Advertisment

ଡାକ୍ତରଖାନାରେ ୪୮ ଘଣ୍ଟାରେ ୩୧ ଜଣଙ୍କ ମୃତ୍ୟୁ ଘଟଣା, ସାଂସଦଙ୍କ ନିର୍ଦ୍ଦେଶରେ ଟଏଲେଟ ସଫା କଲେ ଡିନ୍‌

୩୧ ମୃତକଙ୍କ ମଧ୍ୟରେ ୧୬ ଜଣ ନବଜାତ ଶିଶୁ ଅଛନ୍ତି।

Toilet

Toilet

Advertisment

ମହାରାଷ୍ଟ୍ରର ନନ୍ଦେଡ଼ରେ ଥିବା ଶଙ୍କରରାଓ ଚୌହାନ ସରକାରୀ ଡାକ୍ତରଖାନାରେ ଗତ ୪୮ ଘଣ୍ଟାରେ ୧୬ ଜଣ ନବଜାତ ଶିଶୁଙ୍କ ସମେତ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଏହାର ଡିନ୍‌ଙ୍କୁ ଅପଦସ୍ଥ ହେବାକୁ ପଡ଼ିଛି। ଶିବସେନା ସାଂସଦ ହେମନ୍ତ ପାଟିଲ ତାଙ୍କୁ ଡାକ୍ତରଖାନାର ଏକ ଟଏଲେଟ ସଫା କରିବାକୁ କହିଥିଲେ। ଜଣେ ଜନପ୍ରତିନିଧି କହୁଥିବାରୁ ବାଧ୍ୟ ହୋଇ ସେ ଟଏଲେଟ୍ ସଫା କରିଥିଲେ। ଅବଶ୍ୟ ସେ ଟଏଲେଟ୍‌ରେ ବ୍ରଶ୍‌ ବୁଲାଉଥିବା ବେଳେ ସାଂସଦ ପାଇପ ଧରି ପାଣି ପକାଉଥିବା ଦେଖିବାକୁ ମିଳିଥିଲା।

Advertisment

ଶଙ୍କରରାଓ ଚୌହାନ ସରକାରୀ ଡାକ୍ତରଖାନାରେ ୪୮ ଘଣ୍ଟାରେ ୩୧ ଜଣଙ୍କ ମୃତ୍ୟୁ ଜାତୀୟ ଖବର ପାଲଟି ଯାଇଥିବା ବେଳେ ସାଂସଦ ହେମନ୍ତ ପାଟିଲ ଏଠାକୁ ସ୍ଥିତି ଦେଖିବାକୁ ଆସିଥିଲେ। ସେ ଡାକ୍ତରଖାନାରେ ବୁଲୁଥିବା ବେଳେ ଏକ ଟଏଲେଟ ଭାରି ଅପରିଷ୍କାର ହୋଇଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ସେ ଫିଡ଼ିକି ଯାଇଥିଲେ ଓ ଡାକ୍ତରଖାନାର ଡିନ୍ ଶ୍ୟାମରାଓ ୱାକୋଡେଙ୍କୁ ସଫା କରିବା ପାଇଁ କହିଥିଲେ।

ଡିନ୍ ଟଏଲେଟ ସଫା କରିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳିଛି ଯେ ଡିନ୍‌ ଏକ ବ୍ରଶ୍‌ ଧରି ଟଏଲେଟ ସଫା କରୁଥିବା ବେଳେ ସାଂସଦ ବାହାରୁ ପାଇପ ଧରି ପାଣି ପକାଉଛନ୍ତି।

Advertisment

ଗତକାଲି ହସ୍‌ପିଟାଲ୍ ପକ୍ଷରୁ କୁହାଯାଇଥିଲା ଯେ ୨୪ ଘଣ୍ଟାରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଏହି ସଂଖ୍ୟା ୩୧କୁ ବୃଦ୍ଧି ପାଇଥିବା କୁହାଯାଇଥିଲା। ଅର୍ଥାତ୍ ୪୮ ଘଣ୍ଟାରେ ଡାକ୍ତରଖାନାରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା।

Maharashtra Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe