Advertisment

ସାତ ଦଳିତ ପରିବାରଙ୍କ ପିଏମ୍‌ ଆବାସ ଉପରେ ବୁଲିଲା ବୁଲଡୋଜର, ତେଜିଲା ରାଜନୀତି

ସାତ ଦଳିତ ପରିବାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମାଟିରେ ମିଶାଇଦେଲେ ରାଜ୍ୟ ସରକାର। ଏହାକୁ ନେଇ ମଧ୍ୟପ୍ରଦେଶରେ ତୀବ୍ର ରାଜନୀତି ଆରମ୍ଭ ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
demolise

demolise

ସାତ ଦଳିତ ପରିବାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମାଟିରେ ମିଶାଇଦେଲେ ରାଜ୍ୟ ସରକାର। ଏହାକୁ ନେଇ ମଧ୍ୟପ୍ରଦେଶରେ ତୀବ୍ର ରାଜନୀତି ଆରମ୍ଭ ହୋଇଛି।

Advertisment

ମଧ୍ୟପ୍ରଦେଶର ସାଗର ଜିଲ୍ଲାର କିଛି ଜଙ୍ଗଲ ଜମିରେ ଦୀର୍ଘ ବର୍ଷ ହେବ ୭ ଦଳିତ ପରିବାର ରହୁଥିଲେ। ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଥିଲା।

ମାତ୍ର ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ଘରକୁ ବୁଲଡୋଜର ଲଗାଇ ମାଟିରେ ମିଶାଇ ଦିଆଯାଇଛି। ଏବେ ବର୍ଷା ଦିନ ଆରମ୍ଭ ହୋଇ ଯାଇଥିବା ବେଳେ ସେମାନେ ପିଲାଛୁଆ ଧରି କେଉଁଠି ମୁଣ୍ଡ ଗୁଞ୍ଜିବେ ବୋଲି ପଚାରି ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। ଏଥିସହ ଏହି ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି।

Advertisment

ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି, ବୁଧବାର ଅପରାହ୍ନରେ ଏହି ଉଚ୍ଛେଦ କରାଯାଇଛି। ଜଙ୍ଗଲ ଜମିରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରାଯାଇଛି। ସେଥିନିମନ୍ତେ ଦୀର୍ଘ ବର୍ଷ ହେବ ଜାଗା ଖାଲି କରିବାକୁ ଏହି ପରିବାରମାନଙ୍କୁ ନୋଟିସ୍‌ ଦିଆଯାଉଥିବା ବେଳେ ସେମାନେ ତାହାକୁ ଖାତିର କରୁ ନ ଥିଲେ।

ଉକ୍ତ ଅଞ୍ଚଳ ନିକଟରେ ନିର୍ମାଣ କାମ ଚାଲିଥିବାରୁ ବୁଧବାର ସନ୍ଧ୍ୟାରେ ଏହି ସାତ ଘରକୁ ଉଚ୍ଛେଦ କରାଯାଇଥିବା ସାଗର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥିଯୋଗୁ ବେସାହାରା ହୋଇଥିବା ୭ ପରିବାରଙ୍କ ମଧ୍ୟରୁ ୬ ପରିବାରଙ୍କୁ ପଟ୍ଟା ପ୍ରଦାନ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି।

Madhya Pradesh Demolition;