Advertisment

କାହିଁକି ଏଯାଏ ବିବାହ କରିନାହାନ୍ତି ରାହୁଲ? ରଖିଲେ ଉତ୍ତର

ନିଜ ବିବାହକୁ ନେଇ ଜାରି ରହିଥିବା ସସ୍‌ପେନ୍ସ ଉପରୁ ପରଦା ଉଠାଇଛନ୍ତି ରାହୁଲ।

author-image
Madhupriya Mistry
Rahul Gandhi

Rahul Gandhi

ରାଜନୈତିକ ଜଗତର ମୋଷ୍ଟ ଏଲିଜିବୁଲ ବ୍ୟାଚଲର ତଥା କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ ଆଜି ଯାଏ ବିବାହ କରି ନାହାନ୍ତି। ତାଙ୍କ ବିବାହକୁ ନେଇ ଅନେକ ପ୍ରଶ୍ନ ଉଠେ। ଓ୍ୱାୟନାଡ ସାଂସଦ କେବେ କରିବେ ବିବାହ? ରାହୁଲଙ୍କ କେବେ ପଡ଼ିବ ହାତ ଗଣ୍ଠି? କେବେ ହାତକୁ ଦି ହାତ ହେବେ ଏହି କଂଗ୍ରେସ ନେତା? ଏଭଳି ଅନେକ ପ୍ରଶ୍ନର ସେ ପ୍ରାୟତଃ ସାମ୍ନା କରନ୍ତି। କିନ୍ତୁ କେବେ ବି ଏହି ପ୍ରଶ୍ନର ଉତ୍ତର ସଠିକ୍‌ ଭାବେ ସେ ଦିଅନ୍ତି ନାହିଁ। ଏବେ କିନ୍ତୁ ନିଜ ବିବାହକୁ ନେଇ ଜାରି ରହିଥିବା ସସ୍‌ପେନ୍ସ ଉପରୁ ଉଠାଇଛନ୍ତି ପରଦା। କାହିଁକି ଏଯାଏ ବିବାହ କରିନାହାନ୍ତି ତାକୁ ନେଇ ଉତ୍ତର ରଖିଛନ୍ତି ରାହୁଲ ଗାନ୍ଧି।

Advertisment

ନିକଟରେ ଜୟପୁର ଗସ୍ତରେ ଯାଇଥିଲେ ରାହୁଲ ଗାନ୍ଧି। ସେଠାକାର ମହାରାଣୀ କଲେଜରେ ଆୟୋଜିତ ହୋଇଥିବା ଏକ ସମ୍ମିଳନୀରେ ସେ ଯୋଗ ଦେଇଥିଲେ। ଏହି ସମୟରେ ସେ କଲେଜ ଛାତ୍ରୀଙ୍କ ସହ ମିଶି ଅନେକ ବିଷୟ ଉପରେ ଆଲୋଚନା କରିଥିଲେ। ଏଯାଏ ସେ କାହିଁକି ବିବାହ କରି ନାହାନ୍ତି ତାକୁ ନେଇ କଂଗ୍ରେସ ନେତାଙ୍କୁ ଜଣେ ଛାତ୍ରୀ ପ୍ରଶ୍ନ କରିଥିଲେ।

ଛାତ୍ରୀ ଜଣକ ରାହୁଲ ଗାନ୍ଧିଙ୍କୁ କହିଥିଲେ, 'ଆପଣ ଦେଖିବାକୁ ଏତେ ସ୍ମାର୍ଟ ଆଉ ହ୍ୟାଣ୍ଡସମ୍‌। ଏହାପରେ ବି କାହିଁକି ବିବାହ କରୁନାହାନ୍ତି?' ଏହାର ଉତ୍ତରରେ ରାହୁଲ ଗାନ୍ଧି କହିଥିଲେ, 'ମୁଁ ନିଜ କାମ ଓ କଂଗ୍ରେସ ଦଳକୁ ନେଇ ପୂରା ବ୍ୟସ୍ତ ଅଛି। ଚାରି ଆଡୁ ଘେରି ରହିଛି। ତେଣୁ ବିବାହ କରିବା ପାଇଁ ମୁଁ ଚିନ୍ତା ମଧ୍ୟ କରିପାରିଲି ନାହିଁ।'

Advertisment

ଆଗକୁ ରାଜସ୍ଥାନ ବିଧାନସାଭା ନିର୍ବାଚନ। ଏହାକୁ  ନେଇ ରାଜନୈତିକ ମହଲରେ ହଲ୍‌ଚଲ ଜାରି ରହିଛି। ସବୁ ଦଳର ନେତାମାନେ କିଭଳି ରାଜସ୍ଥାନକୁ ନିଜ ଅକ୍ତିଆରକୁ ଆଣିବେ ସେଥିପାଇଁ ଆରମ୍ଭ କରି ଦେଇଛନ୍ତି ଚେଷ୍ଟା। ସେହିପରି କଂଗ୍ରେସ ମଧ୍ୟ ରାଜସ୍ଥାନରେ ନିଜର କ୍ଷମତା ବଜାୟୀ ରଖିବାକୁ କସରତ କରୁଛି।  

Rahul Gandhi Congress