Advertisment

୪ ଛୁଆ ଜନ୍ମ କରିବାକୁ ବ୍ରାହ୍ମଣ ଦମ୍ପତିଙ୍କୁ ଅଫର!

ସନାତନ ଧର୍ମକୁ ରକ୍ଷା କରିବାକୁ ହେଲେ ବ୍ରାହ୍ମଣ ଦମ୍ପତିଙ୍କୁ ୪ଟି ଲେଖାଏଁ ଛୁଆ ଜନ୍ମ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି 'ପର୍ଶୁରାମ କଲ୍ୟାଣ ବୋର୍ଡ'ର ଅଧ୍ୟକ୍ଷ। ମଧ୍ୟପ୍ରଦେଶରେ ବ୍ରାହ୍ମଣ ସମାଜ ସଂଗଠନ 'ପର୍ଶୁରାମ କଲ୍ୟାଣ ବୋର୍ଡ' ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ବୋର୍ଡ।

Pandit Vishnu Rajoria

Pandit Vishnu Rajoria

Advertisment

ବ୍ରାହ୍ମଣ ଦମ୍ପତିଙ୍କୁ ମଧ୍ୟପ୍ରଦେଶର ଏକ ସରକାରୀ ବୋର୍ଡ ମୁଖିଆଙ୍କ ଅଫର। ୪ଟି ଛୁଆ ଜନ୍ମ କଲେ ମିଳିବ ଲକ୍ଷେ ଟଙ୍କା ପୁରସ୍କାର। ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମଧ୍ୟପ୍ରଦଶର 'ପର୍ଶୁରାମ କଲ୍ୟାଣ ବୋର୍ଡ'ର ଅଧ୍ୟକ୍ଷ ପଣ୍ଡିତ ବିଷ୍ଣୁ ରଜୋରିଆ ଏଭଳି ଘୋଷଣା କରିଛନ୍ତି। ସନାତନ ଧର୍ମକୁ ରକ୍ଷା କରିବାକୁ ହେଲେ ବ୍ରାହ୍ମଣ ଦମ୍ପତିଙ୍କୁ ୪ଟି ଲେଖାଏଁ ଛୁଆ ଜନ୍ମ କରିବାକୁ ହେବ ବୋଲି ସେ କହିଛନ୍ତି।

Advertisment

ମଧ୍ୟପ୍ରଦେଶରେ ବ୍ରାହ୍ମଣ ସମାଜ ସଂଗଠନ 'ପର୍ଶୁରାମ କଲ୍ୟାଣ ବୋର୍ଡ' ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ବୋର୍ଡ। ଏହି ବୋର୍ଡର ଅଧ୍ୟକ୍ଷ ଥିବା ପଣ୍ଡିତ ବିଷ୍ଣୁ ରଜୋରିଆ କହିଛନ୍ତି ଯେ ବ୍ୟକ୍ତିଗତ ଭାବରେ ମୁଁ ଏ ଘୋଷଣା କରୁଛି। ଯେଉଁ ବ୍ରାହ୍ମଣ ଦମ୍ପତି ୪ଟି ଛୁଆ ଜନ୍ମ କରିବେ, ତାଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ଦେବି। ବ୍ରାହ୍ମଣ ଦମ୍ପତିମାନେ ସେମାନଙ୍କ ପିଲାମାନଙ୍କ ଲାଳନପାଳନର ସମସ୍ତ ଦାୟିତ୍ୱ ବହନ କରିବେ। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବର୍ତ୍ତମାନ ପରିସ୍ଥିତିରେ ଏହା ବାଧ୍ୟତାମୂଳକ ବୋଲି ସେ କହିଛନ୍ତି।

ରଜୋରିଆ କହିଛନ୍ତି ଯେ ମୁଁ ଯୁବ ଦମ୍ପତିମାନଙ୍କୁ ଅନୁରୋଧ କରୁଛି ଯେ ବ୍ରାହ୍ମଣମାନଙ୍କ ପାଇଁ ଚାରୋଟି ସନ୍ତାନ ଜନ୍ମ କରିବା ବାଧ୍ୟତାମୂଳକ। ସନାତନ ଧର୍ମକୁ ରକ୍ଷା କରିବା ପାଇଁ ଏହା ନିହାତି ଜରୁରୀ। 'ପର୍ଶୁରାମ କଲ୍ୟାଣ ବୋର୍ଡ'ର ଅଧ୍ୟକ୍ଷ ଭାବରେ ମୁଁ ବ୍ୟକ୍ତିଗତ ଭାବରେ ଏହି ଆବେଦନ କରିଛି। ସନାତନ ଧର୍ମକୁ ରକ୍ଷା କରିବାକୁ ହେଲେ ଦମ୍ପତିମାନଙ୍କ ପାଇଁ ଅଧିକ ସନ୍ତାନ ଜନ୍ମ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଥିଲେ ଯେ ଦେଶ ଦିନକୁ ଦିନ ପ୍ରଗତି କରୁଥିବାରୁ ଭାରତରେ ସମ୍ବଳର କୌଣସି ଅଭାବ ନାହିଁ। ତେବେ ବ୍ରାହ୍ମଣ ସମ୍ପ୍ରଦାୟର ଲୋକମାନେ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ଏବଂ ବୋର୍ଡ ଏହା ଉପରେ କାମ ଆରମ୍ଭ କରିବ ବୋଲି କହିଛନ୍ତି ଏହାର ଅଧ୍ୟକ୍ଷ ବିଷ୍ଣୁ ରଜୋରିଆ।

Advertisment
Madhya Pradesh Parshuram Kalyan Board Pandit Vishnu Rajoria MP Brahmin Board
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe