିସ।
Crime
ବାହାଘର ପ୍ରସ୍ତାବକୁ ମନା କଲେ ଗୁରୁମା, ସ୍କୁଲରେ ପଶି ତଣ୍ଟି କାଟିଦେଲା ପାଗଳ ପ୍ରେମୀ
ଘର ଲୋକଙ୍କ ଦ୍ୱାରା ଗୁରୁମାଙ୍କ ପାଖକୁ ବାହାଘର ପ୍ରସ୍ତାବ ଆସିଥିଲେ ହେଁ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ବାସ୍ ଏଥିରେ ରାଗି ଯାଇ ପାଗଳ ପ୍ରେମିକ ଜଣକ ସ୍କୁଲରେ ପଶି ଗୁରୁମାଙ୍କ ତଣ୍ଟି କାଟି ହତ୍ୟା କରିଛି।
National
ହିଟ୍ ଆଣ୍ଡ ରନ୍: ବିଏମ୍ଡବ୍ଲୁ ଧକ୍କାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ
ବାଇକ୍ରେ ଯାଉଥିବା ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ଦ୍ରୁତ ଗତିରେ ଆସି ଏକ ବିଏମ୍ଡବ୍ଲୁ କାର୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ୧୦୦ ମିଟର ଦୂରକୁ ସେ ଛିଟିକି ପଡିଥିଲେ।
National
ବିଟ୍କଏନ୍ ଘୋଟାଲା: ଅଜିତ ପାଓ୍ୱାର୍ କହିଲେ- ଅଡିଓ କ୍ଲିପ୍ରେ ରହିଛି ଭଉଣୀର ଭଏସ୍
ପୁଣେର ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ ଏନସିପି ନେତା ସୁପ୍ରିୟା ସୁଲେ ଏବଂ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେଙ୍କୁ ବିଟକଏନ୍ ଅପବ୍ୟବହାର କରିଥିବା ଏବଂ ୨୦୧୮ରେ ବିଧାନସଭା ନିର୍ବାଚନରେ ସେହି ଟଙ୍କା ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି।