Advertisment

ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ, କହିଲେ - ଏହି ଅଧିବେଶନ ଆପଣମାନଙ୍କ ପାଇଁ ପଶ୍ଚାତାପର ଅବସର

‍ବିରୋଧୀଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି, ବିଗତ ୧୦ ବର୍ଷରେ ଆପଣମାନେ କ’ଣ କରିଛନ୍ତି ସମୀକ୍ଷା କରନ୍ତୁ। ଆପଣଙ୍କ ବ୍ୟବହାରକୁ ନେଇ ଲୋକେ କ’ଣ କହୁଛନ୍ତି ପଚାରି ବୁଝନ୍ତୁ। ଏହି ଅଧିବେଶନ ହେବ ଆପଣମାନଙ୍କ ପାଇଁ ପଶ୍ଚାତାପର ଅବସର।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଆଜି ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ଅଧିବେଶନ।

Advertisment

ସଂସଦରେ କାମଚଳା ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ଆଜି ବିରୋଧିଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାର୍ଲାମେଣ୍ଟ ଭବନରେ ପ୍ରବେଶ ପୂର୍ବରୁ ମୋଦି ଗଣମାଧ୍ୟମକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ପରୋକ୍ଷରେ ସଂସଦରେ ହଙ୍ଗାମା କରୁଥିବା ସାଂସଦଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି।

ସେ କହିଛନ୍ତି, ବିଗତ ୧୦ ବର୍ଷରେ ଆପଣମାନେ କ’ଣ କରିଛନ୍ତି ସମୀକ୍ଷା କରନ୍ତୁ। ଆପଣଙ୍କ ବ୍ୟବହାରକୁ ନେଇ ଲୋକେ କଣ କହୁଛନ୍ତି ପଚାରି ବୁଝନ୍ତୁ। ଏହି ଅଧିବେଶନ ହେବ ଆପଣମାନଙ୍କ ପାଇଁ ପଶ୍ଚାତାପର ଅବସର। କାଲି ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପିତ ହେବାକୁ ଯାଉଛି। ପରେ ପୂରା ବଜେଟ ଉପସ୍ଥାପନା ନେଇ ଦମ୍ଭୋକ୍ତି ଦେଖାଇଲେ ମୋଦି।

Advertisment

ବଜେଟ୍ ପୂର୍ବରୁ ଶୀତକାଳୀନ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ସମସ୍ତ ୧୪୬ ଜଣ ସାଂସଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଛି।

ଏହାବ୍ୟତୀତ ଲୋକସଭା ପ୍ରିଭିଲେଜ କମିଟି ଦ୍ୱାରା ନିଲମ୍ବିତ ୧୪ ଜଣ ସାଂସଦଙ୍କ ଉୁପରୁ ବି ନିଲମ୍ବନ ପ୍ରତ୍ୟାହାର ହୋଇଛି। ସେପଟେ ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ। ୨୦୨୪ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଏହା ଶେଷ ବଜେଟ୍ ଥିବା ବେଳେ ସାଧାରଣ ଜନତାଙ୍କୁ ସୁହାଇଲା ଭଳି ବଜେଟ ଆସିବ ବୋଲି ଆଶା କରାଯାଉଛି।

PM Modi New Parliament Building Parliament Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe