Advertisment

ମୋଦିଙ୍କୁ କଲ୍ କଲେ ମହମ୍ମଦ ୟୁନୁସ; ହିନ୍ଦୁଙ୍କ ସୁରକ୍ଷାକୁ ନେଇ ଦେଲେ ଆଶ୍ୱାସନା

ବାଂଲାଦେଶ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଲ୍ କରିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
PM Modi & Muhammad Yunus

PM Modi & Muhammad Yunus

ବାଂଲାଦେଶରେ ହିନ୍ଦୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକଙ୍କ ସୁରକ୍ଷାକୁ ନେଇ ଆଶ୍ୱାସନା ଦେଇଛନ୍ତି ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ। ୟୁନୁସ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଲ୍ କରି ସୁନିଶ୍ଚିତ କରାଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ପୋଷ୍ଟ ଯୋଗେ ସ୍ପଷ୍ଟ କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ପୋଷ୍ଟରେ କହିଛନ୍ତି, ଆଜି ବାଂଲାଦେଶ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ କଲ୍ କରିଥିଲେ। ଦେଶରେ ଚାଲିଥିବା ବର୍ତ୍ତମାନ ପରିସ୍ଥିତି ଉପରେ ସେ ମତ ବିନିମୟ କରିଛନ୍ତି।

ସେଠାରେ ଥିବା ହିନ୍ଦୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସୁରକ୍ଷା ତଥା ନିରାପତ୍ତା ବାବଦରେ ଆଶ୍ୱସନା ଦେଇଛନ୍ତି ୟୁନୁସ। ଏଥିସହ ସେ ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ତଥା ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ଦୋହରାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

Advertisment

ପ୍ରକାଶ ଥାଉକି, ଗତକାଲି ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶରେ ଥିବା ହିନ୍ଦୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରିଥିଲେ। ବାଂଲାଦେଶ ତଥା ଅନ୍ୟ ପଡ଼ୋଶୀ ରାଷ୍ଟ୍ରରେ ଥିବା ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କ ପାଇଁ ଭାରତର ୧୪୦ କୋଟି ଜନତା ଚିନ୍ତିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଚାଲିଥିବା ହିଂସା ମଧ୍ୟରେ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଚାଲି ଆସିଥିଲେ। ଏହା ସତ୍ତ୍ୱେ ଦେଶରେ ଶାନ୍ତି ଫେରି ପାରୁ ନାହିଁ। ଚାକିରି କ୍ଷେତ୍ରରେ କୋଟାକୁ ନେଇ ଆରମ୍ଭ ହୋଇଥିବା ବିବାଦ ସମ୍ପ୍ରଦାୟିକ ହିଂସାରେ ପରିଣତ ହୋଇଥିଲା। କିଛି ଆନ୍ଦୋଳନକାରୀ ହିନ୍ଦୁଙ୍କ ଉପରେ ଆକ୍ରମଣ କରିବା ସହ ସେମାନଙ୍କ ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଭଙ୍ଗାରୁଜା କରିଥିଲେ।

ଏହାପରେ ଲକ୍ଷ ଲକ୍ଷ ହିନ୍ଦୁ ରାଜରାସ୍ତାକୁ ଆସି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଥିଲେ। ଏହାପରେ ମହମ୍ମଦ ୟୁନୁସ ଢାକାରେ ଥିବା ଢାକେଶ୍ୱରୀ ମନ୍ଦିର ଯାଇ ହିନ୍ଦୁ ନେତାମାନଙ୍କ ସହ ଆଲୋଚନା କରିବା ସହ ସୁରକ୍ଷା ବାବଦରେ ଶାନ୍ତ୍ୱନା ଦେଇଥିଲେ। ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି।   

Assures Protection Of Hindus In Bangladesh Muhammad Yunus Dials PM Modi