Advertisment

ଇଲେକ୍ସନ୍ ଡ୍ୟୁଟିରେ ଯୋଗଦେଲେନି ସାର୍, କହିଲେ ‘ଆଗ ମୋ ବାହାଘର କରେଇଦିଅ!’

‘ମୋ ରାତିଗୁଡିକ ନଷ୍ଟ ହୋଇଯାଉଛି, ଆଗ ମୋର ବାହାଘର କରାଅ...’ ଇଲେକ୍ସନ୍ ଡ୍ଯୁଟିରେ ଯୋଗ ଦେଇ ନଥିବା ଜଣେ ସରକାରୀ ଶିକ୍ଷକଙ୍କ ଏପରି ଚିଠିକୁ ନେଇ ଚର୍ଚ୍ଚା।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

‘ମୋ ରାତିଗୁଡିକ ନଷ୍ଟ ହୋଇଯାଉଛି, ଆଗ ମୋର ବାହାଘର କରାଅ...’ ଇଲେକ୍ସନ୍ ଡ୍ଯୁଟିରେ ଯୋଗ ଦେଇନଥିବା ଜଣେ ସରକାରୀ ଶିକ୍ଷକଙ୍କ ଏପରି ଚିଠିକୁ ନେଇ ଚର୍ଚ୍ଚା ହେଉଛି। କାହିଁକି କାର୍ଯ୍ୟରେ ଯୋଗ ଦେଲେନି ବୋଲି ପଚରାଯିବାରୁ ଏପରି ହାସ୍ୟାସ୍ପଦ ଉତ୍ତର ଦେଇଛନ୍ତି ମଧ୍ୟ ପ୍ରଦେଶର ଜଣେ ସଂସ୍କୃତ ଶିକ୍ଷକ, ଯେଉଁଥିପାଇଁ ତାଙ୍କୁ ନିଲମ୍ବନ ହେବାକୁ ପଡ଼ିଛି।

Advertisment

ଖବର ଅନୁସାରେ, ଉକ୍ତ ଶିକ୍ଷକ ଜଣକ ହେଉଛନ୍ତି ମଧ୍ୟ ପ୍ରଦେଶ ସାତନା ଜିଲ୍ଲା ଅମରପାଟନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଖିଳେଶ କୁମାର ମିଶ୍ରା(35)। ସେ ପିଲାମାନଙ୍କୁ ସଂସ୍କୃତ ପଢ଼ାନ୍ତି। ବିଧାନସଭା ନିର୍ବାଚନ ପାଇଁ ଅନ୍ୟ ଶିକ୍ଷକଙ୍କ ପରି ତାଙ୍କୁ ମଧ୍ୟ ଇଲେକ୍ସନ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିପାଇଁ ଅକ୍ଟୋବର ୧୬-୧୭ ତାରିଖରେ ଜିଲ୍ଲା ପ୍ରଶାସନ ତାଙ୍କୁ ଟ୍ରେନିଂରେ ଯୋଗ ଦେବା ପାଇଁ ଏକ ନୋଟିସ୍ ପଠାଇଥିଲା। କିନ୍ତୁ ଟ୍ରେନିଂକୁ ଯୋଗ ଦେଇ ନଥିଲେ ସାର୍ ଅଖିଳେଶ।

କାହିଁକି କାର୍ଯ୍ୟରେ ଯୋଗ ଦେଇ ନଥିଲେ, ସରକାରୀ ନୋଟିସକୁ ଅବହେଳାର କାରଣ ଦର୍ଶାଇବାକୁ ଅକ୍ଟୋବର ୨୭ରେ ତାଙ୍କ ପାଖକୁ ଏକ ନୋଟିସ୍ ଆସିଥିଲା। ଅକ୍ଟୋବର ୩୧ରେ ପ୍ରତିକ୍ରିୟା ଦେଇଥିଲେ ଅଖିଳେଶ। ଅଖିଳେଶ ତାଙ୍କ ଚିଠିର ନାମ 'ପଏଣ୍ଟ ଟୁ ପଏଣ୍ଟ ରିପ୍ଲାୟ' ଲେଖି ଉତ୍ତର ରଖିଥିଲେ।

Advertisment

ପ୍ରଥମ 'ପଏଣ୍ଟ'ରେ ଅଖିଳେଶ ଉଲ୍ଲେଖ କରିଥିଲେ, ‘ମୋର ସମ୍ପୂର୍ଣ୍ଣ ଜୀବନ ପତ୍ନୀ ବିନା ଅତିବାହିତ ହେଉଛି, ମୋର ସମସ୍ତ ରାତି ନଷ୍ଟ ହେଉଛି। ପ୍ରଥମେ ମୋର ବିବାହ କରାଅ।’ ଅନ୍ୟ 'ପଏଣ୍ଟ'ରେ ସେ ୩.୫ ଲକ୍ଷ ଟଙ୍କା ଯୌତୁକ(ନଗଦ କିମ୍ବା ଆକାଉଣ୍ଟ)ରେ ପେମେଣ୍ଟ ଏବଂ ରେୱା ଜିଲ୍ଲାର ସିଙ୍ଗ୍ରଉଲି ଟାୱାର କିମ୍ବା ସମଦାରିଆରେ ଏକ ଫ୍ଲାଟ ପାଇଁ ଋଣ ମଞ୍ଜୁର କରାଇବାକୁ ଦାବି କରିଛନ୍ତି। 

ଏଥିସହ ମିଶ୍ରା ତାଙ୍କ ଉତ୍ତରରେ ଏକ ରାଉଣ୍ଡ୍ ବୁଲାଇ ‘କଣ କରିବି? ମୋ ପାଖରେ କୌଣସି ଶବ୍ଦ ନାହିଁ, ଆପଣ ତ ଜ୍ଞାନର ସମୁଦ୍ର।’ ବୋଲି ଲେଖିଥିଲେ। ଏସବୁ ପଏଣ୍ଟେଡ୍ ଚିଠି ପଢ଼ି ତାତି ଯାଇଥିଲେ ଜିଲ୍ଲା ପ୍ରଶାସନ। ଏପରି ଚିଠିରେ କ୍ଷୁବ୍ଧ ହୋଇ ଶିକ୍ଷକ ଅଖିଳେଶ ମିଶ୍ରାଙ୍କୁ ନଭେମ୍ବର ୨ରେ ନିଲମ୍ବନ କରିଛନ୍ତି ସାତନା ଜିଲ୍ଲାପାଳ।

ତେବେ ମିଶ୍ରା ଫୋନ୍ ବ୍ୟବହାର କରୁ ନ ଥିବାରୁ ତାଙ୍କ ସହ ଯୋଗାଯୋଗ କରାଯାଇପାରି ନାହିଁ। ସେ ବର୍ଷେ ହେବ ମୋବାଇଲ୍ ଫୋନ୍ ବ୍ୟବହାର କରୁ ନଥିବା ତାଙ୍କର ଜଣେ ସହକର୍ମୀ କହିଛନ୍ତି। ସହକର୍ମୀ ଜଣକ କହିଛନ୍ତି ଯେ, ଅଖିଳେଶ ଦୁଇ ବର୍ଷ ହେବ ଚାପରେ ରହୁଛନ୍ତି। ‘ନଚେତ୍ କିଏ ଏପରି ବିଚିତ୍ର ଚିଠି ଲେଖନ୍ତି, ତାହା ପୁଣି କାରଣ ଦର୍ଶାଅ ନୋଟିସରେ?’ 

Teacher Suspended MP Teacher Suspended MP Assemble Election