Advertisment

ଏମଆରଆଇ ସେଣ୍ଟରର ଚେଞ୍ଜିଂ ରୁମ୍‌ରେ ଲାଗିଥିଲା ମୋବାଇଲ, ଦେଖିଦେଲେ ମହିଳା

ଉକ୍ତ ମୋବାଇଲରେ ରେକର୍ଡ ହେଉଥିଲା ମହିଳାଙ୍କ ଆପତ୍ତିଜନକ  ଭିଡିଓ। କିଛି ଦିନ ପୂର୍ବେ ଉକ୍ତ ଏମଆରଆଇ ସେଣ୍ଟରରେ କାମ ଆରମ୍ଭ କରିଥିବା ଜଣେ ଯୁବକ ହିଁ ଏପରି କାମ କରିଥିବା ଜଣାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
MRI Centre

MRI Centre

ଏମଆରଆଇ ସେଣ୍ଟରର ଚେଞ୍ଜିଂ ରୁମ୍‌ରେ ଲାଗିଥିଲା ମୋବାଇଲ। ଉକ୍ତ ମୋବାଇଲରେ ରେକର୍ଡ ହେଉଥିଲା ମହିଳାଙ୍କ ଆପତ୍ତିଜନକ  ଭିଡିଓ। କିଛି ଦିନ ପୂର୍ବେ ଉକ୍ତ ଏମଆରଆଇ ସେଣ୍ଟରରେ କାମ ଆରମ୍ଭ କରିଥିବା ଜଣେ ଯୁବକ ହିଁ ଏପରି କାମ କରିଥିବା ଜଣାଯାଇଛି। ପୁଲିସ୍‌ ଅଭିଯୁକ୍ତଙ୍କୁ ବାନ୍ଧିଥିବା ବେଳେ ମୋବାଇଲ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି ଘଟଣା ମଧ୍ୟପ୍ରଦେଶ ରାଜଧାନୀ ଭୋପାଳର ମାଲବୀୟ ନଗରରେ ଘଟିଛି।

Advertisment

ଅଭିଯୋଗକାରିଣୀ ମହିଳାଜଣକ ଏମଆରଆଇ ପୂର୍ବରୁ ନିଜ ଡ୍ରେସ୍‌ ଚେଞ୍ଜ ନିମନ୍ତେ ଉକ୍ତ ରୁମ୍‌କୁ ଯାଇଥିଲେ। ସେଠାରେ ସେ ବଲ୍‌ ହୋଲଡରରେ ଏକ ମୋବାଇଲ୍‌ ଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ତୁରନ୍ତ ନିଜ ସ୍ୱାମୀଙ୍କୁ ଜଣାଇଥିଲେ। ଏହାପରେ ତାଙ୍କ ସ୍ୱାମୀ ତୁରନ୍ତ ଉକ୍ତ ମୋବାଇଲକୁ ଆଣି ତାହାର ରେକର୍ଡିଂ ଚାଲୁଥିବା ଦେଖିବାକୁ ପାଇଥିଲେ।

ଏନେଇ ସେ ତୁରନ୍ତ ପୁଲିସ୍‌କୁ ଅବଗତ କରିଥିବା ବେଳେ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ବତ ଫୋନ୍‌ଟି ଉକ୍ତ ଏମଆରଆଇ ସେଣ୍ଟରରେ କାମ କରୁଥିବା ବିଶାଳ ଠାକୁରଙ୍କର ବୋଲି ଜଣାଯାଇଛି। ବିଶାଳ କିଛି ଦିନ ପୂର୍ବେ ଉକ୍ତ ସେଣ୍ଟରରେ ଯୋଗ ଦେଇଥିଲେ। ଉକ୍ତ ମୋବାଇଲରୁ ଦୁଇ ମହିଳାଙ୍କ ଭିଡିଓ ମିଳିଛି। ପୁଲିସ୍‌ ଉକ୍ତ ଚେଞ୍ଜିଂ ରୁମ୍‌କୁ ସିଲ୍‌ କରିଛି। ଏଥିସହ ବିଶାଲଙ୍କୁ ଗିରଫ କରିଛି।

Advertisment

ତେବେ ବିଶାଲ କେବେଠୁ ଏପରି କାମ କରୁଛନ୍ତି ଓ କେତେ ଜଣ ମହିଳାଙ୍କ ଆପତ୍ତିଜନକ ଭିଡିଓ ରେକର୍ଡିଂ କରିଛନ୍ତି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

Madhya Pradesh