Advertisment

ହୁ ହୁ ହୋଇ ଜଳିଗଲା ଘର, ଗୋଟିଏ ପରିବାରର ୪ ଜୀବନ୍ତ ଦଗ୍ଧ

ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଓ ସେମାନଙ୍କ ଦୁଇ ପିଲା ଅଛନ୍ତି।

Fire in House

Fire in House

Advertisment

ହୁ ହୁ ହୋଇ ଜଳିଗଲା ଘର। ନିଆଁରେ ପୋଡି ଜୀବନ୍ତ ଦଗ୍ଧ ହୋଇଗଲେ ଗୋଟିଏ ପରିବାରର ୪ ଜଣ। ଏଭଳି କିଛି ଭୟଙ୍କର ଅଗ୍ନିକାଣ୍ଡ ଘଟଣା ଘଟିଛି ମଧ୍ୟପ୍ରଦେଶରେ।

Advertisment

ମଧ୍ୟପ୍ରଦେଶର ଦେବାସ ସହରର ନୟାପୁର ଅଞ୍ଚଳରେ। ଏଠାରେ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଓ ସେମାନଙ୍କ ଦୁଇ ପିଲା ଅଛନ୍ତି।

ସେପଟେ ଖବର ପାଇ ଅଗ୍ନିଶମ ବାହିନୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଯେଉଁ ଘରେ ଅଗ୍ନିକାଣ୍ଡ ଘଟିଛି ତା'ର ତଳ ମହଲାରେ ଏକ କ୍ଷୀର ଫ୍ୟାକ୍ଟ୍ରି ଥିଲା। ପ୍ରଥମେ ଏହି ଫ୍ୟାକ୍ଟ୍ରିରେ ହିଁ ନିଆଁ ଲାଗିଥିଲା। ଏହାପରେ ଦେଖୁ ଦେଖୁ ଏହି ନିଆଁ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା।

Advertisment

ଫଳରେ ଦ୍ୱିତୀୟ ମହଲାରେ ରହୁଥିବା ସ୍ୱାମୀ-ସ୍ତ୍ରୀ ଓ ଦୁଇ ପିଲାଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଦିନେଶ, ତାଙ୍କ ପତ୍ନୀ ଗାୟତ୍ରୀ, ଝିଅ ଇସିକା ଓ ପୁଅ ଚିରାଗ। ଦିନେଶ ପେସାରେ ଜଣେ କାରପେଣ୍ଟର ଥିଲେ। ଏଥିସହ ଘରର ତଳ ମହଲାରେ କ୍ଷୀର ଫ୍ୟାକ୍ଟ୍ରି ଚଳାଉଥିଲେ। ତେବେ କେଉଁ କାରଣରୁ ତାଙ୍କ ପ୍ୟାକ୍ଟ୍ରିୀରେ ନିଆଁ ଲାଗିଲା ସେ ନେଇ କିଛି ସୂଚନା ମିଳିନାହିଁ। ଶର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୁଲିସ ପୂରା ଘଟଣାର ତଦନ୍ତ ଜାରି ରଖିଛି।

Fire Breakout Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe